• ବେତାର ବ୍ୟୁରୋ

ଧନତେରାସରେ ସୁନା ଛଡା ଏହି ସବୁ ଜିନିଷ ମଧ୍ୟ କିଣି ପାରିବେ


କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀତିଥିକୁ ଧନତ୍ରୟୋଦଶୀ କୁହାଯାଇଥାଏ । ଏହାର ଅପଭ୍ରଂଶ ନାମ ହେଲା ଧନତେରାସ । ଦୀପାବଳିର ଦୁଇଦିନ ପୂର୍ବରୁ ଧନତେରାସ ପର୍ବ ପଡିଥାଏ। ଚଳିତବର୍ଷ ଏହା ଅକ୍ଟୋବର 17 ତାରିଖରେ ପଡୁଅଛି । ଏହି ତିଥି ଅତ୍ୟନ୍ତ ଶୁଭ ଏବଂ ଏହିଦିନ ଅର୍ଥ ଓ ଧନଲାଭର ସୁଯୋଗ ମିଳିଥାଏ ବୋଲି ମାନ୍ୟତା ରହିଛି । ଉତ୍ତର ଭାରତରେ ଏହିଦିନ ଲକ୍ଷ୍ମୀ ଓ କୁବେରଙ୍କ ପୂଜା ହେଉଥିବା ବେଳେ ଦକ୍ଷିଣ ଭାରତରେ ଏହି ଦିନ ଗୋରୁଗାଇଙ୍କୁ ଲକ୍ଷ୍ମୀଙ୍କ ବରଦାନ ଭାବେ ପୂଜା କରିଥାନ୍ତି ।

ଏହି ଶୁଭ ତିଥିରେ ଘରକୁ ଦାମୀ ଜିନିଷ କିଣି ଆଣିଲେ ବର୍ଷ ସାରା ଘର ଧନଧାନ୍ୟରେ ପୂର୍ଣ୍ଣ ରୁହେ ବୋଲି ଲୋକମାନଙ୍କ ବିଶ୍ଵାସ । ସେଥିପାଇଁ ବହୁତ ଲୋକ ଏହିଦିନ ସୁନା କିଣିଥାନ୍ତି । ତେବେ ଏ ବର୍ଷ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ଭୁବନେଶ୍ଵରରେ ₹30,200 ରେ ବିକ୍ରି ହେଉଛି ଓ 24 କ୍ୟାରେଟ ସୁନା ₹32,945 ରେ ବିକ୍ରି ହେଉଛି, ଯାହା ଗତ ମାସ ଠାରୁ ପାଖାପାଖି ₹100-250 ଟଙ୍କା ଅଧିକ ।

ସେହିପରି ଭୁବନେଶ୍ୱରରେ ରୂପା ଦର ଆଜି ମଧ୍ୟାହ୍ନ ସୁଦ୍ଧା ଗ୍ରାମ ପିଛା ₹430 ଟଙ୍କା ରହିଛି, ଯାହା ସେପ୍ଟେମ୍ବର ମାସରେ ₹390 ଥିଲା । ଦୀପାବଳୀ ଓ ଧନତେରାସରେ ସୁନା ଓ ରୂପାର ଚାହିଦା ବଢୁଥିବାରୁ ଏହି ଦର ବଢି ଚାଲିଛି । ଏଣୁ ସମସ୍ତଙ୍କ ପକ୍ଷେ ସୁନା ବା ରୂପା କିଣିବା ସମ୍ଭବପର ନ ହେଇ ପାରେ ।

ତେବେ ଏଥିପାଇଁ ଅନେକ ଶସ୍ତା ଓ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । ଆପଣ ଏହିଦିନ ସୁନା କି ରୂପା ନ କିଣି ପାରିଲେ ମଧ୍ୟ ଅନ୍ୟ କିଛି ବସ୍ତୁ କିଣିପାରିବେ, ଯାହା ନିମନ୍ତେ ଆପଣଙ୍କୁ ବେଶୀ ପଇସା ଖର୍ଚ୍ଚ କରିବାକୁ ନ ପଡିପାରେ । ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ ।

  1. ଇଲେକ୍ଟ୍ରୋନିକ୍ସ ସାମଗ୍ରୀ : ଏହି ଧନତେରାସରେ ଆପଣ ଫ୍ରିଜ, ଟିଭି, ୱାଶିଙ୍ଗ ମେସିନ ମାଇକ୍ରୋୱେଭ ଓଭନ, ମୋବାଇଲ , ଲାପଟପ ବା ସେହିଭଳି ଜିନିଷ କିଣିପାରିବେ । ଏହି ସବୁ ଜିନିଷ କିଣି ଏହାକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିଲେ ଭଲ ।

  2. ଆକାଉଣ୍ଟ ଖାତା : ଯେଉଁ ବ୍ୟବସାୟୀମାନେ ଏହି ଦିନ ସୁନା କିଣି ନ ପାରିବେ ସେମାନେ ଆକାଉଣ୍ଟ ଖାତା କିଣିଲେ ଶୁଭ । ଆଜିକାଲି ଜିଏସଟି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାରୁ ଜିଏସଟି ସଫ୍ଟୱେୟାର ବା ଏଥିପାଇଁ ମିଳୁଥିବା ମୋବାଇଲ ଆପ ମଧ୍ୟ କିଣିପାରିବେ ।

  3. ଝାଡୁ : ମହାଲକ୍ଷ୍ମୀ ସର୍ବଦା ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଏହିଦିନ ଘର ସଫା କରିବା ଝାଡୁ ବା ସେହିପରି ଅନ୍ୟ କୌଣସି ଜିନିଷ କିଣିଲେ ମଧ୍ୟ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି ।

  4. ବାସନକୁସନ : ଏହିଦିନ ଆପଣ ଘରକୁ ଷ୍ଟିଲ ବା ଅନ୍ୟ ଯେକୌଣସି ଧାତୁର ବାସନକୁସନ ମଧ୍ୟ କିଣିଆଣି ପାରିବେ ଏହାର ଶୁଭ ଫଳ ମିଳିଥାଏ ।

  5. ବ୍ୟବସାୟ/କାର୍ଯ୍ୟ ସମ୍ବନ୍ଧୀୟ ଜିନିଷ: ଧନତେରାସ ଦିନ ନିଜ ବ୍ୟବସାୟ ବା ପ୍ରଫେସନ ସମ୍ବନ୍ଧୀୟ ଜିନିଷ କିଣିଲେ ଶୁଭ ଫଳ ମିଳିଥାଏ । ଉଦାହରଣ ସ୍ୱରୂପ ଶିକ୍ଷକ ନିଜ ପାଇଁ ପେନ ବା ବହି କିଣିପାରିବେ। ସେହିପରି କଳାକାର ନିଜ ପାଇଁ ରଙ୍ଗତୁଳି ଓ ଗ୍ୟାରେଜ ମେକନିକ ନିଜ ପାଇଁ କିଛି ଯନ୍ତ୍ରପାତି କିଣିପାରିବେ।

#life #personalfinance #festivals

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon