• ବେତାର ବ୍ୟୁରୋ

ଦୀପାବଳିରେ ସ୍ମାର୍ଟ ଦେଖାଯିବାକୁ ଚାହୁଛନ୍ତି ? ପଢନ୍ତୁ କିଛି ଟିପ୍ସ


ଆଜି ଦୀପାବଳୀ ପର୍ବ । ଗୁରୁବାର ଠାରୁ ଆରମ୍ଭ ହେଉଥିବାରୁ ଏହି ବର୍ଷର ଦୀପାବଳୀ ଏକ ଲମ୍ବା ୱିକେଣ୍ଡ ଭଳି । ଏଣୁ ସଜବାଜ ହେଇ ବୁଲିବା ଓ ସ୍ମାର୍ଟ ଦିଶିବା ପ୍ରାୟ ସବୁ ଯୁବକ ଓ ପୁରୁଷ ଚାହାନ୍ତି । ତେବେ କେବଳ ନୂଆ ପୋଷାକ ପିନ୍ଧିଲେ ନୁହଁ, ବରଂ ଜୋତା, ଚଷମା ଓ ଏହା ସହିତ ଅନ୍ୟାନ୍ୟ କିଛି ଆସେସୋରିଜ ଯଥା ମୁଦି ବା ଚେନ ଠିକ ଭାବେ ପିନ୍ଧିଲେ ଆପଣ ସ୍ମାର୍ଟ ଓ ହାଣ୍ଡସମ ଦେଖାଯିବେ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କିତ କିଛି ଟିପ୍ସ ।

ଖଦି କୁର୍ତ୍ତା : ଦୀପାବଳୀ ଏକ ଧାର୍ମିକ ପୂଜା ହେଇଥିବାରୁ ଏକ ଭଲ ପିଟିଙ୍ଗ ହେଇଥିବା ଖଦି କୁର୍ତ୍ତା ଆପଣଙ୍କ ବ୍ୟକ୍ତିତ୍ବରେ ଚମକ ଆଣିପାରେ । ତେବେ ଯଦି ଖାଦି କୁର୍ତ୍ତା ପିନ୍ଧିବାକୁ ଚାହୁଁନାହାନ୍ତି ମ ତେବେ ଏପରି କିଛି ସାର୍ଟ ପିନ୍ଧାନ୍ତୁ ଯାହାର ସାମ୍ନାରେ କିଛି ଏମ୍ରୋଇଡୋରୀ ବା ଅନ୍ୟ କିଛି ନୂଆ ଡିଜାଇନ ଥିବ ।

ନେହେରୁ ଜାକେଟ : ଯଦି ଆପଣଙ୍କ ପାଖେ ଖଦି କୁର୍ତ୍ତା ନାହିଁ ଏବଂ ତଥାପି ଆପଣ ପାରମ୍ପରିକ ଓ ଧାର୍ମିକ ପର୍ବରେ ଯୋଗ ଦେବାକୁ ଚାହୁଛନ୍ତି , ତେବେ ଯେକୌଣସି ଉଜ୍ଜଳ ରଙ୍ଗର ସାର୍ଟ ଉପରେ ନେହେରୁ ଜାକେଟ ପିନ୍ଧନ୍ତୁ । ମାନେ ରଖନ୍ତୁ, ଜାକେଟ ଓ ସାର୍ଟ ରଙ୍ଗ ଯେପରି ଅଲଗା ରୁହେ , ଅନ୍ୟଥା ଏହା ଭଲ ଦିଶି ନ ପାରେ । ତଳେ ଆପଣ ଜୋଧପୁରୀ ପ୍ୟାଣ୍ଟ, ଖାକୀ ପ୍ୟାଣ୍ଟ ବା ଜିନ୍ସ ମଧ୍ୟ ପିନ୍ଧି ପାରିବେ ।

ହାତ ଫୋଲ୍ଡ କରନ୍ତୁ : ଯଦି ଆପଣ ଟାଇଟ ଫିଟିଙ୍ଗ ଫୁଲ ସାର୍ଟ ପିନ୍ଧୁଛନ୍ତି ତେବେ ହାତ ଛୋଟ ରହିଲେ ଭଲ । ଅନ୍ୟଥା ଆପଣ ହାତକୁ ଅଳ୍ପ ଫୋଲ୍ଡ କରି ପାରିବେ ଓ ଅଧିକ ସ୍ମାର୍ଟ ଦେଖାଯିବେ ।

କପଡା ରଙ୍ଗ: ଆପଣ ଯାହା ବି ପିନ୍ଧିଲେ ମଧ୍ୟ ସାର୍ଟ ଓ ପ୍ୟାଣ୍ଟ କପଡା ରଙ୍ଗ ଯେପରି ପରସ୍ପର ସହିତ ମ୍ୟାଚ କରିବ ସେ ବିଷୟରେ ଧ୍ୟାନ ରଖିଥାନ୍ତୁ । ଯଦି ଆପଣଙ୍କ ସାର୍ଟ ବା ଜାକେଟ ରଙ୍ଗ ବ୍ଲୁ, ଅରେଞ୍ଜ ବା ବଟଲ ଗ୍ରୀନ, ତେବେ ଆପଣ କ୍ରିମ କିମ୍ବା ଅଳ୍ପ ହଳଦିଆ ପ୍ୟାଣ୍ଟ ପିନ୍ଧନ୍ତୁ ।

ଜୋତା, ଆସେସୋରିଜ : ପୂଜା ପାଇଁ ଏକ ପାରମ୍ପରିକ ଜୋତା ପିନ୍ଧିଲେ ଭଲ । ନିଜ ବ୍ୟକ୍ତିତ୍ଵକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆପଣ ଲମ୍ବା ଚେନ (ଯେକୌଣସି ଧାତୁର) ଓ ମୁଦି ବ୍ୟବହାର କରିପାରିବେ । ଏହା ସହିତ ଘଣ୍ଟା ମଧ୍ୟ ଆପଣଙ୍କୁ ବେଶ ସୁହାଇବ ।

#menfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon