• ବେତାର ବ୍ୟୁରୋ

ଗତ ସପ୍ତାହର ଟ10,000 ରୁ କମ ସ୍ମାର୍ଟଫୋନ


ପାନାଶୋନିକ ଏଲୁଗା ଆଇ୪-ପାନାଶୋନିକ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ୍ ଏଲୁଗା ଆଇ୪ର ଶୁଭାରମ୍ଭ କରାଯାଇଛି । ଏଥିରେ ୫.୦୦ ଇଞ୍ଚର ସ୍କ୍ରିିନ ରହିଛି । ଏହି ସ୍ମାର୍ଟଫୋନଟିରେ ୧.୨୫ଜିଏଚଜେଡ କ୍ୱାଡ-କୋର ପ୍ରୋସେସର ରହିଥିବା ବେଳେ ଏଥିରେ ୨ଜିବି ରାମ୍ ଏବଂ ୧୬ ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏହାର ପଛ ଭାଗରେ ୮ ଏମପିର ପ୍ରାଇମେରି କ୍ୟାମେରା ରହିଥିବା ବେଳେ ପଛ ଭାଗରେ ସେଲଫି ପାଇଁ ୫ ଏମପିର ଫ୍ରଣ୍ଟ ସୁଟର କ୍ୟାମେରା ରହିଛି । ଏଥିରେ ଆଣ୍ଡ୍ରଏଡ ୭.୦ ରହିଥିବା ବେଳେ , ୱାଇ-ଫାଇ, ଜିପିଏସ, ବ୍ଲୁଟିଥ , ୟୁଏସବି ଓଟିଜି , ଏଫଏମ, ଡୁଆଲ ସିମ(ଜିଏସଏମ ଏବଂ ଜିଏସଏମ), ୩ଜି ଏବଂ ୪ଜି ସାମର୍ଥ୍ୟ ବିଶିଷ୍ଟ । ୩୦୦୦ ଏମ୍ଏଏଚ କ୍ଷମତା ସମ୍ପନ୍ନ ଥିବା ଏହି ନନ୍ ରିମୁଭଭାଲ ସ୍ମାର୍ଟଫୋନର ମୂଲ୍ୟ ରହିଛି ଟ୮,୨୯୦

ନୋକିଆ ୩୩୧୦- ନୋକିଆ ପକ୍ଷରୁ ଏହାର ନୂଆ ୩ଜି କିପ୍ୟାଡ ସ୍ମାର୍ଟଫୋନ୍ ୩୩୧୦ର ଉନ୍ମୋଚନ କରାଯାଇଛି । ଯେଉଁଥିରେ କି ୨.୪୦ ଇଞ୍ଚର ଡିସପ୍ଲେ ରହିଛି । ଏଥିରେ ୬୪ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ୩୨ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଫିଚର ଦୃଷ୍ଟିରୁ ଏଥିରେ ଫିଚର ଅପେରେଟିଙ୍ଗ ସିଷ୍ଟମ ରହିଥିବା ବେଳେ ବ୍ଲିଟୁଥ, ଏଫଏମ୍ ଡୁଆଲ ସିମ୍(ଜିଏସଏମ୍) ଏବଂ ପଛ ଭାଗରେ ୨ ଏମପିର କ୍ୟାମେରା ମଧ୍ୟ ରହିଛି, ଯେଉଁଥିରେ କି ମାଇକ୍ରୋ ସିମ ମଧ୍ୟ ସମର୍ଥନ କରିବ । ଏହି ଫୋନଟିରେ ୧୨୦୦ଏମ୍ଏଏଚ ବ୍ୟାଟେରି ରହିଛି ।ଏହାର ଦାମ ଟ 3,600

ପାନାଶୋନିକ ପି୯୯- ଏଲୁଗା ରାଏ ୫୦୦, ଏଲୁଗା ୭୦୦ ଏବଂ ଏଲୁଗା ଆଇ୪ ଶୁଭାରମ୍ଭ ପରେ, ପାନାଶୋନିକ ପୁଣି ଏକ ବ୍ୟୟସାପେକ୍ଷ ସ୍ମାର୍ଟଫୋନ ପି୯୯ର ଉନ୍ମୋଚନ କରାଇଛି । ଏଥିରେ ୪ଜି ଭୋଲଟି ରହିଥିବା ବେଳେ, ଆଣ୍ଡ୍ରଏଡ ୭.୦ନୋଗଟ ରହିଛି । ସ୍ୟାମ୍ପେନ ଗୋଲ୍ଡ, ବ୍ଲାକ, ଏବଂ ବ୍ଲୁ ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନ୍ର ମୂଲ୍ୟ ରହିଛି ଟ୭,୪୯୦, ଯହାକି ସମସ୍ତ ରିଟେଲ ଷ୍ଟୋରରେ ଉପଲବ୍ଧ ରହିବ । ଏଥିରେ ୫ଇଞ୍ଚର ବଡ ସ୍କ୍ରିନ ରହିଥିବା ବେଳେ କ୍ୱାଡକୋର ପ୍ରୋସେସର ୧.୨୫ଜିଏଚଜେଡ ରହିଛି । ଏଥିରେ ୨ଜିବି ରାମ୍ ଥିବା ବେଳେ ୧୬ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏହାର ପଛ ଭାଗରେ ୮ ମେଗାଫିକ୍ସେଲ କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ ୫ ମେଗାଫିକ୍ସେଲ ଫ୍ରଣ୍ଟ ସୁଟର କ୍ୟାମେରା ରହିଛି । ଏଥିରେ ୱାଇଫାଇ ,ଜିପିଏସ, ବ୍ଲଲୁଟୁୁଥ, ଏଫେମ ମଧ୍ୟ ରହିଛି, ଯାହାରକି ବ୍ୟାଟେରି କ୍ଷମତା ୨୦୦୦ଏମ୍ଏଏଚ ରହିଛି ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon