• ବେତାର ବ୍ୟୁରୋ

କଲିକତାରେ 600 କିଲୋ ଚକୋଲେଟରେ ତିଆରି ହେଲା ମା’ଙ୍କ ମୂର୍ତ୍ତି


ସାରାଦେଶରେ ଦୂର୍ଗାପୂଜା ପ୍ରସ୍ତୁତି ବଡ ଧୂମଧାମରେ ଚାଲିଛି । କେଉଁଠି ବାହୁବଳି ଫିଲ୍ମ ଅନୁସାରେ ମେଢ ତିଆରି ହେଇଛି ତ ଆଉ କେଉଁଠି ପୁରୁଣା ପ୍ଲାଷ୍ଟିକ ବୋତଲରେ ତିଆରି ହେଉଛି ସାଜସଜ୍ଜା । ଦେଶରେ ଦୂର୍ଗା ପୂଜା ପାଇଁ ପ୍ରସିଦ୍ଧ କଲିକତା ସହରରେ ଏକ ହୋଟେଲ ଏଥର ଏକ ନିଆରା ଢଙ୍ଗରେ ପୂଜା କରିବାକୁ ମନସ୍ଥ କରିଛି । ତାହା ହେଲେ ଚକୋଲେଟରେ ତିଆରି ମା’ଙ୍କ ମୂର୍ତ୍ତି ।

କଲିକତା ଏୟାରପୋର୍ଟ ସ୍ଥିତ ହୋଲି ଡେ ଇନ ଏଥର ପୂଜା ପାଇଁ ଚକୋଲେଟରେ ଦୂର୍ଗା ମା’ଙ୍କ ମୂର୍ତ୍ତି ତିଆରି କରିବାକୁ ଇଚ୍ଛା ପ୍ରକାଶ କରିଥିଲା। ଏଥି ପାଇଁ ହୋଟେଲରେ ମୁଖ୍ୟ ପେଷ୍ଟ୍ରି କାରିଗର ସୁନୀଲଙ୍କ ନେତୃତ୍ଵରେ ଏକ ଚାରି ଜଣିଆ ମୂର୍ତ୍ତି ତିଆରି ଦଳ ଗଠନ କରାଯାଇଥିଲା ।

ଏଥିପାଇଁ କୁମାରତୁଳିର ମୂର୍ତ୍ତି କାରିଗରଙ୍କ ସହାୟତା ନିଆଯାଇଥିଲା । ସମସ୍ତ କାରିଗର ଓ ହୋଟେଲରେ ରୋଷେୟାମାନେ ମିଶି ଦୈନିକ ପ୍ରାୟ 8 ଘଣ୍ଟା ପରିଶ୍ରମ କରି ଏକ ସପ୍ତାହରେ ତିଆରି କରିଥିଲେ ।

ଏହି ମୂର୍ତ୍ତିର ଉଚ୍ଚତା 6 ଫୁଟ ।

ହୋଟେଲର ମୁଖ୍ୟ ଶେଫ କେନେଥ ସ୍କଟଙ୍କ କହିବା ଅନୁସାରେ “ଆମେ ବଙ୍ଗାଳୀ ପରମ୍ପରା ମିଠା ଓ ମା’ଙ୍କୁ ଆଖି ଆଗରେ ରଖି ଏହି ମୂର୍ତ୍ତି ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଥିଲୁ ।

ଏହି ମୂର୍ତ୍ତିଟି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଆସନ୍ତା ମହାନବମୀ (ସେପ୍ଟେମ୍ବର 29) ତାରିଖ ପର୍ଯ୍ୟନ୍ତ ରହିବ ବୋଲି ହୋଟେଲ ତରଫରୁ କୁହାଯାଇଛି ।

#life #city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon