• ବେତାର ବ୍ୟୁରୋ

ଭୁବନେଶ୍ଵରରେ ‘ସଫଲ’ର ୨ଟି ଅଧିକ ଫଳ,ପରିବା ଷ୍ଟୋର ଖୋଲିଲା


ନ୍ୟାସନାଲ୍ ଡେରି ଡେଭେଲପ୍ମେଣ୍ଟ୍ ବୋର୍ଡ (NDB)ର ସଫଲ୍ ବ୍ରାଣ୍ଡ୍ ପକ୍ଷରୁ ଭୁବନେଶ୍ୱର ସହରରେ ଦୁଇଟି ନୂତନ ଫଳ ଓ ପରିବା ଷ୍ଟୋର ଖୋଲାଯାଇଛି । ନୂତନ ଭାବେ ତିଆରି ହେଇଥିବା ଷ୍ଟୋର ଗୁଡ଼ିକୁ ମଦର ଡେରି ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାସନାଲ୍ ଡେରି ଡେଭେଲପ୍ମେଣ୍ଟ୍ ବୋର୍ଡ (ଏନ୍ଡିଡିବି)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ ରଥ ଉଦ୍ଘାଟନ କରିଥିଲେ। ଏହି ଆଉଟଲେଟ ଗୁଡ଼ିକ ୟୁନିଟ୍-୫ସ୍ଥିତ କେଶରୀ ନଗରର ଆଇଓସିଏଲ୍ ପେଟ୍ରୋଲ୍ ପମ୍ପ ଏବଂ ପୁରୀ ରୋଡ ରେ ଥିବା ଲିଙ୍ଗରାଜ ଫିଲିଙ୍ଗ ଷ୍ଟେସନରେ ଥିବା ଆଇଓସିଏଲ୍ ପେଟ୍ରୋଲ୍ ପମ୍ପରେ ଖୋଲାଯାଇଛି ।

ସଫଲର ବଜାର ପ୍ରବେଶର ମାତ୍ର ତିନି ମାସ ମଧ୍ୟରେ ବର୍ତ୍ତମାନର ଏହି ନୂଆ ଷ୍ଟୋରକୁ ମିଶାଇ ସହରରେ ପ୍ରମୁଖ ସ୍ଥାନ ମାନଙ୍କରେ ମୋଟ ୫ଟି ଆଉଟଲେଟ ଖୋଲିସାରିଲାଣି । ଏହି ବ୍ରାଣ୍ଡ ଭାରତୀୟ ସରକାରୀ ତୈଳ କମ୍ପାନୀ ମାନଙ୍କ ସହିତ ମିଶି ବିଭିନ୍ନ ଜାଗାରେ ନିଜର ଷ୍ଟୋର ଖୋଲୁଅଛି । ଏହି ଆଉଟଲେଟମାନଙ୍କରେ ମଦର ଡେଏରିର ଅନେକ ଦୁଗ୍ଧଜାତ ଉତ୍ପାଦ, ଧାରା ବର୍ଗର ଖାଇବା ତେଲ ଏବଂ ଅନ୍ୟ ସଫଲ ବ୍ରାଣ୍ଡ୍ର ମୂଲ୍ୟ ଯୁକ୍ତ ଉତ୍ପାଦ ଉପଲବ୍ଧ ହେଉଛି ।

ବର୍ତ୍ତମାନ ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦ ଯଥା ଆଇସକ୍ରିମ୍, ପନୀର ଏବଂ ଘିଅର ଉତ୍ପାଦନ, ବଜାର ଏବଂ ବିକ୍ରିର ଏକ ଅଗ୍ରଣୀ ସଂସ୍ଥା ହେଊଛି ମଦର ଡେଏରି ଯାହା ମଦର ଡେଏରି ବ୍ରାଣ୍ଡରେ ଉପଲବ୍ଧ ହେଉଛି । କମ୍ପାନିର ବହୁବିଦ୍ଧ ଉତ୍ପାଦ ପୋର୍ଟଫୋଲିଓ ରହିଛି ଯେଉଁଥିରେ “ଧାରା” ବ୍ରାଣ୍ଡର ଖାଇବା ତେଲ ଏବଂ ସଫଲ୍ ବ୍ରାଣ୍ଡ୍ ଅଧୀନରେ ସତେଜ ଫଳ ଏବଂ ପନିପରିବା, ଫ୍ରୋଜେନ୍ ପନିପରିବା, ବିଭିନ୍ନ ପ୍ରକାର ଅନପଲିସଡ୍ ଡାଲି, ମହୁ ଇତ୍ୟାଦି ରହିଛି ।

ମଦର ଡେରି ଏହାର ବ୍ରାଣ୍ଡ୍ ଜରିଆରେ ଭାରତର ସମସ୍ତ ପ୍ରମୁଖ ସହରଗୁଡ଼ିକରେ ଜାତୀୟ ଉପସ୍ଥିତି ଜାହିର କରିଛି ଏବଂ ଏହାର ଗ୍ରାହକମାନଙ୍କୁ ବିଭିନ୍ନ ବର୍ଗର ଉତ୍ପାଦ ଯୋଗାଇ ଦେଉଛି ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon