• ବେତାର ବ୍ୟୁରୋ

ଡେଙ୍ଗୁର ଘରୋଇ ଉପଚାର ପାଇଁ ଅତ୍ୟନ୍ତ ଉପାଦେୟ ଅମୃତଭଣ୍ଡା ପତ୍ର


ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଭାରି ଉପକାରୀ । ଏଥିରେ ଭିଟାମିନ ଏ, ପୋଟାସିୟମ , କ୍ୟାଲସିୟମ ଏବଂ ପ୍ରଚୁର ମାତ୍ରାରେ ଫାଇବର ମଧ୍ୟ ରହିଛି । ଏହି ଅମୃତଭଣ୍ଡା ଗଛ ପତ୍ରକୁ ଜୁସ କର ପିଇବା ଦ୍ୱାର, ଏହା ଆପଣଙ୍କର ହାଇକୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିବା ସହ ଡେଙ୍ଗୁ ଓ ଚିକେନଗୁନିଆ ଭଳି ରୋଗିଙ୍କୁ ଏହି ଅମୃତଭଣ୍ଡା ପତ୍ରର ଜୁସ ପିଇବାକୁ ପରାମର୍ଶ ଦିଆଯାଉଛି ।

- ଏହାର ପତ୍ରରେ କ୍ୟାନସର ବିରୋଧି ଗୁଣ ରହିଛି, ଯାହାକି ଏହି ଜୁସ ପିଇବା ଦ୍ୱାରା କ୍ୟାନସର ବୃଦ୍ଧି ସେଲ ବୃଦ୍ଧିକୁ ରୋକେ, ଏହା ଶରୀରର ବ୍ରେଷ୍ଟ କ୍ୟାନସର ଓ ଗର୍ଭାଶୟ କ୍ୟାନସର ସେଲ ସୃଷ୍ଟି କରିବାକୁ ବିରୋଧ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

- ଏହି ପତ୍ରର ଜୁସ ଶରୀରରେ ବ୍ୟାକଟେରିଆ ବୃଦ୍ଧି କରିବାକୁ ଦିଏ ନାହିଁ, ଏହା ଆପଣଙ୍କୁ ସଂକ୍ରମଣରୁ ମୁକ୍ତ ରଖିବ । ଏଥି ସହ ରକ୍ତରେ ହ୍ଲାଇଟ୍ ବ୍ଲଡ ସେଲ ଓ ପ୍ଲେଟ୍ଲେଟ୍ସ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ ।

- ଅମୃତଭଣ୍ଡା ପତ୍ରର ଜୁସ ଉଭୟ ଡେଙ୍ଗୁ ଏବଂ ମ୍ୟାଲେରିଆ ବ୍ୟାକ୍ଟେରିଆ ବିରୋଧରେ ଲଢିବାକୁ ଶକ୍ତି ଦିଏ । ଯାହା ଫଳରେ ଜ୍ୱରରେ ଦୁର୍ବଳ ହୋଇଯାଇଥିବା ଶରୀରକୁ ଏହା ଶକ୍ତି ପ୍ରଦାନ କରିବାରେ ମୁଖ୍ୟଭୂମିକା ଗ୍ର୍ରହଣ କରିଥାଏ ।

- ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଉପୁୟୁଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ଅମୃତଭଣ୍ଡା ପତ୍ରର ରସକୁ ତେନ୍ତୁଳି, ଲୁଣ ଓ ଗୋଟିଏ ଗ୍ଲାସ ପାଣିରେ ମିଶାଇ ଉଷୁମ କରି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପରେ ଏହା ଥଣ୍ଡା ହେଲା ପରେ ପିଅନ୍ତୁ,କିଛି ସମୟ ପରେ ଉପଶମ ମିଳିବ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon