• ବେତାର ବ୍ୟୁରୋ

ସନ୍ନି ଲିଓନିଙ୍କୁ ଦେଖାକରିବାକୁ ଇଛୁକ ଥିଲେ ରାମ ରହୀମ : ରାକ୍ଷୀ ସାୱନ୍ତ


ବଳାତ୍କାର ଦୋଷୀ ବାବା ରାମ ରହୀମ ସବୁବେଳେ ବଲିଉଡର ଆଇଟମ ଗାର୍ଲ ଝିଅ ମାନଙ୍କ ସହିତ ମିଶିବାକୁ ଚାହୁଁଥିଲେ ଓ ଖାସ କରି ସନ୍ନି ଲିଓନିଙ୍କୁ ଦେଖା କରିବାକୁ ବହୁତ ଉତ୍ସୁକ ଥିଲେ ରାକ୍ଷୀ ସାୱନ୍ତ ଏକ ଘରୋଇ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ।

“ବାବା ତାଙ୍କ ଗୁମ୍ଫାରେ ଓ ବାହାରେ ଅନେକ ସମୟରେ ପାର୍ଟି କରୁଥିଲେ । ମୁଁ ତାଙ୍କର ବହୁତ ପାର୍ଟିକୁ ବହୁତ ଥର ଯାଇଛି । ବାବା ଅନେକ ଥର ମୋ ସହିତ କଥା ହେବା ବେଳେ ସନ୍ନି ଲିଓନି ସହିତ ଦେଖା କରେଇବାକୁ କହୁଥିଲେ । ଯଦିଓ ମୁଁ ସନ୍ନି ଲିଓନିକୁ ଭଲ ଭାବେ ଜାଣେ, ମୁଁ ଏଥିପାଇଁ ରାଜି ହେଇ ନ ଥିଲି ଓ ବାରମ୍ବାର ବାବାଙ୍କ କଥାକୁ ଟାଳି ଦେଉଥିଲି ।

ରାମ ରହୀମଙ୍କ ଧରମ ଝିଅ ହନୀପ୍ରୀତ ମଙ୍ଗଳବାର (ଅକ୍ଟୋବର 3) ଦ୍ଵିପ୍ରହରରେ ହରିୟାଣା ପୋଲିସ ଦ୍ଵାରା ଗିରଫ ହେବାପରେ ଏକ ଘରୋଇ ନ୍ୟୁଜ ଚାନେଲକୁ ଫୋନ ଯୋଗେ ବଲିଉଡରେ ଆଇଟମ ଗାର୍ଲ ଭାବେ ପରିଚିତ ଥିବା ରାକ୍ଷୀ ସାୱନ୍ତ ଏକଥା କହିଥିଲେ ।

ଏ ବିଷୟରେ ବିସ୍ତୃତ ତଥ୍ୟ ଦେଇ ରାକ୍ଷୀ କହିଥିଲେ “ମୋ ଠାରୁ କୌଣସି ସୁବିଧା ନ ପାଇବା ଦେଖି ବାବା ପ୍ରଥମେ ସନ୍ନି ଲିଓନିଙ୍କ ସେକ୍ରେଟାରୀଙ୍କ ସହିତ ଓ ପରେ ସନ୍ନିଙ୍କ ସ୍ଵାମୀଙ୍କ ସହିତ ସାକ୍ଷାତ କରିଥିଲେ । ଡାନିଏଲ (ସନ୍ନିଙ୍କ ସ୍ଵାମୀ)କୁ ବାବା କହିଥିଲେ ଯେ ତାଙ୍କ ଫିଲ୍ମ ବହୁତ ଭଲ ବ୍ୟବସାୟ କରୁଛି ଓ ଆଗାମୀ ଚଳଚ୍ଚିତ୍ରରେ ସେ ସନ୍ନିଙ୍କୁ ନେବା ପାଇଁ ଆଗ୍ରହୀ । ଏଥିପାଇଁ ଡାନିଏଲକୁ କିଛି ପଇସା ମଧ୍ୟ ବାବା ଦେଇଥିଲେ । ଏହାପରେ ଆଗକୁ କଣ ହେଲା ମୁଁ ଜାଣିନି।“

ଗିରଫ ହେବା ଆଗରୁ ହନୀପ୍ରୀତ ଏକ ନ୍ୟୁଜ ଚାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ ତାଙ୍କର ଓ ବାବାଙ୍କ ମଧ୍ୟରେ ବାପ ଓ ଝିଅ ଭଳି ସମ୍ବନ୍ଧ ଥିଲା ଓ ସେ ନିଜେ କେବେ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ନ ଥିଲେ ।

ତେବେ ରାକ୍ଷୀ ନିଜର ଇଣ୍ଟରଭିଉରେ କହିଥିଲେ କି ହନୀପ୍ରିତ ନିଜେ ବଲିଉଡରେ କାମ କରିବାକୁ ଆଗ୍ରହୀ ଥିଲେ । ବାବା ସେଥିପାଇଁ ବମ୍ବେରେ ଏକ ଷ୍ଟୂଡିଓ ମଧ୍ୟ ଖୋଲିଥିଲେ । ବାବାଙ୍କ ସହିତ ଏକାନ୍ତରେ କଥା ହେବାପାଇଁ ହନୀପ୍ରତି ଅନେକ ବଲିଉଡର ମହିଳା କଳକାରଙ୍କୁ କହୁଥିଲେ ବୋଲି ରାକ୍ଷୀ କହିଥିଲେ ।

ସେହିପରି ଅନ୍ୟ ଏକ ବଲିଉଡ ନାୟିକା ତଥା ମଡେଲ ମରିନା କୁୱର ବାବାଙ୍କ ନାମରେ ଅଭିଯୋଗ ଆଣି କହିଥିଲେ ,”ବାବା ବହୁତ ଥର ମୋତେ ତାଙ୍କ ଫିଲ୍ମରେ କାମ ଦେବା ଓ ସେହି ବିଷୟରେ ଆଲୋଚନା କରିବା ନିମନ୍ତେ ତାଙ୍କ ଗୁମ୍ଫାକୁ ଡାକୁଥିଲେ । ହେଲେ ମୁଁ କେବେ ବି ସେଠିକି ଯାଇ ନ ଥିଲି । ବାବା ଜଣେ ସଉକିଆ ବ୍ୟକ୍ତି ଥିଲେ ଓ ଆକର୍ଷଣୀୟ ତରୁଣୀ ଓ ତରୁଣଙ୍କ ସହିତ ମିଶିବାକୁ ପସନ୍ଦ କରୁଥିଲେ।“

#recent

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon