• ବେତାର ବ୍ୟୁରୋ

ବଢିଲା ଜିଓ ରିଚାର୍ଜ ଦର : କେଉଁ ପ୍ଳାନରେ କଣ


ପ୍ରାୟ ଏକ ବର୍ଷ ଧରି ମାଗଣା ଇଣ୍ଟରନେଟ ସେବା ଯୋଗାଇ ଭାରତୀୟ ମୋବାଇଲ ବଜାରରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ଏହାର ପ୍ରି-ପେଡ ଓ ପୋଷ୍ଟ-ପେଡ ଗ୍ରାହକଙ୍କ ପାଇଁ ରିଚାର୍ଜ ଦର ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ ଆଗରୁ 84 ଦିନ ପର୍ଯ୍ୟନ୍ତ ଦିନକୁ 1 GB ଡାଟା ପାଇବା ପାଇଁ ଗ୍ରାହକଙ୍କୁ ₹399 ରିଚାର୍ଜ କରିବାକୁ ପଡୁଥିବା ବେଳେ ଏବେଠୁ 84 ଦିନ ପର୍ଯ୍ୟନ୍ତ ସେହି ପ୍ୟାକ ଉପଯୋଗ କରିବାକୁ ₹459 ଦେବାକୁ ପଡିବ ।

ତେବେ ଏହାର ପ୍ରତିଶ୍ରୁତି ମୁତାବକ କଲ ଦର ସବୁ ପ୍ଳାନ ନିମନ୍ତେ ମାଗଣା ରହିବ ବୋଲି କମ୍ପାନୀ କହିଛି । ଏହିଭଳି ଅନେକ ଗୁଡିଏ ନୂତନ ପ୍ଳାନ କମ୍ପାନୀ ତରଫରୁ ଘୋଷଣା କରାଯାଇଛି । ସେଥିମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ଉପଯୁକ୍ତ ଜାଣନ୍ତୁ ।

ପ୍ରି-ପେଡ ଗ୍ରାହଙ୍କ ପାଇଁ ଜିଓ ₹52 ରେ ଏକ ସପ୍ତାହ (7 ଦିନ)ର ବୈଧତା ସହିତ 1.05 GB ଡାଟା ଦେଉଛି। ଏହି ପ୍ଳାନରେ ଆପଣ ସପ୍ତାହକୁ 70ଟି ଏସଏମଏସ ମାଗଣାରେ ପଠେଇ ପାରିବେ। କମ୍ପାନୀ ଏହାର ₹98 ପ୍ଳାନରେ ଗ୍ରାହକମାନଙ୍କୁ ଦୁଇ ସପ୍ତାହ (14 ଦିନ)ର ବୈଧତା ସହିତ 2.1 GB ଡାଟା ଦେଉଛି, ଏବଂ ସେହିପରି ₹149 ପ୍ଳାନରେ 4.2 GB ଡାଟା ଚାରି ସପ୍ତାହ (28 ଦିନ) ପାଇଁ ମିଳିବ । ଏହିସବୁ ପ୍ଳାନରେ ଯେଉଁମାନେ ରିଚାର୍ଜ କରିବେ ସେମାନେ ଦିନକୁ ମାତ୍ର 150MB ହାଇସ୍ପିଡରେ ବ୍ୟବହାର କରିପାରିବେ, ଓ ପରେ ସ୍ପିଡ କମି 64 kbps ହେଇଯିବା, ଯେଉଁଥିରେ କେବଳ ହ୍ଵାଟସଅପ ଟେକ୍ସଟ ମେସେଜ ପଠେଇହେବା ଓ ପଢିହେବ ।

ପୂର୍ବରୁ ଥିବା ₹309 ରିଚାର୍ଜ ପ୍ଳାନକୁ ସମ୍ଭବତଃ ଜିଓ ଆଉ ଆଗକୁ ପ୍ରତ୍ୟାହାର କରିନେଇପାରେ , କାରଣ କମ୍ପାନୀର ୱେବସାଇଟରେ ଏହି ପ୍ଳାନ ବିଷୟରେ କୌଣସି କଥା ଉଲ୍ଲେଖ ନାହିଁ । ତେବେ ମାଇ ଜିଓ ଆପରେ ରିଚରଜେ କାଲେ ଏହି ପ୍ଳାନ ଏବେ ଦେଖାଉଛି । ଏହି ପ୍ଳାନରେ ଆଗରୁ ରିଚାର୍ଜ କଲେ ବୈଧତା ପ୍ରାୟ ଦୁଇମାସ ଥିଲା । ଏବେ ଗ୍ରାହକମାନଙ୍କୁ 10 ସପ୍ତାହରେ (70 ଦିନରେ) 70GB ଡାଟା ପାଇଁ ₹399, 12 ସପ୍ତାହରେ (84 ଦିନରେ) 84 GB ଡାଟା ପାଇଁ ₹459 ଦେବାକୁ ପଡିବ । ଏହିସବୁ ପ୍ଳାନରେ ଦୈନିକ ଇଣ୍ଟରନେଟ ବ୍ୟବହାର କଟକଣା ପୂର୍ବପରି 1GB ରହିବ ।

ଯେଉଁ ଗ୍ରାହକମାନେ ଦିନକୁ 2GB ଡାଟା ପାଇବା ପାଇଁ ଇଚ୍ଛୁକ ସେମାନଙ୍କୁ ₹509 ଦେବାକୁ ପଡିବ । ତେବେ ଏହି ପ୍ଳାନର ବୈଧତା ମାତ୍ର ସାତ ସପ୍ତାହ ।

ବିନା ଦୈନିକ କଟକଣାରେ ନିଜ ଇଚ୍ଛା ମୁତାବକ ଇଣ୍ଟରନେଟ ବ୍ୟବହାର ପାଇଁ ଗ୍ରାହକମାନଙ୍କୁ ଅଧିକ ଟଙ୍କାର ରିଚାର୍କ କରିବାକୁ ପଡିବ । କମ୍ପାନୀର ₹999 ପ୍ଳାନରେ 60 GB ଡାଟା ତିନିମାସ (90 ଦିନ) ପାଇଁ , ₹1999 ପ୍ଳାନରେ 125GB ଡାଟା ଛ’ ମାସ (180ଦିନ) ପାଇଁ ଓ ₹4,999 ପ୍ଳାନରେ 350 GB ଡାଟା ଏକ ବର୍ଷ ପାଇଁ ମିଳୁଛି । ଏହିସବୁ ପ୍ଳାନରେ ଦୈନିକ କଟକଣା ନାହିଁ । ଅର୍ଥାତ ଆପଣ ଦିନକୁ 5GB ବ୍ୟବହାର କରନ୍ତୁ ବା 0.5GB, ଆପଣଙ୍କ ପ୍ଳାନ ବୈଧତା ଓ ଡାଟା ପରିମାଣ ନ ସାରିବା ଯାଏଁ ଆରାମରେ ଇଣ୍ଟରନେଟ ବ୍ୟବହାର କରିପାରିବେ ।

#tech #mobile #network

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon