• ବେତାର ବ୍ୟୁରୋ

ପ୍ୟାରିସ ବେକେରିରେ ଏବେଠୁ ମିଳିବ ରନ୍ଧା ଖାଦ୍ୟ


ଓଡିଶା ସହ ଅନ୍ୟାନ୍ୟ ରାଜ୍ୟରେ ନିଜର ବେକେରି ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କ ଆଦୃତି ଲାଭ କରିଥିବା ପ୍ୟାରିସ ବେକେରି ଏବେ ଏହାର ଗ୍ରାହକମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିବାର ଯୋଜନା କରିଛି । ତେବେ ଏହି ସୁବିଧା ଏହାର ସମସ୍ତ ଷ୍ଟୋରରେ ମିଳିବନି ।

କମ୍ପାନୀ ତରଫରୁ ଏହାର ନୂଆ ଫର୍ମାଟ,ଯାହା ବେକେରି ଏବଂ ରେଷ୍ଟୁରାଣ୍ଟର ଏକ ମିଶ୍ରଣ ରୂପ "ପ୍ୟାରିସ ବେକେରି ଫୁଡ ପ୍ଲାଜା"ରେ ଏହି ଅନୁଭୂତି ମିଳିବ । ଏହାର ପ୍ରଥମ ଷ୍ଟୋରଟି ସ୍ଥାନୀୟ ଗଜପତି ନଗରସ୍ଥିତ ଟ୍ରିପଲେକ୍ସ ବିଲଡିଙ୍ଗରେ ଶୁଭାରମ୍ଭ ହୋଇଛି ।

ଏହି ଷ୍ଟୋରଟି ୧୦,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ପରିବ୍ୟାପ୍ତ ଥିବା ବେଳେ,ଏଠାରେ ଗ୍ରାହକମାନେ ସମସ୍ତ ବେକେରିର ଉତ୍ପାଦ, ଯେପରି ବ୍ରେଡ, କୁକିସ୍, କେକ୍, ପେଷ୍ଟ୍ରି, ଏଫଏମସିଜି ଏବଂ ଜୁସ ଆଦି ସହ ରେଷ୍ଟୁରାଣ୍ଟ ପରି ଏଠାରେ ଚାଟ, ମିଷ୍ଠାନ୍ନ, ବିଭିନ୍ନ ପାନୀୟ ଦ୍ରବ୍ୟ ସହ ଇଣ୍ଡିଆନ, ଚାଇନିସ୍, ନର୍ଥ ଇଣ୍ଡିଆନ, ସାଉଥ ଇଣ୍ଡିଆନ ଆଦି ଖାଦ୍ୟ ପାଇପାରିବେ ।

ଏହି ଫୁଡ ପ୍ଲାଜାର ଶୁଭାରମ୍ଭ ଅବସରରେ ପ୍ୟାରିସ ବେକେରି ବ୍ରାଣ୍ଡର ମାଲିକ ତଥା ନେକ୍ଟାରସ ଫୁଡ ପ୍ରାଇଭେଟ ଲିମିଟେଡ ଅଧ୍ୟକ୍ଷ ଜୟନାରାୟଣ ପୂଜାପଣ୍ଡା, କହିଛନ୍ତି, “ପ୍ୟାରିସ ବେକେରି ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସୁସ୍ୱାଦୁ ଖାଦ୍ୟ ପାଇଁ ଓଡିଶାବାସୀଙ୍କ ଠାରୁ ଉତ୍ସାହଜନକ ସମର୍ଥନ ପ୍ରାପ୍ତ କରିଛି । ଲୋକ ମାନଙ୍କର ଏହି ପ୍ରଶଂସାକୁ ସମ୍ମାନ ଜଣାଇ କମ୍ପାନୀ ଏହାର ନୂତନ ବେକେରି ଏବଂ ରେଷ୍ଟୁରାଣ୍ଟର ମିଶ୍ରଣର ଫୁଡ ପ୍ଲାଜା ଫର୍ମାଟକୁ ଓଡିଶାରେ ଲଞ୍ଚ କରିଛି । ଓଡିଶାରେ ପୂର୍ବରୁ ଏହିଭଳି କୌଣସି ଷ୍ଟୋର ନଥିବା ବେଳେ, କମ୍ପାନୀ ଏହି ନୂତନ ଷ୍ଟୋର ଦ୍ୱାରା ଗ୍ରାହକଙ୍କୁ ସୁସ୍ୱାଦୁ ଖାଦ୍ୟ ଯୋଗାଇବା ପାଇଁ ଥିବା ପ୍ରତିବଦ୍ଧତାକୁ ଦୃଢିଭୁତ କରିଛି ।”

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାସ ରଞ୍ଜନ, ପରିଚାଳନା ନିର୍ଦ୍ଦେଶକ ଏବଂ ଅଂଶୁମାନ ମିଶ୍ର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କମ୍ପାନୀର ବର୍ତ୍ତମାନ ସୁଦ୍ଧା ଓଡିଶାରେ ସମୁଦାୟ ୩୦ଟି ଷ୍ଟୋର ରହିଥିବା ବେଳେ, କୋଲକାତ ଠାରେ ୮ଟି ଷ୍ଟୋର ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଧ୍ୟା କମ୍ପାନୀ ୧୦ଟି ନୂତନ ଷ୍ଟୋର ଓଡିଶାର ବିଭିନ୍ନ ଜିଲ୍ଲା ସମ୍ମେତ ରାଜ୍ୟ ବାହାରେ ଯଥା ଛତିଶଗଡ, ଝାଡଖଣ୍ଡ, ବିଶାଖାପାଟଣମ ଆଦି ସ୍ଥାନ ମାନଙ୍କରେ ଖୋଲିବାର ଯୋଜନା ରଖିଛି ।

ଏହା ସହ କମ୍ପାନୀ ଭେନିସିଆ ବ୍ରାଣ୍ଡରେ ଆଇସକ୍ରିମ ଏବଂ ପ୍ରାଇଡ ବ୍ରାଣ୍ଡରେ ନମକିନ ବଜାରରେ ଉପଲବ୍ଧ କରୁଛି ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon