• ବେତାର ବ୍ୟୁରୋ

ମହିଳାଙ୍କ ଉଲଗ୍ନ ଫୋଟୋ ପାଇଁ ଚର୍ଚ୍ଚିତ ମାଗାଜିନ ପ୍ରତିଷ୍ଠାତାଙ୍କ ପରଲୋକ


ଆମେରିକାରେ 1960 ଦଶକରୁ ଆକର୍ଷଣୀୟ ତରୁଣୀ ମାନଙ୍କ ଉଲଗ୍ନ ଫୋଟୋ ଦେଇ ଚର୍ଚ୍ଚାରେ ଥିବା “ପ୍ଲେ ବଏ“ ମଗାଜିନର ପ୍ରତିଷ୍ଠାତା ହ୍ୟୁ ହେଫନର ଆଜି 91 ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ଆଜି ଭାରତୀୟ ସମୟ ସକାଳ 9 ଟାରେ ସେ ତାଙ୍କ ଲସ ଏଞ୍ଜେଲେସ ସ୍ଥିତ ବାସଭବନରେ ପ୍ରାଣତ୍ୟାଗ କରିଥିଲେ ବୋଲି କମ୍ପାନୀ କହିଛି ।

ଆମେରିକାର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ହେଫନର ଏକ ସଫଳ ବ୍ୟବସାୟୀ ସହିତ ବିବାଦୀୟ ମଧ୍ୟ ଥିଲେ । ଷାଠିଏ ଦଶକରେ ସେତେବେଳର ଚର୍ଚ୍ଚିତ ଚେହେରା ମର୍ଲିନ ମନୋରୋଙ୍କ ଉଲଗ୍ନ ଫୋଟୋ ନେଇ ଯେବେ ପ୍ଲେ ବଏର ପ୍ରଥମ ସଂସ୍କରଣ 600 ଡଲାର (ପ୍ରାୟ 3000 ଟଙ୍କା) ରେ ବିକ୍ରି ହେଲା, ସେତେବେଳେ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ସେହିବର୍ଷ ଉକ୍ତ ମଗାଜିନର ପ୍ରାୟ ଷାଠିଏ ହଜାର ଖଣ୍ଡ ବିକ୍ରି ହେଇଥିଲା, ଯାହା ହେଫନରଙ୍କ ଏହି ବ୍ୟବସାୟ ପ୍ରତି ଉତ୍ସାହ ବଢାଇଥିଲା ।

ହେଫନର ଏକାଧିକ ମହିଳାଙ୍କ ସହିତ ବସବାସ କରୁଥିଲେ ଓ ନିଜ ଜୀବନ କାଳ ଭିତରେ 3 ଥର ବିବାହର କରିଥିଲେ । ତାଙ୍କର ଶେଷ ବିବାହ 86 ବର୍ଷ ବୟସରେ 2011 ମସିହାରେ ହେଇଥିଲା । ତାଙ୍କ ତୃତୀୟ ପତ୍ନୀ ହାରିସ, ହେଫନରଙ୍କ ଠାରୁ 60 ବର୍ଷ ସାନ ଅଟନ୍ତି । ପ୍ରଥମ ଦୁଇ ପତ୍ନୀଙ୍କଠାରୁ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରେ ପ୍ଲେ ବଏ କମ୍ପାନୀ ଆଉ ମହିଳାଙ୍କ ନଗ୍ନ ଚିତ୍ର ଏହାର ମଗାଜିନରେ ଦେବା ନାହିଁ ବୋଲି ଘୋଷଣା କରିଥିଲା । ହେଲେ ଏହାର ଠିକ ବର୍ଷେ ପରେ କମ୍ପାନୀ ନିଜ ନିଷ୍ପତ୍ତି ବଦଳେଇ ପୁଣି ଉଲଗ୍ନ ଓ ଉତ୍ତେଜିତ ଫୋଟୋ ଦେବା ଆରମ୍ଭ କଲା । ଭାରତୀୟ ଅଭିନେତ୍ରୀ ଶେରଲିନ ଚୋପ୍ରା କିଛି ବର୍ଷ ତଳେ ଏହି ମଗାଜିନ ପାଇଁ ସଂପୂର୍ଣ୍ଣ ନିର୍ବସ୍ତ୍ର ହେଇ ଫୋଟୋ ଉଠାଇଥିଲେ ।

ଆଜିର କର୍ପୋରେଟ ଜଗତରେ “ବ୍ରାଣ୍ଡିଂ” ବିଷୟର ଉଦ୍ଭାବନ ହେବା ଆଗରୁ , ହେଫନର “ପ୍ଲେ ବଏ” ର ବ୍ରାଣ୍ଡିଂ ପାଇଁ ବହୁ ଉଦ୍ୟମ କରିଥିଲେଓ ସଫଳ ମଧ୍ୟ ହେଇଥିଲେ । ସେ ଏଥିପାଇଁ ପ୍ଲେ ବଏ କ୍ଲବ ଗଠନ କରିବା ସହିତ ବିଭିନ୍ନ ଟିଭି ଶୋ ମଧ୍ୟ ଆୟୋଜିତ କରିଥିଲେ । ଏଥିରେ ସେକ୍ସ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଉଥଲା ଓ ଅନେକ ମାତ୍ରାରେ ଲୋକପ୍ରିୟ ଥିଲା ।

ତେବେ ତାଙ୍କ ମଗାଜିନ ବା ଶୋ’ ମାନଙ୍କରେ ସେକ୍ସର ଅତ୍ୟଧିକ ପ୍ରଦର୍ଶନକୁ ନେଇ ସେ ବିଚଳିତ ନ ଥିଲେ । ଏ ବିଷୟରେ ତାଙ୍କୁ ଯେବେ ପଚରାଯାଇଥିଲା ସେ କହିଥିଲେ “ପ୍ଲେ ବଏ ଏକ ସେକ୍ସ ମଗାଜିନ ବୋଲି ମୁଁ ଭାବେ ନାହିଁ । ଏହା ଏକ ଉନ୍ନତ ଜୀବନଶୈଳୀ ମଗାଜିନ, ଯେଉଁଥିରେ ସେକ୍ସ ଓ ଉତ୍ତେଜକ ମହିଳାଙ୍କ ବିଷୟରେ ତଥ୍ୟ ଥାଏ ।“

ତାଙ୍କର ସବୁଠୁ ପରିଚିତ ଉକ୍ତି ଥିଲା “ଅନ୍ୟର ସ୍ଵପ୍ନ ପାଇଁ ବଞ୍ଚିବା, ଜୀବନର ଲକ୍ଷ ନୁହେଁ । (ନିଜ ସ୍ଵପ୍ନକୁ ନିଜେ ବଞ୍ଚିବା କଥା)। “

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon