• ବେତାର ବ୍ୟୁରୋ

ହୋଣ୍ଡାର 125 ସିସି ଗ୍ରାଜିଆ ସ୍କୁଟର


ଭେଷ୍ପାର ନୂଆ ଷ୍ଟାଇଲିଶ ସ୍କୁଟର, ସୁଜୁକି ଆକ୍ସେସ ଓ ମହିନ୍ଦ୍ରା ଗଷ୍ଟୋ ପ୍ରଭୃତି 125 cc ସ୍କୁଟର ସହିତ ପ୍ରତିଦ୍ୱନ୍ଦିତା କରିବା ଲାଗି ହୋଣ୍ଡା ଏହାର ନୂଆ ସ୍କୁଟର ‘ଗ୍ରାଜିଆ’ର ବିକ୍ରି ଆରମ୍ଭ କରିବାକୁ ଯାଉଛି । ଏହି ଗାଡି ପାଇଁ ବୁକିଙ୍ଗ ଅକ୍ଟୋବର ୨୫ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଇଛୁକ ଗ୍ରାହକମାନେ ହୋଣ୍ଡାର ଏହି ସଦ୍ୟତମ ଅତ୍ୟାଧୁନିକ ସହରୀ ସ୍କୁଟରକୁ ୨୦୦୦ ଟଙ୍କା ଦେଇ ନିକଟସ୍ଥ ହୋଣ୍ଡା 2-ହ୍ୱିଲର୍ସ ଇଣ୍ଡିଆ ଡିଲରସିପରେ ବୁକିଙ୍ଗ କରିପାରିବେ ।

ଏହି ଗାଡିର ବିକ୍ରି ଆରମ୍ଭ ହେବା ଆଗରୁ ଏହାର ଫୋଟୋ ଇଣ୍ଟରନେଟରେ ଭାଇରାଲ ହେଇସାରିଛି । ଏହାର ଡିଜାଇନରେ ସେପରି କିଛି ନୂତନତ୍ଵ ନ ଥିବା ବେଳେ , ହୋଣ୍ଡାର ଆକ୍ଟିଭା 125 ଭଳି ଏଥିରେ ମଧ୍ୟ ଏକ ମୋବାଇଲ ଫୋନ ଚାରଜିଙ୍ଗ ପଏଣ୍ଟ ରହିଥିବା ଓ ଅଧିକ ଷ୍ଟୋରେଜ ସ୍ପେସ ଥିବା କଥା କିଛି ଅଟୋମୋବାଇଲ ସମୀକ୍ଷକ ମାନେ କହିଛନ୍ତି ।

ଏହାର ଦାମ ବିଷୟରେ କମ୍ପାନୀ ତରଫରୁ କିଛି କୁହାଯାଇନ ଥିଲେ ମଧ୍ୟ , ସମୀକ୍ଷମମାନଙ୍କ ମତରେ ଗ୍ରାଜିଆର ଦର , ହୋଣ୍ଡା ଆକ୍ଟିଭାର ଦାମ ( ₹59,000 ଏକ୍ସ-ଶୋ ରୁମ) ଠାରୁ ଅଧିକ ହେଇପାରେ ଓ ପ୍ରାୟ ₹65,000 (ଏକ୍ସ-ଶୋ ରୁମ) ଦରରେ ବିକ୍ରି ହେଇପାରେ ।ଏହାର 4 ଷ୍ଟ୍ରୋକ, 124.9 cc କ୍ଷମତା ବିଶିଷ୍ଟ ଇଞ୍ଜିନ, ଚକାକୁ ମିନିଟ ପିଛା 6500 ଥର ଗୁରାଇବାରେ ସକ୍ଷମ । ଏହି ଗାଡିର ମାଇଲେଜ ସହରବଜାରରେ 50-55 କିମି ରହିବା ବେଳେ ଲମ୍ବା ରାସ୍ତାରେ 55-60 କିମି ରହିବ ବୋଲି ଅନୁମାନ କରାଯାଉଛି ।

ଗ୍ରାଜିଆ ବିଷୟରେ ସୂଚନା ଦେଇ ହୋଣ୍ଡା କହିଛି, “ଆଡଭାନ୍ସଡ୍ ଅର୍ବାନ ସ୍କୁଟର ପରିକଳ୍ପନାରେ ବିକଶିତ କରାଯାଇଥିବା ଗ୍ରାଜିଆ ହେଉଛି ଆଜିର ଯୁବ ପିଢୀ ପାଇଁ ଏବଂ ଏହାର ନିର୍ମାଣ କସ୍ମୋପଲିଟାନ୍ ସହରୀ ଢାଞ୍ଚାକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଭାରତୀୟ ସ୍କୁଟର ବଜାରରେ ଅଗ୍ରଣୀ ପ୍ରତିଦ୍ଵନ୍ଦୀ ଥିବା ହୋଣ୍ଡା ତରଫରୁ ଏହାର ପରବର୍ତ୍ତୀ ପ୍ରସ୍ତୁତି ହେଉଛି ଗ୍ରାଜିଆ । ଗ୍ରାଜିଆ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି, ନୂଆ ଓ ଅଭିନବ ବୈଶିଷ୍ଟ୍ୟ ଏବଂ ସାର୍ପ ଡିଜାଇନ୍ ଲାଇନ ପାଇଁ ଗ୍ରାହକ ବଜାରରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବ , କାରଣ ଗ୍ରାଜିଆରେ ରହିଛି ହୋଣ୍ଡାର ଉଚ୍ଚ ଗୁଣାତ୍ମକ ମାନ, ସୁପର ଭରସାଯୋଗ୍ୟ, ଆରାମ ଏବଂ ସହଜତା। “

#tech #bike

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon