- ବେତାର ବ୍ୟୁରୋ
ଏହି ପାଞ୍ଚ ପ୍ରକାର ଖାଦ୍ୟରୁ ଦୁରେଇ ରୁହନ୍ତୁ, ଖରାପ ହେଇପାରେ ଲିଭର

ଆଜିର ବ୍ୟସ୍ତବହୁଳ ଜୀବନରେ ଖିଆପିଆ ସମୟାନୁସାରେ ହେଇ ନ ଥାଏ । ବଜାରରେ ମିଳୁଥିବା ସୁସ୍ୱାଦୁ ଫାଷ୍ଟଫୁଡ ହେଉ , ବା ଘରେ ତିଆରି କରିନେଇଥିବା ଖାଦ୍ୟ ଅଥବା ଅସ୍ବାସ୍ଥ୍ୟକର ଜୀବନ ଶୈଳୀ , ଏ ସମସ୍ତର ଏକ ନକରାତ୍ମକ ପ୍ରଭାବ ଆମ ଯକୃତ ବା ଲିଭର ଉପରେ ପଡିଥାଏ । ଆମେରିକାସ୍ଥିତ ଲିଭର ଫାଉଣ୍ଡେସନର ଏକ ଅଧ୍ୟୟନ ଅନୁସାରେ ଆମେ ଅଜଣାତରେ ଏପରି କିଛି ଖାଦ୍ୟ ଖାଇଥାଉ ବା ଏପରି କିଛି ଜୀବନ ଶୈଳୀ ଆପଣେଇଥାଉ, ଯାହା ଲିଭର ଉପରେ ମାତ୍ରାଧିକ ବୋଝ ପକେଇବା ସହିତ ଏହାକୁ ସମୟ ଆଗରୁ ଦୁର୍ବଳ କରିଦେଇଥାଏ ।
ଯକୃତ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ପାକସ୍ଥଳୀରେ ଖାଦ୍ୟ ହଜମ ହେଇ ରକ୍ତରେ ପରିଣତ ହେବାପରେ ଏହି ରକ୍ତ ଏକ ଡାଇଜେଷ୍ଟିଭ ନଳୀ ଦେଇ ଯକୃତକୁ ଆସିଥାଏ , ଯେଉଁଠାରେ ଏହାର ବିଶୋଧନ ପ୍ରକ୍ରିୟା ଆରମ୍ଭ ହେଇଥାଏ ।ଏହାଛଡା ଆମ ଶରୀରକୁ ଆସୁଥିବା କ୍ଷତିକାରକ କେମିକାଲକୁ ଛାଣିବା ମଧ୍ୟ ଲିଭରର କାମ ଅଟେ ।ତେବେ ଏହିପରି କିଛି ଖାଦ୍ୟ ଅଛି ଯାହା ଲିଭରର ଏହି କାର୍ଯ୍ୟ ପ୍ରଣାଳୀରେ ବ୍ୟାଘାତ ସୃଷ୍ଟି କରନ୍ତି ।ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ ତଥା ଅସ୍ୱାସ୍ଥ୍ୟକର ଜୀବନଶୈଳୀ ବିଷୟରେ
1) ମିଠା : ଅଧିକାଂଶ ମିଠା ଜାତୀୟ ଖାଦ୍ୟରେ ଫୃକ୍ଟୋଜ ନାମକ ଏକ ଶର୍କରା ଅଧିକ ପରିମାଣରେ ଥାଏ , ଯାହା ଶରୀରରେ ଚର୍ବି ବଢ଼େଇବାରେ ସାହାଯ୍ୟ କରିଥାଏ ।ଏହି ଚର୍ବି ଲିଭରର କାର୍ଯ୍ୟ ପ୍ରକ୍ରିୟାରେ ବାଧା ଉତ୍ପନ୍ନ କରିଥାଏ ।ଏହି ସବୁ ଖାଦ୍ୟ ମଧ୍ୟରେ ବଜାରରେ ମିଳୁଥିବା ମୃଦୁପାନୀୟ ଅନ୍ୟତମ, କାରଣ ଏହା ଶରୀରରେ ଚର୍ବି ଅନେକ ପରିମାଣରେ ବଢେଇଥାଏ ।
2) ଅଜିନୋମୋଟ : ଅଧିକାଂଶ ଚାଇନିଜ ଖାଦ୍ୟରେ ମିଶାଯାଉଥିବା ଏହି କ୍ଷତିକାରକ ପଦାର୍ଥର ଅତ୍ୟଧିକ ସେବନ ଫଳରେ ଲିଭର ଫୁଲିବା ଦେଖାଯାଇଥାଏ ।
3) ଔଷଧ : ଏହିପରି କିଛି ଔଷଧ ଅଛି ଯାହାର ମାତ୍ରାଧିକ ସେବନ ଫଳରେ ଲିଭରର କାର୍ଯ୍ୟକ୍ଷମତା ପ୍ରଭାବିତ ହେଇଥାଏ ।ଉଦାହରଣ ସ୍ୱରୂପ ଅତ୍ୟଧିକ ଭିଟାମିନ A ଯକୃତକୁ ବିଷାକ୍ତ କରୁଥିବା ବେଳେ, ପାରାସିଟାମଲ ଭଳି ପେନକିଲର ଲିଭର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।ସେହିପରି ଆଣ୍ଟିଡିପ୍ରେସାଣ୍ଟ ଔଷଧ ମଧ୍ୟ ଲିଭର ପାଇଁ ଅପକାରୀ ।
4) ଅତ୍ୟଧିକ ଲୁଣ : ଦୈନନ୍ଦିନ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ନେବା ଫଳରେ ଲିଭରରେ ମାତ୍ରାଧିକ ପାଣି ଜମିଥାଏ ଓ ଲିଭର ଫୁଲିବାର ଭୟ ଥାଏ ।
5) ଆଲକହଲ : ମଦ୍ୟପାନ ସର୍ବଦା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏଥିରେ ଥିବା ଆଲକହଲ ଲିଭର ଫୁଲେଇବା ସହିତ ଲିଭର ସୋରିଆସୀସ ନାମକ ଏକ ରୋଗର କାରଣ ହେଇଥାଏ।