• ବେତାର ବ୍ୟୁରୋ

ଶୁଖିଲା ମୁହଁ ପାଇଁ ଉପକାରୀ ଜାମୁକୋଳି ରସ


ବର୍ଷାଋତୁ ଆରମ୍ଭ ହେବା ମାତ୍ରେ ସହର ,ବଜାର ଏବଂ ଗାଁ ମାନଙ୍କରେ ଜାମୁକୋଳିର ପ୍ରଚୁର ଉପଲବ୍ଧ ରହିବା ସହ ଏହି ସୁସ୍ୱାଦିଆ କୋଳିକୁ ଖାଇବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥାଏ । ସୁସ୍ଵାଦୁ ହେବା ସହିତ ଏହା ମଧ୍ୟରେ ଭରି ରହିଥାଏ ଅନେକ ଔଷଧୀୟ ଗୁଣ, ଯାହାକୁ ଆପଣ ମାନେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହା ଔଷଧୀୟ ଗୁଣ ସଂପର୍କରେ ।

-ଜାମୁକୋଳିକୁ ଖାଇବା ଦ୍ୱାରା, ତ୍ୱଚା ସତେଜ ରହିବା ସହ ତ୍ୱଚ୍ଚାରେ ଥିବା ଦାଗ ମଧ୍ୟ ଧିରେ ଧିରେ ଦୁରେଇ ଯାଇଥାଏ । ତେବେ ଏହାର ମଞ୍ଜିକୁ ପେସି କ୍ଷୀରରେ ମିଶାଇ ପେଷ୍ଟ କରି ମୁହଁରେ ଲଗାଇବା ଦ୍ୱାରା ତ୍ୱଚ୍ଚାରେ ଚମକ ଆସିଥାଏ ।

-ଶୁଖିଲା ଦିଶୁଥିବା ମୁହଁ ପାଇଁ ଜାମୁକୋଳି ରସରେ ଏକ ଚାମଚ ମହୁ ମିଶେଇ ମୁହଁ ଓ ବେକରେ ଲଗେଇ ଦିଅନ୍ତୁ । ଏହି ମିଶ୍ରଣକୁ ଲଗେଇ 3 ମିନିଟ ପରେ ଧୋଇ ଦିଅନ୍ତୁ । ଏହାପରେ ଶୁଖିଲା ମୁହଁ ସତେଜ ଦିଶିଥାଏ। ଏହାର କାରଣ ହେଲା ଜାମୁକୋଳିରେ 85% ଜଳୀୟ ଅଂଶ ଥାଏ ।

-ତେଲିଆ ମୁହଁ ପାଇଁ ଦୁଇ ଚାମଚ ମୁଲତାନି ମାଟିରେ ଦେଢ ଚାମଚ ଜାମୁକୋଳି ରସ ମିଶେଇ ଲଗାନ୍ତୁ । ଯଦି ମୁହଁରେ ବ୍ରଣ ଅଛି ତେବେ ଏଥିରେ ଦୁଇ ବୁନ୍ଦା ଚା’ ତେଲ ମଧ୍ୟ ପକାଇପାରିବେ । ଏହି ମିଶ୍ରଣକୁ ମୁହଁରେ ଲଗେଇ ଦୁଇ ମିନିଟ ପାଇଁ ରଖନ୍ତୁ ଓ ପରେ ଧୋଇ ଦିଅନ୍ତୁ । ମୁହଁରୁ ତେଲିଆ ଅଂଶ ହଟିଯିବ ।

-ଜାମୁକୋଳିର ମଞ୍ଜିକୁ ଖାଇବା ଦ୍ୱାରା ରକ୍ତରେ ସର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ , ଯାହାକି ମଧୁମେୟ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ପେସି ପାଣିରେ ମିଶ୍ରଣ କରି ପଇବା ଦ୍ୱାରା ଭୋକ ବଢିଥାଏ । ଏହା ସହ କୋଷ୍ଠକାଠିନ୍ୟ ସମସ୍ୟା ଏବଂ ମଧୁମେୟ ଟାଇପ-୨କୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏଥିରେ ଭିଟାମିନ- ସି ପ୍ରଚୁର ରହିଥାଏ ।

- ଏହାକୁ ଖାଇବା ଦ୍ୱାରା ପେଟରେ ହଜମ ଶକ୍ତି ବୃଦ୍ଧି ପାଇବା ସହ, କ୍ୟାନସର ଏବଂ ମୁହିଁ ଫୁଲୁଥିବା ରୋଗୀ ମାନଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ । ଜାମୁ କୋଳିକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

- ଯଦି ଛୋଟ ପିଲା ରାତିରେ ଶୋଇଲା ବେଳେ ମୁତ୍ର ତ୍ୟାଗ କରନ୍ତି , ତେବେ ଏହାର ମଞ୍ଜିକୁ ପେଶୀ ପାଣିରେ ଦିନକୁ ଦୁଇ ତିନି ଥର ପିଇାବକୁ ଦେବା ଦ୍ୱାରା ଏହି ରୋଗ ଦୂରେଇ ଯାଇଥାଏ ।

#health #skin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon