• ବେତାର ବ୍ୟୁରୋ

ଭାଙ୍ଗର ଔଷଧୀୟ ଗୁଣ ଜାଣନ୍ତୁ


ଭାଙ୍ଗକୁ ନିଶାଦ୍ରବ୍ୟ ଭାବରେ ଅନେକ ଲୋକ ଗ୍ରହଣ କରିଥାନ୍ତି । ହେଲେ ଏହାର ଔଷଧିୟ ଗୁଣ ବିଷୟରେ ପ୍ରାୟ ସମସ୍ତେ ଜାଣି ନାହାନ୍ତି। ପ୍ରାୟ ବହୁ ପୁରାଣ ଅନୁସାରେ ସୋମରସକୁ ନିଶା ଓ ଚିତ୍ତ ବିନୋଦନ ପାନୀୟ ହିସାବରେ ଗ୍ରହଣ କରାଯାଉଥିଲା। ପ୍ରାଚୀନ ଭାରତରେ ଭାଙ୍ଗ ଏକ ନିଶାଦ୍ରବ୍ୟ ରୂପେ ବ୍ୟବହାର ହେଉ ନ ଥିଲା ବରଂ ଏହା ଅନେକ ରୋଗର ଉପଶମକାରୀ ରୂପେ ବିବେଚନା କରାଯାଉଥିଲା ।

ଏହାର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ମଧ୍ୟଯୁଗ ଭାରତରେ କିଛି ବ୍ୟକ୍ତି ଏହାର ଅଫିମ ଭଳି ଗୁଣ ଆବିଷ୍କାର କରିବା ପରେ ଏହା ଏକ ନିଶା ଦ୍ରବ୍ୟ ରୂପେ ପରିଗଣିତ ହେଲା । ତେବେ ଆସନ୍ତୁ ଜାଣିବା ନିଶା ଛଡା ଭାଙ୍ଗର ଶରୀର ଉପରେ କି କି ଔଷଧୀୟ ପ୍ରଭାବ ରହିଛି । - ଯଦି ଆପଣଙ୍କର ସବୁବେଳେ ମୁଣ୍ଡ ବିନ୍ଧୁଥାଏ, ତେବେ ଭାଙ୍ଗ ଗଛର ପତ୍ରକୁ ବାଟି ଏହାର ରସକୁ କାନରେ ଦୁଇ, ତିନି ବୁନ୍ଧା କାନରେ ପକାନ୍ତୁ, ଦେଖିବେ ଧୀରେ ଧୀରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ ।

- ଅଧିକ ଭାଙ୍ଗର ସେବନ କରିବା ଦ୍ୱାରା ଯେକୌଣସି ବ୍ୟକ୍ତି ନିଜର ଭାରସାମ୍ୟ ହରାଇପାରନ୍ତି । କିନ୍ତୁ ଠିକ ମାତ୍ରାରେ ଭାଙ୍ଗର ସେବନ କରିବା ଦ୍ୱାରା ମାନସିକ ରୋଗୀଙ୍କୁ ପାଇଦା ମିଲିଥାଏ । ହେଙ୍ଗୁ ସହିତ ଏହାକୁ ମିଶାଇ ମାନସିକ ରୋଗୀଙ୍କୁ ଦେବା ଉଚିତ ।

- ଭାଙ୍ଗ ଖାଇଲେ ଭୋକ ମରିଯାଇ ଥାଏ, କିନ୍ତୁ ଠିକ ପରିମାଣରେ ଭାଙ୍ଗ ଖାଇଲେ ଏହା ଭୋଗ ବଢାଇ ଥାଏ । ଯେଉଁ ମାନଙ୍କ ଭୋକ ନ ହେବା ଭଳି ସମସ୍ୟା ଥାଏ, ସେମାନେ କଳା ଲଙ୍କା ସହିତ ସଠିକ ମାତ୍ରାର ଭାଙ୍ଗ ଖାଅନ୍ତୁ । ଏମିତି କଛି ଦିନ ଖାଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂରେଇ ଯାଇଥାଏ । ଏଥି ପାଇଁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କର ପରାମର୍ଶ ଲୋଡନ୍ତୁ .

- ଅନେକ ଲୋକ ଶାରୀରିକ ସମସ୍ୟା ରଖିବା ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ ମାତ୍ରରେ ଭାଙ୍ଗର ସେବନ କରିବା ଦ୍ୱାରା ଏହି ସମସ୍ୟାରେ ମୁକ୍ତି ମିଳେ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon