• ବେତାର ବ୍ୟୁରୋ

ଜିଓ,ଏୟାରଟେଲ ପରେ ଭୋଡାଫୋନର ଶସ୍ତା ଫୋନ ₹999ରେ


ଶସ୍ତା 4G VOLTE ପାଇଁ ଜିଓ ନିଜର ₹1,500 ଟଙ୍କିଆ ଫୋନର ଘୋଷଣା କରିବା ଓ ଏହା ପରେ ପରେ ଏୟାରଟେଲ ମଧ୍ୟ ₹1399 ରେ ସେହିଭଳି ଘୋଷଣା କରିବା ପରେ , ଏବେ ଭୋଡାଫୋନ, ମାଇକ୍ରୋମାକ୍ସ କମ୍ପାନୀ ସହିତ ମିଶି ଏଭଳି ଶସ୍ତା ଫୋନ ବଜାରକୁ ଛାଡିବ ବୋଲି ଘୋଷଣା କରିଛି, ଯାହାକୁ 3 ବର୍ଷ ଧରି ବ୍ୟବହର କଲେ ଗ୍ରାହକ ମାନେ ₹999ରେ ଏହି ଫୋନ ପାଇ ପାରିବେ ।

ମାଇକ୍ରୋମାକ୍ସ ଭାରତ 2 ନାମକ ଏହି ଫୋନ ଫ୍ଲିପକାର୍ଟରେ ₹3,500ରେ ମିଳୁଛି । ତେବେ ଭୋଡଫୋନ ସିମ ସହିତ ଏହାକୁ କିଣିଲେ ବା ଏହାକୁ କିଣି ଏଥିରେ ଭୋଡଫୋନ ସିମ ବ୍ୟବହାର କଲେ ଏହାର ଦର ₹2899 ରହିବ ବୋଲି କମ୍ପାନୀ କହିଛି । ଯଦି ଭୋଡଫୋନ ଗ୍ରାହକ ମାନେ ଦେଢ ବର୍ଷ (18 ମାସ) ଧରି ମାସକୁ ₹150 ହିସାବରେ ରିଚାର୍ଜ କରନ୍ତି, ତେବେ ଏହାପରେ କମ୍ପାନୀ ସେମାନଙ୍କୁ ଭୋଡଫୋନ M-Pesa ୱାଲେଟରେ ₹900 ଦେବ । ସେହିପରି ଆହୁରି ଦେଢବର୍ଷ ଧରି ମାସକୁ ₹150 ରିଚାର୍ଜ କଲେ ଭୋଡଫୋନ ସେହି ଗ୍ରାହକକୁ ₹1,000 M-Pesa ୱାଲେଟରେ ଦେବ ।

ଅର୍ଥାତ ଏହି ଫୋନ କିଣି ତିନିବର୍ଷ ଧରି ଲଗାତର ପ୍ରତି ମାସରେ ଅତି କମରେ ₹150 ରିଚାର୍ଜ କଲେ, ଭୋଡଫୋନ ଏହାର ଗ୍ରାହକଙ୍କୁ ଦୁଇଟି କିସ୍ତିରେ ₹1900 ଟଙ୍କା M-Pesaରେ ଦେବ, ଯେଉଁଥିରେ ଗ୍ରାହକମାନେ ରିଚାର୍ଜ କରିପାରିବେ, ଜିନିଷ କିଣିପାରିବେ, ପଇସା ପଠେଇପାରିବେ କିମ୍ବା ଟଙ୍କା ଉଠେଇ ମଧ୍ୟ ପାରିବେ । ଫଳରେ ଫୋନର ପ୍ରକୃତ ମୂଲ୍ୟ ତିନିବର୍ଷ ପରେ (₹2899-₹1900) ₹900 ହେଇଯିବ ।

ଏହି ସ୍ମାର୍ଟଫୋନ ରେ ୧.୩ GHZ କ୍ୱାଡକୋର ପ୍ରୋସେସର ରହିବା ସହ ରାମ୍ ୫୧୨MB ରହିଛି । ଏହାର ପଛ ଭାଗରେ 2 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ ୦.୩ MP ସୁଟର କ୍ୟାମେରା ରହିଛି । ଏଥିରେ ଆଣ୍ଡ୍ରଏଡ ୬.୦ ରହିବା ସହ ଏହା ଡୁଆଲ ସିମ ବିଶିଷ୍ଟ । ଏଥିରେ ଏଫଏମ, ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ ରହିଥିବା ବେଳେ ଏହା ୩ଜି ଏବଂ ୪ଜି ଚାଲିଲା ଭଳି କ୍ଷମତା ପ୍ରାପ୍ତ ଅଟେ । ଏଥିରେ ୧୩୦୦Mah ର ବ୍ୟାଟେରୀରହିଛି ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon