• ବେତାର ବ୍ୟୁରୋ

ଗତ ସପ୍ତାହର ସ୍ମାର୍ଟଫୋନ୍ (Sep25-Oct 1)


LG Q6+ ଏଲଜି ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଚଫୋନ୍ କିୟୁô୬+ର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ୍ଟି ଡୁଆଲ ସିମ ବିଶିଷ୍ଟ(ନାନୋ+ନାନୋ) ହୋଇଥିବା ବେଳେ , ଏଥିରେ ଆଣ୍ଡ୍ରଏଡ ୭.୧.୧ ନୋଗଡ, ଅକ୍ଟାକୋର ସ୍ମାପଡ୍ରାଗନ ୪୩୫ ଏସଓସି ଏବଂ ୫.୫ ଇଞ୍ଚର ବଡ ସ୍କ୍ରିନ ରହିଛି । ସେହିପରି ଏହାର ପଛ ଭାଗରେ ୧୩ ମେଗାଫିକ୍ସେଲ ର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ୫ ମେଗାଫିକ୍ସେଲର କ୍ୟାମେରା ରହିଛି । ମେମୋରି ଦୃଷ୍ଟିରୁ ଏଥିରେ ୩ଜିବି ରାମ୍ ରହିଥିବା ବେଳେ ୩୨ ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକତା ମୁତାବକ ୨ଟିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।

ଏଥିରେ ୪ଜି ଭୋଲଟି, ୱାଇ-ଫାଇ ୮୦୨.୧୧ ବି/ଜି/ଏନ, ବ୍ଲୁଟୁଥ ଭି୪.୨, ଏନଏଫସି, ଏବଂ ୩.୫ଏମଏମ ହେଡଫୋନ୍ ଜ୍ୟାକ ହେଡଫୋନ୍ ରହିଛି । ଏହି ସ୍ମାର୍ଟଫୋନ୍ଟିରେ ୩୦୦୦ ଏମ୍ଏଏଚ ବ୍ୟାଟେରି ରହିଥିବା ବେଳେ, ଏହାର ମୂଲ୍ୟ ରହିଛି ଟ ୧୭,୯୯୦ ଯାହାକି ସମସ୍ତ ରିଟେଲ ଷ୍ଟୋର ଗୁଡିକରେ ଆଷ୍ଟ୍ରୋ ବ୍ଲାକ ଏବଂ ଆଇସ ପ୍ଲାଟିନିୟମ ରଙ୍ଗରେ ଉପଲବ୍ଧ ରହିବ ।

ନୋକିଆ ୮- ଭାରତରେ ନୋକିଆ ପକ୍ଷରୁ ଏହାର ପ୍ରଥମ ଫ୍ଲାଗସିପ ସ୍ମାର୍ଟଫୋନ୍ ନୋକିଆ ୮ର ଶୁଭାରମ୍ଭ କରାଯାଇଛି । ଫିଚର ଦୃଷ୍ଟିକୋଣରୁ ଏହି ନୋକିଆ ୮ ସ୍ମାର୍ଟଫୋନ୍ଟିରେ ୫.୨ ଇଞ୍ଚର କ୍ୱାଡ HD ସ୍କ୍ରିନ ରହିଥିବା ବେଳେ, ଗୋରିଲା ଗ୍ଲାସ ୫ ରହିଛି ଯାହାକି ସ୍କ୍ରିନକୁ ସୁରକ୍ଷା ପ୍ରଦାନ କରିବ । ଏଥି ସହ ବ୍ରାଇଟନେସ ପାଇଁ ୭୦୦ ନିଟସ ରହିଛି । ଏଥିରେ ୪ଜିବି ରାମ୍ ରହିଥିବା ବେଳେ ୬୪ ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକତା ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏହି ଡୁଆଲ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନର ପଛ ଭାଗରେ ୧୩ ଏମପିର ଆରଜିବି ସେନସର ଓ ୧୩ ଏମପିର ମୋନକ୍ରୋମର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ମଧ୍ୟ ୧୩ ଏମପିର କ୍ୟାମେରା ସହ ଏଫ/୨.୦ ଆପ୍ରେଚର ରହିଛି ।

ଏଥିରେ ସ୍ନାପଡ୍ରାଗନ ୮୩୫ ପ୍ରୋସେସର, ଆଡରେନୋ ୫୪୦ ଜିପିୟୁ ରହିଥିବା ବେଳେ ଆଣ୍ଡ୍ରଏଡ ୭.୧.୧ ନୋଗଟ ରହିଛି ଯହାକି ଭବିଷ୍ୟତରେ ଆଣ୍ଡ୍ରଏଡ ୮.୦ ଓରିଓରେ ପରିଣତ ହୋଇଯିବ । 36,999 ଟଙ୍କାରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନଟି ସ୍ୱତନ୍ତ୍ର ଭାବରେ କେବଳ ଆମାଜୋନରେ ଉପଲବ୍ଧ ରହିବ, ଯେଉଁଥିରେ କି ୩୦୯୦ ଏମଏଏଚ୍ ବ୍ୟାଟେରି ରହିଛି ।

ସୋନି ଏକ୍ସପେରିଆ XZ1– ସଂଯୋଗୀକରଣ କ୍ଷମତାକୁ ରୁଦ୍ଧିମନ୍ତ କରିବା ପାଇଁ ସୋନି ପକ୍ଷରୁ ଆଜି ଏହାର ବିଶ୍ୱର ପ୍ରଥମ ରିୟଲ ଟାଇମ ୩ଡି କ୍ୟାପଚର ବିଶିଷ୍ଟ ନୂତନ ସ୍ମାର୍ଟଫୋନ୍ ଏକ୍ସପେରିଆ XZ 1ର ଶୁଭାରମ୍ଭ କରାଯାଇଛି । ଏହି ନୁଆ ଫ୍ଲାଗସିପ ସ୍ମାର୍ଟଫୋନରେ ଅଟୋଫୋକସ ବ୍ରଷ୍ଟ ଏବଂ ଫୁଲ ଏଚଡି- ଏଚଡିଆର ଡିସପ୍ଲେ ରହିଛି । ଏଥିରେ କ୍ୱାଲକମ ସ୍ମାପଡ୍ରାଗନ ୮୩୫ ମୋବାଇଲ ପ୍ଲାଟଫର୍ମ ରହିଥିବା ବେଳେ ଏହା ଏକ୍ସ ୧୬ ଏଲଟିଇ ଏବଂ କ୍ୟପଚର ବିଶିଷ୍ଟ ରହିଛି । କଳା ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନଟିର ମୂଲ୍ୟ ଟ44,990, ଯାହାକି ସମସ୍ତ ରିଟେଲ ଷ୍ଟୋରରେ ଉପଲବ୍ଧ ରହିବ ।

ଜିଓନି X1S - ପବିତ୍ର ପାର୍ବଣ ଋତୁ ଉପଲକ୍ଷେ ଜିଓନି ପକ୍ଷରୁ ଏହାର ନୂତନ ସୁପର ସେଲଫି ଏବଂ ସୁପର ବ୍ୟାଟେରିଯୁକ୍ତ ସ୍ମାର୍ଟଫୋନ୍ ଏକ୍ସ-୧ ଏସ୍ର ଶୁଭାରମ୍ଭ କରାଯାଇଛି । ଏହାର ପଛ ଭାଗରେ ୧୩ ଏମପିର କ୍ୟମେରା ରହିଥିବା ସାମନା ଭାଗରେ ୧୬ ଏମପିର କ୍ୟାମେରା ସହ ସେଲଫି ଫ୍ଲାସ ମଧ୍ୟ ରହିଛି । ଫିଚର ଦୃଷ୍ଟିକୋଣରୁ ଏଥିରେ ଆଣ୍ଡ୍ରଏଡ ୭.୦କୁ ସମର୍ଥିତ କରୁଥିବା ଆର୍ମିଗୋ ୪.୦, ୬୪ ବିଟ ଅକ୍ଟା-କୋର ୧.୫ ଗିଗା ହର୍ଜ ପ୍ରୋସେସର ମିଡିଆଟେକ ପ୍ଲାଟଫର୍ମ ରହିଛି । ମେମୋରି ଦୃଷ୍ଟିକୋଣରୁ ଏହା ୨୫୬ ଜିବି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏଥି ସହ ଏଥିରେ ଡୁଆଲ କାର୍ଡ ସ୍ଲଟ ରହିଥିବା ବେଳେ ୧୩.୨ ଇ ର ଇଙ୍ଗ ସ୍କ୍ରିନ ରହିଛି । ମୋଚା ବ୍ଲାକ ଏବଂ ବ୍ଲାକ ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ 12,999 ରହିଥିବା ବେଳେ ଏଥିରେ ୪୦୦୦ ଏମ୍ଏଏଚ ବ୍ୟାଟେରି ରହିଛି , ଯାହାକି ସମସ୍ତ ରିଟେଲ ଷ୍ଟୋରରେ ମିଳିବ ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon