• ବେତାର ବ୍ୟୁରୋ

ଦୁଇଟି ଲବଙ୍ଗର 9ଟି ଉପକାରିତା


ଆୟୁର୍ବେଦିକ ଜଗତରେ ଲବଙ୍ଗର ଏକ ବିଶେଷ ଭୂମିକା ରହିଛି । ଖାଦ୍ୟକୁ ସୁସ୍ୱାଦିଆ କରିବା ପାଇଁ ଲବଙ୍ଗର ଭୂମିକା ମଧ୍ୟ ଅନେକ ଥାଏ । ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ ।

-ଗୋଟିଏ କପ ଗରମ ପାଣିରେ ୨ଟି ଲବଙ୍ଗକୁ ପେଷି ପକାନ୍ତୁ, ପରେ ପାଣି ଥଣ୍ଡା ହେବା ପରେ ଏହାକୁ ପିଅନ୍ତୁ ଏହା ଦ୍ୱାରା ଆପଣ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବେ ।

- ୨ଟି ଲବଙ୍ଗକୁ ଗୋଟିଏ ଚାମଚ ଲେମ୍ବୁ ରସରେ ମିଶାଇ ଦାନ୍ତ ମୁଳରେ ଘସିବା ଦ୍ୱାରା ଏହା ଆପଣଙ୍କୁ ବିନ୍ଧା ଯନ୍ତ୍ରଣା ମୁକ୍ତି ଦେବ ।

-୨ଟି ଲବଙ୍ଗକୁ ୧ଟି ଗୁଜୁରାତି ସହ ଚୋବାଇ ଖାଇବା ଦ୍ୱାରା, ଆପଣଙ୍କ ମୁଖ ଦୁର୍ଗନ୍ଧ ଦୂର ହୋଇଯାଏ ।

- ପାଟି ସିଝିଯାଇଥିଲେ ୨ଟି ଲବଙ୍ଗକୁ ଚୋବାଇ ମୁଁହରେ ରଖନ୍ତୁ , ପରେ ଲାଳ ବାହାର କରିଦିଅନ୍ତୁ ଆରମ ଲାଗିବ ।

-୨ଟି ଲବଙ୍ଗକୁ ୪-୫ଟି ତୁଳସୀ ପତ୍ର ସହ ଗୋଟିଏ କପ ପାଣିରେ ଫୁଟାଇ ପିଇବା ଦ୍ୱାରା ଥଣ୍ଡା ଓ ସର୍ଦି ଦୂରେଇଯାଏ ।

- ଗୋଟିଏ ଗିନା ସୋରିଷ ତେଲରେ ୨ଟି ଲବଙ୍ଗକୁ ଭଲ ଭାବରେ ପେସି ମିଶ୍ରଣକୁ ଧିରେ ଧିରେ ମାଲିସ କରିବା ଦ୍ୱାରା ବେକ ଯନ୍ତ୍ରଣାରୁ ଆରାମ ମିଳେ ।

- ଗୋଟେ ଚାମଚ ମହୁ ସହ ୨ଟି ଲବଙ୍ଗକୁ ପେସି ଖାଇବା ଦ୍ୱାରା ପେଟରେ କୃମିମୁକ୍ତ ହୋଇଯାଏ ।

-୨ଟି ଲବଙ୍ଗ ସହ ଚିମୁଟେ କର୍ପୁରକୁ ପେସି ଅଳ୍ପ ଉଷୁମ ନଡିଆ ତେଲରେ ମିଶ୍ରଣ କରି ମୁଣ୍ଡରେ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳେ ।

-ଅଧ କପ ଅଲିଭ ତେଲରେ ୨ଟି ଲବଙ୍ଗକୁ ମିଶାଇ ଧିମା ଆଞ୍ଚ ରେ ଫୁଟାନ୍ତୁ , ପରେ ଏହାକୁ ଥଣ୍ଡା କରି କେଶରେ ଲଗାଇ ଦ୍ୱାରା ଏହା କେଶର ରୁକ୍ଷ ପଣ ଦୂର କରିଥିଏ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon