- ବେତାର ବ୍ୟୁରୋ
ଦେହ ରଙ୍ଗ କଳା ପଡୁଛି ? ଏହି ସବୁ ଖାଦ୍ୟ ବେଶୀ ନ ଖାଇଲେ ଭଲ

ତ୍ୱଚାର ଶ୍ୟାମଳପଣରୁ ବଞ୍ଚିବା ପାଇଁ, ତଳେ ଲେଖା ଯାଇଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଦୈନଦିନ ଜୀବନରେ ଆମେ କିଛି ଖାଦ୍ୟର ମାତ୍ରାଧିକ ସେବନ କରିବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଏବଂ ରଙ୍ଗ ବର୍ଣ୍ଣରେ ପରିବର୍ତ୍ତନ ଆସେ । ଠିକ ସେହିଭଳି କିଛି ଖାଦ୍ୟର ମାତ୍ରାଧିକ ସେବନ କରିବା ଆମ ଶରୀରର ରଙ୍ଗରେ ପରିବର୍ତ୍ତନ ହେବା ସହ ଚର୍ମ ଖରାପ ହେବାର ଅନେକ ସମ୍ଭାବନ ଥାଏ । ନିମ୍ନରେ ସେହି ସବୁ ଖାଦ୍ୟ ବିଷୟରେ କିଛି ତଥ୍ୟ ପ୍ରଦାନ କରାଗଲା ।
- ଗୋଟିଏ ଦିନରେ ତିନି କପରୁ ଅଧିକ କଫି ପିଇବାରୁ ନିବୃତ ରୁହନ୍ତୁ, କାରଣ ଏଥିରେ ଥିବା କେଫିନ ନାମକ ଦ୍ରବ୍ୟଆପଣଙ୍କୁ ଚିନ୍ତା କରିବା ପାଇଁ ଉତ୍ସାହିତ କରିଥାଏ, ଯାହା ଦ୍ୱାରା ଆପଣଙ୍କ ତ୍ୱଚା ଶ୍ୟାମଳ ହୋଇଥାଏ ।
- ଅଧିକ ମିଠା ଖାଇବାରୁ ନିବୃତ ରୁହନ୍ତୁ , ଏହାର ଅତ୍ୟଧିକ ସେବନ କରିବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରାର ପରିମାଣ ବଢିଥାଏ , ଯାହା ଫଳରେ ତ୍ୱଚାରେ ଥିବା ଟିସୁ ନଷ୍ଟ ହେବା ଦ୍ୱାରା ଆପଣଙ୍କ ତ୍ୱଚାର ରଙ୍ଗ ମଧ୍ୟ କମିଯାଇଥାଏ ।
- ହ୍ୱାଇଟ ବ୍ରେଡ( ଧଳା ପାଉରୁଟି) ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଇନସୁଲିନର ପରିମାଣ ବଢିବାଥାଏ , ଏହା ଦ୍ୱାରା ତ୍ୱଚାରେ ତୈଳ ମାତ୍ରା ବଢିବା ଦ୍ୱାରା ଆପଣଙ୍କ ରଙ୍ଗରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
- ଅତ୍ୟଧିକ ରାଗଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣ ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ, ଯାହାକି ତ୍ୱଚାକୁ ଶ୍ୟାମଳ କରିପାରେ ।
- କମଳା ରସ କିମ୍ବା କମଳା ଜୁସ ପିଇବା ଦ୍ୱାରା ଏହା ମଧ୍ୟ ଆପଣଙ୍କ ତ୍ୱଚାକୁ ଶ୍ୟାମଳ କରିଥାଏ, କାରଣ ଏଥିରେ ଫାଇବର ବା ତନ୍ତୁ ଜାତୀୟ ଖାଦ୍ୟ ପରିମାଣ କମ୍ ଥିବାରୁ ରକ୍ତ ସଂଞ୍ଚାଳନ ଠିକ ସେ ହୋଇନଥାଏ ।
- ମଦ ପିଇବା ଦ୍ୱାରା ୟୁରିଆର ମାତ୍ରା ବଢିବା ସହ ଶରୀରରେ ଜଳୀୟ ଅଂଶ କମିଯାଇଥାଏ , ଯାହା ଦ୍ୱାରାକି ଏହା ତ୍ୱଚାର ଟିସୁକୁ କ୍ଷତି ପହଞ୍ଚାଇବା ଦ୍ୱାରା ରଙ୍ଗରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।