• ବେତାର ବ୍ୟୁରୋ

ମଧୁମେହ ଠାରୁ ମୁଣ୍ଡବ୍ୟଥା ନିମନ୍ତେ ପଇଡ ପାଣିର ଉପକାରିତା


ଫଳ ମାନଙ୍କ ମାଧ୍ୟରେ ପଇଡ ଯେପରି ଶ୍ରେଷ୍ଠ ଅଟେ, ଠିକ ସେହିପରି ପଇଡ ମଧ୍ୟରେ ଥିବା ଅମୃତ ସମାନ ପାଣିର ଉପକାରିତା ମଧ୍ୟ ଅନେକ ଥାଏ । ଏହା ପାଣିର ସ୍ୱାଦ ଯେପରି ମଧୁର ଅଟେ, ଠିକ ସେହିପରି ଏହା ମଧ୍ୟରେ ଅନେକ ଔଷଧି ଗୁଣ ଭରିରହିଥାଏ । ପଇଡ ପାଣିର ପ୍ରଭାବରେ ଶରୀରରେ ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ତଥ୍ୟ –

- ପଇଡ ପାଣିରେ ଭରି ରହିଛି ଅନେକ ମାତ୍ରର ଫାଇବର , ଯାହାକି ଆପଣଙ୍କ ପାଚନ ପ୍ରକ୍ରିୟାକୁ ସୁଦୃଢ କରିବାରେ ବେଶ ସହାୟକ ହୋଇଥାଏ । ଏହା ପାଣି ଶରୀରରେ ଥିବା ବଦ ହଜମୀ ସମସ୍ୟାକୁ ଦୂର କରିବା ସହ କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

- ପଇଡ ପାଣି ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ । ପଇଡ ପାଣି ଓଜନ ହ୍ରାସ କରିବା ସହ ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ।

- ଶରୀରରେ ମ୍ୟାଗ୍ନେସିୟମ ମାତ୍ରା କମ ରହିଲେ ମ୍ୟଗ୍ରେନ ରୋଗ ହୋଇଥାଏ । ଚିକିତ୍ସକଙ୍କ ମତରେ ଦୈନିକ ଏକ ଗିଲାସ ପଇଡ ପାଣି ପିଇବା ଦ୍ୱାରା ମାଇଗ୍ରେନ ରୋଗରୁ ମୁକ୍ତି ମିଳିବା ସହ ମୁଣ୍ଡ ବ୍ୟଥା ଦୂର ହୋଇଯାଏ ।

- ପଇଡ ପାଣ ମିଠା ହେବା ସତ୍ତେ୍ୱ ଏହା ପିଇବା ଦ୍ୱାର ମଧୁମେୟ ରୋଗ ନିୟନ୍ତ୍ରିତ ହୋଇଥାଏ ।

- ଏଥିରେ ଭରି ରହିଛି ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ । ଏହା ଦ୍ୱାରା ତ୍ୱଚ୍ଚା ଉଜ୍ୱଳ ହେବା ସହ ଶରୀରରେ ଥିବା କଟା ବା କ୍ଷତ ଚିହ୍ନ ମଧ୍ୟ ଦୂର ହୋଇଯାଏ ।

- ଏହା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ମଧ୍ୟ ହୋଇଥାଏ ।

- ଏହା ପିିଇବା ଦ୍ୱାରା ଆଳସ୍ୟ ପଣ ଦୂର କରିଥାଏ ଏବଂ ଦିନ ସାରା କାମ କରିବାକୁ ଶକ୍ତି ପ୍ରଦାନ କରେ ।

- ଦୈନିକ ପଇଡ ପାଣି ପିଇବା ଦ୍ୱାରା ହୃଦଜନିତ ସମସ୍ୟା ହୋଇନଥାଏ । ଏହା ସହ ଶରୀରରେ ହରମୋନ ଶକ୍ତି ବୃଦ୍ଦି କରିବାରରେ ସହାୟକ ହୋଇଥାଏ , ଏବଂ କ୍ୟାନସର ସୃଷ୍ଟି କରୁଥିବା ସେଲ ଗୁଡିକୁ ନିଷ୍କ୍ରିୟ କରିଦେଇଥାଏ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon