• ବେତାର ବ୍ୟୁରୋ

ମୁଖ ବ୍ରଣ ନିମନ୍ତେ ମହୁର ଘରୋଇ ଉପଯୋଗ


ମହୁ ଔଷଧୀୟ ଗୁଣର ଏକ ଉତ୍ତମ ପ୍ରାକୃତିକ ସ୍ରୋତ । ବହୁ ପୁରାତନ ଯୁଗରୁ ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଫଙ୍ଗାଲ ଗୁଣ ପାଇଁ ମହୁର ବହୁଳ ବ୍ୟବହାର ହୋଇଆସୁଛି । ଥଣ୍ଡା, କଫ କାଶ ଆଦି ସଧାରଣ ରୋଗ ଛଡା ଏପରି ଆହୁରି ଅନେକ ମହୁର ଉପାଦେୟତା ରହିଛି, ଯାହା ଆପଣଙ୍କ ଅହୁରି ଅନେକ ଜଟିଳ ସମସ୍ୟାର ସରଳ ଉପଚାର କରିବ । ତେବେ ଆସନ୍ତୁ ଜାଣିବା ମହୁର କିଛି ଉପକାରିତା ।

• ପ୍ରତିଦିନ ମହୁର ସେବନ ଦ୍ୱାରା ଡାଇବେଟିସ, ପେଟ ଗରମ ,ଥଣ୍ଡା,ଶ୍ଵାସ ଇତ୍ୟାଦି ବିଭିନ୍ନ ରୋଗରୁ ଉପଶମ ମିଳିପାରିବ । । ମହୁ, ଅଦା ଓ ଗୋଲମରିଚକୁ ମିଶାଇ ଛେଚି ଏକତ୍ର ସେବନ କଲେ ତଣ୍ଟି କୁଣ୍ଡାଇ ହେବା, କଫ ଇତ୍ୟାଦି ସମସ୍ୟାରୁ ମୁକ୍ତି ମିଲିଥାଏ।

• ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରକ୍ତରେ ଅମ୍ଳଜାନର ପରିମାଣ ବୃଦ୍ଧି କରିବା ସହିତ କ୍ୟାନସର ରୋଗର ସମ୍ଭାବନା କମ କରାଇଥାଏ ।

• ସକାଳୁ ଉଠି ଉଷୁମ ପାଣି ସହିତ ମହୁ ଗୋଳାଇ ପିଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରେଲ କମ କରି ଓଜନ କରିବାରେ ସାହାଯ୍ୟ କରିବା ସହିତ ଏବଂ ଏହା ମଧ୍ୟ ଦିନସାରା କାର୍ଯ୍ୟ କରିବାପାଇଁ ଶକ୍ତି ଯୋଗାଇଥାଏ ।

• ମହୁର ଆଣ୍ଟି ଆକ୍ସିଡାଣ୍ଟ ଗୁଣ ନିମ୍ନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ଶିଶୁଙ୍କୁ ପ୍ରତିଦିନ ମହୁ ଦେବା ଦ୍ୱାରା ଥଣ୍ଡା, କଫ ଏବଂ କାଶରୁ ଉପଶମ ମିଳିଥାଏ ।

• ଖଣ୍ଡିଆ ଏବଂ ଘା ଜାଗାରେ ମହୁର ଲେପ ବ୍ୟାକ୍ଟେରିଆର ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ଏବଂ ଘା ଶୀଘ୍ର ଭଲ ହୋଇଯାଏ ।

• ମହୁ ଅଲସର ଏବଂ ଗ୍ୟାସ ପରି କେତେକ ପେଟ ରୋଗ ଠିକ କରିବାରେ ସାହାଯ୍ୟ କରିଥାଏ ।

• ମହୁକୁ ମୁହଁରେ ମାସ୍କ ପରି ବ୍ୟବହାର ଦ୍ୱାରା ବ୍ରଣର ଦାଗ କମ କରିବା ସହିତ ତ୍ୱଚା କୋମଳ କରିଥାଏ ।

#heath

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon