• ବେତାର ବ୍ୟୁରୋ

ସ୍ମାର୍ଟଫୋନ ବାରମ୍ବାର ହ୍ୟାଙ୍ଗ ହେଉଛି ? ଘରେ ବସି କେମିତି ସଜାଡ଼ିବେ ଜାଣନ୍ତୁ


ନେକ ସମୟରେ ସ୍ମାର୍ଟଫୋନ୍ ଗୁଡିକରେ ହ୍ୟାଙ୍ଗ ହେଲା ଭଳି ସମସ୍ୟା ଉପୁଜେ। ସ୍ମାର୍ଟଫୋନ ଗୁଡିକ ହ୍ୟାଙ୍ଗ ହେବା ଦ୍ୱାରା ଟଚସ୍କ୍ରିନ ଗୁଡିକ ଧିରେ ଧିରେ କାମ ବନ୍ଦ କରିବା ସହ ହଠାତ ଫୋନଟି ସୁଇସ ଅଫ ହେଇଯିବାର ମଧ୍ୟ ଦେଖବାକୁ ମିଳେ । ଯେଉଁଥିପାଇଁ ୟୁଜର୍ସ ମାନଙ୍କୁ ଅନେକ ଅସୁବିଧାର ସମ୍ମଖୀନ ହେବାକୁ ପଡିଥାଏ ।

ଏହି ଅସୁବିଧା ବେଳେ ଆପଣଙ୍କ ଟଚ ସ୍କ୍ରିନର ସେନ୍ସର ଜନିତ ତ୍ରୁଟି ପାଇଁ ହେଇଥାଏ ତା କେତେବେଳେ କୌଣସି ସଫ୍ଟୱେର ଜନିତ ତ୍ରୁଟି ପାଇଁ ।

ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ. ଆପଣ ଘରେ ବସି କିଛି ଆପ ଓ ସଫ୍ଟୱେର ଜରିଆରେ ଏହି ଅସୁବିଧାକୁ ନିଜେ ଦୂର କରିପାରିବେ ଏଭଳି ଏକ ପ୍ରଣାଳୀ ଜାଣିଥାନ୍ତୁ, ଯାହା ଦ୍ୱାର କି ଆପଣମାନେ ନିଜ ଘରେ ବସି ନିଜସ୍ମାର୍ଟଫୋନ୍ ସଜାଢି ପାରିବେ।

- ପ୍ରଥମେ ଆପଣେ ଗୁଗୁଲ ଆପକୁ ପ୍ଲେ ଷ୍ଟୋରକୁ ଯାଇ “ଟଚସ୍କ୍ରିନ ଆପକୁ” ଇନଷ୍ଟଲ କରିବାକୁ ହେବ ।

- ଏହି୍ ଆପକୁ ଓପନ କଲା ପରେ ଏଥିରେ ଏକ ମେସେଜ ଆସିବ , ଯେଉଁଥିରେ କି ତାର ୱାର୍କିଂ ପ୍ରୋସେସ ଏବଂ ବେଷ୍ଟ ରେଜଲ୍ଟ ସମ୍ବନ୍ଧରେ ସମ୍ପର୍ଣ୍ଣ ତଥ୍ୟ ଦିଆଯାଇଥିବ ।

- ଆପଟିକୁ ଓପନ କରିବା ପରେ ସେଠାରେ “ଷ୍ଟାର୍ଟ” ଅପସନ ଦେଇଥାଏ । ଯାହା ଉପରେ ଆପଣଙ୍କ “ଓକେ” କରିବାକୁ ପଡିବ ।

- କ୍ଲିକ କରିବା ପରେ ଆପଣଙ୍କୁ ଦର୍ଶାଯାଇଥିବା “ଗ୍ରୀନ ଏରିଆ” ଉପରେ “ଟ୍ୟାପ” କରିବାକୁ ପଡିବ । ଏପରି କରିବା ଦ୍ୱାରା ଏହାର ସ୍କ୍ରିନ ରିପାୟାରର ପ୍ରୋସେସେ ଆପଣଙ୍କୁ ଛାଏଁ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏଥି ପାଇଁ ତୁରନ୍ତ ଟ୍ୟାପ କରିବାକୁ ପଡିବ

- ଯେତେବେଳେ ପ୍ରୋସେସ ସମ୍ପୂର୍ଣ୍ଣ ହୋଇଯିବ ସେତେବେଳେ ଏହା ଆପଣଙ୍କ ସ୍ମାର୍ଟଫୋନ୍ ମଡେଲ ଏବଂ ତାର ଅପରେଟିଂ ସିଷ୍ଟମର ଡିଟେଲ ଦେଇଥାଏ ଏବଂ ସର୍ବଶେଷରେ “ସକସେସ”ର ମେସେଡ ଆସିଥାଏ ।

#tech #mobaile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon