• ବେତାର ବ୍ୟୁରୋ

ASUSର ଦାମୀ ଗେମ ଲାପଟପ ଏବେ ଓଡିଶାରେ


କମ୍ପ୍ୟୁଟର ମଦରବୋର୍ଡ ଓ ଗ୍ରାଫିକ୍ସ କାର୍ଡ ନିର୍ମାଣ କରି ଖ୍ୟାତି ଲାଭ କରିଥିବା ASUS ଆଜି ଓଡିଶାରେ ଏହାର ଦାମୀ କମ୍ପ୍ୟୁଟର ଗେମ ଲାପଟପର ବିକ୍ରି ଆରମ୍ଭ କରିଛି ।

ଅତି ଉଚ୍ଚ ଧରଣର କମ୍ପ୍ୟୁଟର ଗେମ ଖେଳିବା ପାଇଁ ଶକ୍ତିଶାଳୀ ପ୍ରୋସେସର, ଗ୍ରାଫିକ୍ସ କାର୍ଡ ଓ ଅତ୍ୟଧିକ ମେମୋରୀ ଆବଶ୍ୟକ ହେଉଥିବାରୁ ଗେମିଂ ଲାପଟପ ଓ କମ୍ପ୍ୟୁଟର ସାଧାରଣତଃ ଅଧିକ ଦାମ ବିଶିଷ୍ଟ ହେଇଥାଏ । ଏହା ସହିତ ଅଧିକ ଓଜନିଆ ମଧ୍ୟ ହେଇଥାଏ । ଏଣୁ ଏହି ସବୁ କଥାକୁ ଦୃଷ୍ଟିରେ ରଖି ASUS ଏହାର କମ ଓଜନ ବିଶିଷ୍ଟ VivobookS15 ଲାପଟପର ବିକ୍ରି ଆରମ୍ଭ କରିଛି , ଯାହାର ଦାମ ବିଭିନ୍ନ ୱେବସାଇଟରେ ₹63,000ରୁ ଆରମ୍ଭ (ଟାକ୍ସ ସହିତ) ।

ଏହି ଲାପଟପର ଓଜନ ମାତ୍ର 1.7 କିଲୋ ହେଇଥିବା ବେଳେ ସ୍କ୍ରିନର ଚଉଡା 15.6 ଇଞ୍ଚ। ଏଥିରେ 16GBର RAM ରହିଥିବା ବେଳେ ଇଣ୍ଟେଲର ସବୁଠୁ ନୂଆ 8ମ ଜେନେରେସନର i7 ପ୍ରୋସେସର ଲାଗିଛି । ଏଥିରେ ଲିଥିୟମ ପଲିମର ବ୍ୟାଟେରୀ ବ୍ୟବହାର ହେଇଥିବାରୁ , ଏହାକୁ ପ୍ରାୟ 8 ଘଣ୍ଟା ଯାଏଁ ଗେମ ପାଇଁ ବ୍ୟବହାର କରିହେବ। ସେହିପରି ପ୍ରାୟ 49 ମିନିଟ ଚାର୍ଜ କଲେ, ଏହି ଲାପଟପର ବ୍ୟାଟେରୀ 60% ଚାର୍ଜ ହେଇଯିବ ବୋଲି କମ୍ପାନୀ କହିଛି ।

ଶକ୍ତିଶାଳୀ କମ୍ପ୍ୟୁଟର ଗେମକୁ ଆହୁରି ଅଧିକ ମଜାଦାର କରିବା ପାଇଁ ASUS ଏହାର ଏକ ଦାମୀ ଲାପଟପ ବଜାରକୁ ଛାଡିଛି, ଯାହାର ଦାମ ₹2,99,000 ଓ ଏହାର ନାମ ହେଲା Zephyrus । ଲା ଏହି ଲାପଟପ ବହୁତ ପତଳା ହେଇଥିବା ବେଳେ ଏଥିରେ Windows 10 ଅପରେଟିଂ ସିଷ୍ଟମ ରହିଛି । ଏହା ବାଦ ଗେମର ଭିଡିଓକୁ ସତସତିକା ରୂପ ଦେବା ପାଇଁ ଏଥିରେ 4K ଭିଡିଓ ସପୋର୍ଟ ଓ 24GB RAM ରହିଛି । ଏଥିରେ 8GB ର ଗ୍ରାଫିସ୍କ କାର୍ଡ ଲାଗିଥିବା ବେଳେ ଏହାର ହାର୍ଡଡିସ୍କର ଆକାର 1 TB ରହିଛି ।

ତେବେ ଏହାର ସବୁଠୁ ଆକର୍ଷଣୀୟ ଫିଚର ହେଲା ଏଥିରେ ସ୍ଵତନ୍ତ୍ର ଭାବେ ଲାଗିଥିବା ଏକ କୁଲିଙ୍ଗ ସିଷ୍ଟମମ ଯାହାକି ଲାପଟପର ଅତ୍ୟଧିକ ବ୍ୟବହାରରେ ମଧ୍ୟ ଏହାକୁ ଗରମ ହେବାରୁ ରକ୍ଷାକରେ ଓ ଗେମ ଖେଳିବାର ମଜାଦାର ଅନୁଭୂତିରେ ବାଧା ପହଞ୍ଚାଇ ନ ଥାଏ । ଡେମ ଖେଳିବାର ଅନୁଭୂତିକୁ ବହୁଗୁଣିତ କରିବା ପାଇଁ ଏଥିରେ ରହିଛି ରଙ୍ଗ ବଦଳଉଥିବା କି-ବୋର୍ଡ ।

#tech #laptop

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon