• ବେତାର ବ୍ୟୁରୋ

ଆଜମା, ବ୍ରୋଙ୍କାଇଟିସ ପାଇଁ ଉପକାରୀ ଅଁଳା


ସୁସ୍ଥ ଜୀବନଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ଦୈନିକ ୫୦ ମିଲିଗ୍ରାମ ଭିଟାମିନ ସି ନିତ୍ୟନ୍ତ ଆବଶ୍ୟକ । ସେଥିପାଇଁ ଅଁଳା ହେଉଛି ବେଶ ଉପୋଯୋଗୀ । ଯଦି ଦୈନଦିନ ଆପଣ ଅଁଳା ସେବନ କରିବେ, ତେବେ ଶରୀରରେ ଭିଟାମିନ ସି ଆବଶ୍ୟକତା ମେଣ୍ଟି ଯିବ । ଏହା ଭିଟାମିନ ସିର ଆବଶ୍ୟକତାକୁ ମେଣ୍ଟାଇବା ସହ ଏହା ଔଷଧ ରୂପେ ମଧ୍ୟ ବେଶ କାମ କରିଥାଏ।

ଆସନ୍ତୁ ଜାଣିବା ଏହାର ଉପକାରିତା ସଂପର୍କରେ

- ଅଁଳ ରସ ସହ ମହୁ ମିଶାଇ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଆଜମା ଏବଂ ବ୍ରୋଙ୍କାଇଟସ ଭଳି ରୋଗରୁ ମୁକ୍ତି ମିଳିଥାଏ । - ଯଦି ଆପଣଙ୍କ ପାଟିରୁ ଆମ୍ବିଳା ହାକୁଟି ଆସେଛି, ତେବେ ନଡିଆ ପାଣି ସହ ଅଁଳା ରସକୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । - ଅଁଳା ରସ ଆପଣଙ୍କ ପାଚନ ଶକ୍ତିକୁ ବୃଦ୍ଧି କରିବା ସହ କୋଷ୍ଠାକାଠିନ୍ୟ ଭଳି ଭୟଙ୍କର ସମସ୍ୟାରୁ ମୁକ୍ତି ମିଳେ । - ଦାନ୍ତ ପାଇଁ ଏହା ବେଶ ଲାଭ ଦାୟକ ଅଟେ, ପିଲା ମାନଙ୍କର ଦାନ୍ତ ଉଠିବା ସମୟରେ ମହୁ ସହ ଅଁଳା ରସକୁ ମିଶାଇ ଖାଇବାକୁ ଦିଅନ୍ତୁ । ଦାନ୍ତ ବିନ୍ଧୁଥିଲେ, କର୍ପୂର ଏବଂ ଅଁଳା ମିଶ୍ରଣର ଲେପକୁ ଦାନ୍ତ ମୂଳରେ ଲଗାଇବା ଦ୍ୱାର ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବା ସହ ଏହି ଲେପକୁ ପୋକ ଲାଗିଥିବା ସ୍ଥାନରେ ଲଗାଇଲେ, ସେଥିରୁ ମଧ୍ୟ ମୁକ୍ତି ମିଳେ । - ଅତ୍ୟଧିକ ରକ୍ତ ସ୍ରାବ ହେଲେ ଦିନକୁ ଦୁଇ, ତିନି ଥର କଦଳୀ ସହ ଅଁଳା ରସକୁ ମିଶାଇ ସେବନ କରିବା ଦ୍ୱାରା ଏଥିରୁ ଉପଶମ ମିଳେ । - ପ୍ରତ୍ୟେକ ଦିନ ମହୁ ସହ ଅଁଳାକୁ ମିଶ୍ରଣ କରି ପିଇଲେ, ତ୍ୱଚାର ଚମକପଣ ବଢିଥାଏ । - କେଶ ପାଇଁ ଏହା ବେଶ ଉପଯୋଗୀ ଅଟେ, ଯାହାର କେଶ ଝଡୁଥିବାର ସମସ୍ୟା ଥାଏ, ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଏହାର ରସକୁ ବାଳ ମୁଳରେ ଲଗାଇବା ଦ୍ୱାରା ରୂପି ସମସ୍ୟାରୁ ମୁକ୍ତି ମିଳେ ।

#heath

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon