• ବେତାର ବ୍ୟୁରୋ

ମାରୁତି ସୁଜୁକିର ନୂଆ ଏସ-କ୍ରସ ବିକ୍ରି ଆରମ୍ଭ


ମାରୁତି ସୁଜୁକି ପକ୍ଷରୁ ଏହାର ନୂତନ ଏସ-କ୍ରସ ଫେସଲିପ୍ଟକୁ ସାରା ଭାରତରେ ଶୁଭାରମ୍ଭ କରାଯାଇଛି । ଏହି ମାରୁତି ସୁଜୁକି ଏସ- କ୍ରସ ଫେସଲିଫ୍ଟର ପ୍ରାରମ୍ଭିକ ମଲ୍ୟ ଟ୮.୪୯ ଲକ୍ଷ ଏକ୍ସ-ସୋରୁମ(ଦିଲ୍ଲୀ)ରୁ ଆରମ୍ଭ ହେଉଥିବା ବେଳେ ଏହାର ସବୁଠାରୁ ଅତ୍ୟାଧୁନିକ ମଡେଲର ମୂଲ୍ୟ ରହିଛି ଟ୧୧.୨୯ ଲକ୍ଷ ।

ଏହା କାରଟିର ସିଗମା, ଡେଲଟା, ଜେଟା ଏବଂ ଆଲଫା ଭଳି ଚାରୋଟି ଭାରିଏଣ୍ଟ ରହିଛି, ଯାହାକି କେବଳ ନେକ୍ସା ପ୍ରିମିୟମରେ ଉପଲବ୍ଧ ରହିବ ।

ଦେଖିବାକୁ ଅନେକାଂଶରେ ପୁରୁଣା ଏସ-କ୍ରଶ ଭଳି ଲାଗୁଥିଲେ ହେଁ ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି । ଏହି ନୂଆ ଏସ-କ୍ରସର ସାମନା ଭାଗଟିରେ କ୍ରୋମ ଗ୍ରିଲ, ଚିସେଲଡ ବୋନେଟ ରହିବା ସହ ହେଡଲ୍ୟାମ୍ପକୁ ନୂତନ ଭାବରେ ଡିଜାଇନ କରାଯାଇଛି । ଏଥିସହ ଏଥିରେ ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଶକ୍ତ ଫ୍ରଣ୍ଟ ବମ୍ପର, ଚଉଡା ଏୟାର ଡ୍ୟାମ ଏବଂ ନୂଆ ଡିଜାଇନର ଫଗ ଲ୍ୟାମ୍ପ ମଧ୍ୟ ରହିଛି ।

ଏହାର ହୁଡ (କାର ଛାତ) ପୁରୁଣା ଏସ-କ୍ରଶ ଠାରୁ ଭିନ୍ନ ହେଇଥିବା ବେଳେ ଏହାର ଟାୟାର ପୁରୁଣା ସଂସ୍କରଣ ଠାରୁ ସାମାନ୍ୟ ଚଉଡା । କମ୍ପାନୀ ଏହାର ଇଞ୍ଜିନ ବଦଳେଇ 1.3 ଲିଟର ଡିଜେଲ ମେସିନ ରଖିଛି ଯାହାକି ଆଗରୁ 1.6 ଲିଟର ଆକାରର ଥିଲା ।

ନୂଆ (ବାମ)ଏବଂ ପୁରୁଣା (ଡାହାଣ) S-cross

ନୂଆ ଏସ-କ୍ରଶରେ ସ୍ମାର୍ଟଫୋନରୁ ଗୀତ ଶୁଣିପାରିବା ପାଇଁ ଏକ ଡିଜିଟାଲ ସ୍କ୍ରିନ ବୋର୍ଡ ଲାଗିବା ସହିତ ମୋବାଇଲରୁ କାରରେ ଗୀତ ଶୁଣିବା ନିମନ୍ତେ ଆପଲ କାର ପ୍ଲେ ତଥା ଆଣ୍ଡ୍ରୋଏଡ ଅଟୋ ଭଳି ସଫ୍ଟୱେର ଆଗରୁ ଲୋଡ ହେଇ ରହିଛି ।

ଚାରୋଟି ଭାରିଏଣ୍ଟ ମଧ୍ୟରୁ ସିଗମାର ମୂଲ୍ୟ ଟ୮.୪୯ ଲକ୍ଷ ରହିଥିବା ବେଳେ, ଡେଲ୍ଟାର ମୂଲ୍ୟ ଟ୯.୩୯ ଲକ୍ଷ, ଜେଟାର ମୂଲ୍ୟ ୯.୯୮ ଲକ୍ଷ ଏବଂ ଆଲଫାର ମୂଲ୍ୟ ୧୧.୨୯ ଲକ୍ଷ ରହିଛି ।

#cars

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon