• ବେତାର ବ୍ୟୁରୋ

ବିନା ପ୍ରମୋଶନରେ ଫିଲ୍ମ ପ୍ରଚାର କରିବେ କରଣ ଜୋହର


ବଲିଉଡର ଖ୍ୟାତାନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ/ପ୍ରଯୋଜକ କରଣ ଜୋହର ତାଙ୍କ ପ୍ରଡକ୍ସନ କମ୍ପାନୀ ଅଧୀନରେ ଆଗକୁ ରିଲିଜ ହେବାକୁ ଥିବା ସସପେନ୍ସଧର୍ମୀ ଚଳଚ୍ଚିତ୍ର ପାଇଁ କୌଣସି ପ୍ରକାର ପ୍ରମୋଶନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସୋସିଆଲ ମେଡିଆ ଓ ଖବରକାଗଜ/ମଗାଜିନରେ ଛାପା ବିଜ୍ଞାପନ ଜରିଆରେ ଏହାର ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଲିଉଡରେ ସାଧାରଣତଃ ଫିଲ୍ମ ପ୍ରସାର ପାଇଁ ଭଲ ଗୀତକୁ ମାଧ୍ୟମ କରାଯାଉଥିବା ବେଳେ ଏହି ଫିଲ୍ମରେ କୌଣସି ଗୀତ ରଖାଯାଇନି ବୋଲି ନିର୍ମାତାମାନେ କହିଛନ୍ତି।

ଏହାର ଟ୍ରେଲର ରିଲିଜ କରିବା ଅବସରରେ ନିଜ ଟ୍ଵିଟର ଆକାଉଣ୍ଟରେ ନିର୍ମାତା ଏକଥା ଉଲ୍ଲେଖ କରିଛନ୍ତି ।

ଆସନ୍ତା ନଭେମ୍ବର 3ରେ ରିଲିଜ ହେବାକୁ ଥିବା “ଇତ୍ତେଫାକ” ଚଳଚ୍ଚିତ୍ରରେ ସିଦ୍ଧାର୍ଥ କପୁର, ସୋନାକ୍ଷୀ ସିହ୍ନା ଓ ବିନୋଦ ଖାନ୍ନାଙ୍କ ପୁତ୍ର ଅକ୍ଷୟ ଖାନ୍ନା ଅଭିନୟ କରିଛନ୍ତି । ଫିଲ୍ମର ବିଷୟବସ୍ତୁ ଏକ ହତ୍ୟା ଉପରେ ଆଧାରିତ, ଯାହାର ଅଭିଯୁକ୍ତମାନେ ଦୁଇଟି ଘଟଣା ବର୍ଣ୍ଣନା କରିଛନ୍ତି । ପୋଲିସ କିଭଳି ଏହି ଦୁଇ କାହାଣୀ ଭିତରୁ ସତ୍ୟକୁ ଖୋଜି ବାହାର କରୁଛି, ତାହା ହିଁ ଏହି ଫିଲ୍ମର ବିଷୟବସ୍ତୁ । ଏହି ଟ୍ରେଲରର ଲୋକପ୍ରିୟତା ଉପରେ ଫିଲ୍ମର ପ୍ରଚାର ଓ ପ୍ରସାର ନିର୍ଭର କରୁଛି ବୋଲି ଜୋହର କହିଛନ୍ତି ।

ପ୍ରାୟ ସବୁ ବଲିଉଡ ଫିଲ୍ମ ନିଜର ପ୍ରମୋଶନ ପାଇଁ ଟିଭିରେ ଆସୁଥିବା ଲୋକପ୍ରିୟ ଶୋ’କୁ ବାଛୁଥିବାବେଳେ, କରଣ ଜୋହରଙ୍କ ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟନକ ମନେହୁଏ । ତେବେ ଏହି ନିଷ୍ପତ୍ତି ଫିଲ୍ମ ମାର୍କେଟିଂଗ ପାଇଁ ଏକ ନୂଆ ବାଟ ଦେଖାଇବ ବୋଲି ସେ କହିଛନ୍ତି ।

ଏହି ଚଳଚ୍ଚିତ୍ରଟି 1969ରେ ରିଲିଜ ହେଇଥିବା ରାଜେଶ ଖାନ୍ନାଙ୍କ ଅଭିନୀତ ଇତ୍ତେଫାକର ଏକ ରିମେକ । ଶାହରୁଖ ଖାନ ଗତବର୍ଷ ଏହି ଫିଲ୍ମର ସ୍ଵତ୍ଵ (ରାଇଟ୍ସ) କିଣିବା ପରେ ତାଙ୍କ ବନ୍ଧୁ କରଣଙ୍କ ସହିତ ମିଶି ଏହି ଫିଲ୍ମକୁ ତିଆରି କରିବାର ନିଷ୍ପତ୍ତି ନେଇଥିଲେ ।

#infotainment #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon