• ବେତାର ବ୍ୟୁରୋ

ମୁଣ୍ଡ ବାଳ ଝଡୁଥିଲେ କଣ କରିବେ ? ଘରେ କରନ୍ତୁ ଏହି 5ଟି ଉପାୟ


ସମ୍ପ୍ରତି କମ ବୟସର ପୁରୁଷଙ୍କ ଠାରେ ମୁଣ୍ଡ ବାଳ ଝଡୁଥିବାର ସମସ୍ୟା ଦେଖାଦେଉଛି । କିଛି ଏହାକୁ ସ୍ଥାନୀୟ ପାଣିର ଶରୀର ଚୁଟି ଉପରେ କୁପ୍ରଭାବ କଥା କୁହନ୍ତି ତ ଆଉ କେହି ବଦଳୁଥିବା ଜୀବନଶୈଳୀର ପ୍ରଭାବ ବୋଲି କହିଥାନ୍ତି । ଆଉ କିଛି ଏଥିପାଇଁ ଆୟୁର୍ବେଦିକ, ଏଲୋପାଥି ତଥା ହୋମିଓପାଥି ଔଷଧ କିଣି ଖର୍ଚ୍ଚାନ୍ତ ହୁଅନ୍ତି, ହେଲେ ସୁଫଳ ସବୁବେଳେ ମିଳି ନ ଥାଏ । ବଜାରରେ ଆଜିକାଲି ପୁନର୍ବାର କେଶ ଉଠିବା ଭଳି କ୍ରିମର ବିଜ୍ଞାପନ ଦେଖାଦେଉଛି , ହେଲେ ଏସବୁର ଶରୀର ଉପରେ ବିଭିନ୍ନ କୁପ୍ରଭାବ ରହିଥାଏ । ଯଦି ଆପଣ କିଛି ଦିନ ହେବ ଚୁଟି ଝଡିବା ଲକ୍ଷ୍ୟ କରୁଛନ୍ତି, ତେବେ ଘରେ ଏହି ନିୟମିତ ଉପାୟ କରନ୍ତୁ ଓ ଫଳାଫଳ ନିଜେ ପରଖନ୍ତୁ ।

ନିୟମିତ ମୁଣ୍ଡ ମାଲିସ : ମୁଣ୍ଡର ଚୁଟି ଥିବା ଅଂଶକୁ ହାଲକା ଉଷୁମ ତେଲରେ ଧୀରେ ଧୀରେ ମାଲିସ କରିବା ଦ୍ଵାରା ରକ୍ତ ସଂଚାଳନ ବଢିଥାଏ ଓ ଚୁଟିର ମୂଳ ଅଂଶ ଦୃଢ ହେଇଥାଏ । ଏହାଛଡା ମୁଣ୍ଡରୁ ରୁପି ଓ ଅନ୍ୟାନ୍ୟ ମଇଳା ସଫା ହେଇଥାଏ । ଦୈନିକ ମାତ୍ର ତିନି ରୁ ଚାରି ମିନିଟ ମାଲିସ ଯଥେଷ୍ଟ । ମାଲିସ କରିବା ପାଇଁ ଆପଣ ନଡିଆ ତେଲ, ଆଲମଣ୍ଡ ତେଲ ବା ଅନ୍ୟ ଯେ କୌଣସି ତେଲ ବ୍ୟବହାର କରି ପାରିବେ । ତେବେ ଉତ୍ତମ ଫଳ ପାଇବାକୁ ଚାହୁଁଥିଲେ ସମାନ ପରିମାଣର ନଡିଆ ତେଲ ଓ ଆଲମଣ୍ଡ ମିଶେଇ ଲଗାନ୍ତୁ ।

ଅଣ୍ଡା ଧୁଆ : ମୁଣ୍ଡରୁ ବାଳ ଝଡିବାର ମୁଖ୍ୟ କାରଣ ହେଲା ପ୍ରୋଟିନର ଅଭାବ, ଯାହା ବାଳକୁ ମୂଳରୁ ଜାବୁଡି ଧରିବାରେ ସାହାଯ୍ୟ କରିଥାଏ । ମୁଣ୍ଡକୁ ଅଣ୍ଡାରେ ଧୋଇଲେ ଏହା ବାଳକୁ ସୁଦୃଢ କରିବା ସହିତ ଗହଳିଆ କରିଥାଏ । ଅଣ୍ଡାରେ ମୁଣ୍ଡ ଧୋଇବା ପାଇଁ ଗୋଟିଏ ବା ଦୁଇଟି ଅଣ୍ଡାକୁ ଭଲ ଭାବେ ଫେଣ୍ଟି ଏକ ମିଶ୍ରଣ ତିଆରି କରନ୍ତୁ। ଏହି ମିଶ୍ରଣକୁ ଅଙ୍ଗୁଳି ସାହାଯ୍ୟରେ ଧୀରେ ଧୀରେ ଚୁଟିରେ ଲଗାନ୍ତୁ । ଅଣ୍ଡା ଲଗେଇ ସାରିବା ପରେ କିଛି ସମୟ ପାଇଁ ଛାଡି ଦିଅନ୍ତୁ ଓ ଏହାପରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏହା ଚୁଟିକୁ ଦୃଢ କରେଇବା ସହିତ ଚମକ ମଧ୍ୟ ଆଣିଥାଏ ।

ଓଦା ଚୁଟି କୁଣ୍ଡେଇବା ମନା : ସାଧାରଣତଃ ସମସ୍ତଙ୍କ ଅଭ୍ୟାସ ଘରୁ ବାହାରିବା ଆଗରୁ ଗାଧୋଇ ସାରି ମୁଣ୍ଡ କୁଣ୍ଡେଇବା ତେବେ ଯେଉଁମାନଙ୍କ ବାଳ ଝଡୁଛି, ସେମାନେ ଓଦା ଚୁଟି ନ କୁଣ୍ଡେଇଲେ ଭଲ । କାରଣ ଓଦା ଥିବା ସମୟରେ ଚୁଟି ଦୁର୍ବଳ ଥାଏ । ଏହି ସମୟରେ କୁଣ୍ଡାଇବା ଦ୍ଵାରା ମୁଣ୍ଡ ବାଳ ଦୁର୍ବଳ ହେବା ସହିତ ଝଡିବାର ଅନେକ ସମ୍ଭାବନା ଥାଏ । ତଥାପି ଯଦି ଆପଣଙ୍କ ଅଭ୍ୟାସ ଗାଧୋଇ ସାରି ମୁଣ୍ଡ କୁଣ୍ଡେଇବା, ତେବେ ଏପରି ପାନିଆ ବ୍ୟବହାର କରନ୍ତି ଯାହାର ଦାନ୍ତ ଗୁଡିକ ପରସ୍ପର ଠାରୁ ଛାଡି ଛାଡି ଥିବ । ନଚେତ ଆପଣ ବଜାରରେ ସହଜରେ ମିଳୁଥିବା ସଫ୍ଟ ବ୍ରଶ ଆଣି ବ୍ୟବହାର କରିପାରିବେ ।

ଭିଟାମିନଯୁକ୍ତ ଖାଦ୍ୟ : ମୁଣ୍ଡ ବାଳ ଝଡିବା ସମସ୍ୟା ଦୂର କରିବାକୁ ଚାହୁଁ ଥିଲେ ଖାଦ୍ୟରେ ବିଭିନ୍ନ ଭିଟାମିନ ଯଥା A, E ଓ B ବଢେଇବା ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିୟମିତ ଭାବରେ ଚିନାବାଦାମ, ପନିର/ଛେନା, ସବୁଜ ପନିପରିବା ଓ ଫଳ ଭିତରେ କଦଳୀ, ଲେମ୍ବୁ, କମଳା ତଥା ଅଁଳା ରସ ନିୟମିତ ସେବନ କାଲେ ଚୁଟି ଝଡିବା ସମସ୍ୟା ଅନେକାଂଶରେ କମିଥାଏ ।

ଘରୋଇ ଉପଚାର : ଦୁଇ ଚାମଚ ଦହି ଓ ଗୋଲମରୀଚ ଗୁଣ୍ଡ ମିଶାଇ ମୁଣ୍ଡରେ ଲଗାନ୍ତୁ ଓ 5 ମିନିଟ ପରେ ଏହାକୁ ଧୋଇ ଆପଣଙ୍କ ନିୟମିତ ଶାମ୍ପୂ ଲଗାଇ ଚୁଟି ଧୁଅନ୍ତୁ । ଚୁଟି ଦୃଢ ହେବ । ରୁପି ସମସ୍ୟା ପାଇଁ ଆପଣ ଘରେ ବ୍ୟବହାର ହେଉଥିବା ଭିନେଗାରକୁ ଚୁଟିରେ ଲଗାଇ ପରେ ଧୋଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

#menfashion #fashion #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon