• ବେତାର ବ୍ୟୁରୋ

ଘୁଙ୍ଗୁଡି ସମସ୍ୟାରୁ କିପରି ପାଇବେ ମୁକ୍ତି


ଦିନ ହେଉ ଅବା ରାତି , ଶୋଇବା ସମୟରେ ଅନେକ ଲୋକ ଘୁଙ୍ଗିଡି ମାରିଥାନ୍ତି । ଫଳରେ ବହୁ ସମୟରେ ଲଜ୍ଜିତ ହେବାକୁ ପଡିଥାଏ । ଏହା ଦ୍ୱାରା ଆପଣଙ୍କ ପାଖରେ ଶୋଇଥିବା ବ୍ୟକ୍ତିଙ୍କ ଠାରୁ ଅପଦସ୍ତ ମଧ୍ୟ ହେବାକୁ ପଡିଥାଏ ।

ତେବେ ଏକଥା ଦେଖାଯାଏ କି ଘୁଙ୍ଗୁଡି ମାରୁଥିବା ପ୍ରାୟ୍ ଅଧିକାଂଶ ବ୍ୟକ୍ତି ଘୁଙ୍ଗୁଡି ମାରିବାକୁ ଏକ ଶାରୀରିକ ସମସ୍ୟା ହିସାବରେ ନିଅନ୍ତି ନାହିଁ । ସେମାନଙ୍କ ମତରେ ଏହା ଏକ ସ୍ଵାଭାବିକ ପ୍ରକ୍ରିୟା, ଏଥିରେ କୌଣସି ଅନିୟମିତତା ନାହିଁ ।

ତେବେ ଆୟୁର୍ବେଦ ଓ ଆଧୁନିକ ମେଡିସିନ ବିଜ୍ଞାନ ଅନୁସାରେ ଏହା ଏକ ଶାରୀରିକ ସମସ୍ୟା । ଶୋଇଥିବା ଅବସ୍ଥାରେ ଜିଭ ବା ଗଳାର କିଛି ଟିସୁ ଶ୍ଵାସ ପ୍ରକ୍ରିୟାରେ ବାଧା ପହଞ୍ଛାଇଲେ ବ୍ୟକ୍ତି ଘୁଙ୍ଗୁଡି ମାରିଥାଏ। ଆଧୁନିକ ଚିକିତ୍ସା ଶାସ୍ତ୍ର ଅନୁସାରେ ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ କରାଯାଏ, ତେବେ ଭ୍ୟବିଷ୍ୟତରେ ଏହାର୍ ପ୍ରଭାବ ହୃତପିଣ୍ଡ ଉପରେ ପଡିପାରେ ।

ତେବେ କେତେକ ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଏହା ଠାରୁ ମୁକ୍ତି । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ଉପଚାରୀକ କଥା-

-ହଳଦୀ ଏବଂ ମହୁକୁ ଏକ ଗ୍ଲାସ ପାଣି ମିଶ୍ରଣ କରନ୍ତୁ, ପରେ ଏହାକୁ ଶୋଇବା ପୂର୍ବରୁ ପିଅନ୍ତୁ, ପ୍ରତ୍ୟେକ ଦିନ ଏହାକୁ ପିଇବା ଦ୍ୱାରା ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ।

- ଅଳେଇଚକୁ ଗୁଣ୍ଡ କରି ଅଳ୍ପ ଉଷୁମ ପାଣିରେ ପ୍ରତ୍ୟେକ ଦିନ ପିଅନ୍ତୁ ।

-ଶୋଇବା ଦ୍ୱାରା ପୋଦିନା ତେଲକୁ କାନରେ ପକାଇ ଶୁଅନ୍ତୁ ।

- ଗରମ କ୍ଷୀରରେ ହଳଦୀକୁ ମିଶ୍ରଣ କରାଇ, ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଏହାକୁ ପିଅନ୍ତୁ, ଏହା କରିବା ଦ୍ୱାରା ଆପଣ ଘୁଙ୍ଗୁଡି ସମସ୍ୟାରୁ ପାଇବେ ମୁକ୍ତି ।

-ସୁନୁସୁନୁଆ ଶାଗର ପତ୍ରକୁ କାଖରେ ଜାକି ଶୋଇବା ଦ୍ୱାରା ଏହି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon