• ବେତାର ବ୍ୟୁରୋ

ବାରମ୍ବାର ଅଘଟଣ ସ୍ଵପ୍ନ ଦେଖୁଛନ୍ତି ? ଜାଣନ୍ତୁ କେଉଁ ସ୍ୱପ୍ନରେ ଆସିଥାଏ ମୃତ୍ୟୁର ବାର୍ତ୍ତା


ସ୍ୱପ୍ନରେ ମୃତ୍ୟୁର ବର୍ତ୍ତା ଆସିଥାଏ । ମୃତ୍ୟୁ ଏପରି ଏକ ସତ୍ୟ ଯାହା ବିଷୟରେ ଆମେ ସବୁ ଜାଣି ମଧ୍ୟ ଅଜଣା ରହୁ । ସ୍ୱପ୍ନ ଏପରି ଏକ ମାଧ୍ୟମ ଯେଉଁଥିରେ ମୃତ୍ୟୁର ସଂକେତ ମିଳେ । ଏହିପରି କିଛି ସଂକେତ ନିମ୍ନରେ ବର୍ଣ୍ଣନା କରାଗଲା ।

ତେବେ ମନୁଷ୍ୟର ସ୍ଵପ୍ନ ନିଜର ଅନ୍ତଃର୍ନିହିତ ଭାବନାର ପ୍ରତିଫଳନ ମଧ୍ୟ ହେଇଥାଏ । ସେଥିପାଇଁ ନିମ୍ନରେ ବର୍ଣ୍ଣନା କରାଯାଇଥିବା ସଂକେତଗୁଡିକ ଯଦି ଆପଣ ପଢିବା ପରେ ସେହିସବୁ ସ୍ଵପ୍ନ ଦେଖନ୍ତି ହୁଏତ ତଳେ ଲେଖା ଯାଇଥିବା କଥା ସତ ହେଇନ ପାରେ । ଯେଉଁମାନେ ନିମ୍ନରେ ଲେଖାଯାଇଥିବା ସଂକେତ ବିଷୟରେ ନ ଜାଣି ସେହିସବୁ ସ୍ଵପ୍ନ ଦେଖିଥାନ୍ତି , ତେବେ ହୁଏତ କିଛି ଅଘଟଣ ଆଶଙ୍କା କରାଯାଇପାରେ ।

- ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ଇଷ୍ଟ ଦେବୀଙ୍କ ପ୍ରତିମାକୁ ଭାଙ୍ଗଯିବା କିମ୍ବା ଜଳିଯିବାର ଦେଖନ୍ତି ଖୁବ ଶୀଘ୍ର ତାଙ୍କର ମୃତ୍ୟୁ ହୁଏ ।

- ଯେ କୈାଣସି ବ୍ୟକ୍ତି ଢୋଲ ବଜାଇ ଲଣ୍ଡା ହେବାର ସ୍ୱପ୍ନ ଦେଖେ ତାଙ୍କ ପରିବାର ମଧ୍ୟରୁ କୈାଣସି ବୟସ୍କଙ୍କ ମୃତ୍ୟୁ ହୁଏ ।

- ଯଦି ସ୍ୱପ୍ନରେ ଆପଣ କୁଆଡେ ଯାତ୍ରା କରିବାର ଦେଖନ୍ତି, ଓ ସତରେ ଆପଣ ସେହି ଯାତ୍ରା କରିବାର ଅଛି , ତେବେ ତୁରନ୍ତ ସେହି ଯାତ୍ରକୁ ବାତିଲ କରନ୍ତୁ, କାରଣ ଯାତ୍ରାଟି ଆପଣଙ୍କ ମୃତ୍ୟୁ ହୋଇପାରେ ।

- ଯେଉଁ ବ୍ୟକ୍ତି ଲଗାତାର ଭୟଙ୍କର ସ୍ୱପ୍ନ ଦେଖେ, ବର୍ଷକ ଭିତରେ ତାର ମୃତ୍ୟୁ ହୁଏ ।

- ଯେଉଁ ବ୍ୟକ୍ତି ସେପ୍ନରେ ନିଜକୁ ହସିବା କିମ୍ବା ନାଛିବାର ଦେଖେ, ତାକୁ ହତ୍ୟ. କରିବାର ଅଧିକ ସମ୍ଭାବନା ଥାଏ - ଯିଏ ସ୍ୱପ୍ନରେ କାଉ ଦେଖେ ତାକୁ ଶୀଘ୍ର କାହାର ମୃତ୍ୟୁ ଖବର ମିଳେ ।

- ଯଦି ସ୍ୱପ୍ନରେ ନାଲି ଶାଢି ପିନ୍ଧିଥିବା କୌଣସି ସ୍ତ୍ରୀ ଲୋକ କୌଣସି ବ୍ୟକ୍ତିକୁ ଆଲିଙ୍ଗନ କରିବା ସହ ଶୁଖିଲା ଫୁଲ ହାର ପିନ୍ଧାଏ, ତେବେ ତାର ମୃତ୍ୟୁ ଖୁବ ଶୀଘ୍ର ହୁଏ ।

- ଲମ୍ବା ନଖ ଥିବା ହଳଦିଆ ଆଖିର ନିର୍ବସ୍ତ୍ର ସ୍ତ୍ରୀକୁ ଆଲିଙ୍ଗନ କରିବାର ସ୍ୱପ୍ନ ଦେଖିଲେ ମଧ୍ୟ ଏହା ଆପଣଙ୍କ ମୃତ୍ୟର ଆଭାସ ଜଣାଇ ଦିଏ ।

- ଯେଉଁ ବ୍ୟକ୍ତି ଶ୍ମଶାନ କିମ୍ବା ପର୍ବତ ଶିଖରରେ ବସି ମଦ୍ୟ ପାନ କରିବାର ସ୍ୱପ୍ନ ଦେଖେ, ତାର ମୃତ୍ୟୁ ଖୁବ ନିକଟତର ।

- ଯଦି କୌଣସି ସ୍ତ୍ରୀ ନିଜର ଧଳା ଚୁଟି ଦେଖେ , ତେବେ ସ୍ୱାମୀ ଠାରୁ ବିଚ୍ଚେଦ ହୋଇଯାଏ କିମ୍ବା ବିଧବା ହୋଇଯାଏ ।

- କୌଣସି ବ୍ୟକ୍ତି ନିଜକୁ ସ୍ୱପ୍ନରେ କଳା ପୋଷାକ ପିନ୍ଧି କଳା ଘୋଡାରେ ସବାର କରିବାର ଦେଖେ , ତେବେ କୌଣସି ରୋଗରେ ପଡି ତାର ମୃତ୍ୟୁ ହୁଏ ।

- ସ୍ୱପ୍ନରେ ଯିଏ ନିଜକୁ ଗଛ ଉପରେ ପଡିବାର ଦେଖେ, ରୋଗାଗ୍ରସ୍ତ ହୋଇ ତାର ଶୀଘ୍ର ମୃତ୍ୟୁ ହୁଏ ।

- ସ୍ୱପ୍ନରେ ଯିଏ ନିଜକୁ କାଳି ବା ତେଲ ଦେହରେ ଲଗାଇ ଗଧ ଉପରେ ବୁଲୁଥିବାର ସ୍ୱପ୍ନ ଦେଖେ, ତାର ସୁନିଶ୍ଚିତ ମୃତ୍ୟୁ ଯୋଗଥାଏ ।

- ଯେଉଁ ବ୍ୟକ୍ତି ସ୍ୱପ୍ନରେ ସ୍ତ୍ରୀଠୁ ସ୍ତନ୍ୟପାନ କରିବାର ଦେଖେ , ତାର ନିଶ୍ଚୟ ମୃତ୍ୟୁ ହୁଏ ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon