• ବେତାର ବ୍ୟୁରୋ

ଓଡିଶାକୁ ନେଇ ଶୋ’ ଯୋଜନାରେ “ବାହୁବଳୀ” ପ୍ରିକ୍ଵେଲ ଲେଖକ


ଶିବଗାମୀ” ପରି ଲୋକପ୍ରିୟ ପୁସ୍ତକ ଲେଖକ ଓ “ବାହୁବଳୀ” ଚଳଚ୍ଚିତ୍ରର ପ୍ରିକ୍ଵେଲ (ପୂର୍ବ କାହାଣୀ) ଲେଖିବା ପାଇଁ ଚୁକ୍ତିବଦ୍ଧ ହେଇଥିବା ଆନନ୍ଦ ନିଲକଣ୍ଠନ ତାଙ୍କର ଆଗାମୀ ଯୋଜନା ସମ୍ପର୍କରେ ପ୍ରକାଶ କରି କହିଛନ୍ତି ଯେ ତାଙ୍କର ଆଗାମୀ ପ୍ରୋଜେକ୍ଟ ଓଡିଶା ଉପରେ ପର୍ଯ୍ୟବେସିତ ଓ ଖୁବ ଶୀଘ୍ର ଏହା ଉପରେ ଏକ ଶୋ' ଆସିବ ।

ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ଲିଟେରାରି ଫେଷ୍ଟିଭାଲ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ପାଠକମାନଙ୍କ ସହିତ ପ୍ରଶ୍ନୋତ୍ତର ବେଳେ ନିଲକଣ୍ଠନ କହିଥିଲେ,” ଚଳିତ ବର୍ଷ ଏହା ମୋର ଓଡିଶାକୁ ଦ୍ଵିତୀୟ ଗସ୍ତ । ତେବେ ଆପଣମାନଙ୍କ ଅଜଣାତରେ ମଧ୍ୟ ମୁଁ ବହୁବାର ଏଠାକୁ ଆସୁଛି । କାରଣ ମୋର ଆଗାମୀ ପ୍ରୋଜେକ୍ଟ ନିମନ୍ତେ ମୁଁ ଓଡିଶା ଉପରେ ଏବେ ଗବେଷଣା କରୁଛି।“

ଏହି ନୂତନ ପ୍ରୋଜେକ୍ଟ ଏକ ପୁସ୍ତକ ହେବ କି ପ୍ରଶ୍ନର ଉତ୍ତର ଦେଇ ନୀଲକଣି କହିଲେ,” ସେ ବିଷୟରେ ମୁଁ ବିଶେଷ କିଛି କହିପାରିବିନି । ତେବେ ଏହା ଏକ ଶୋ ହେବ ।“

ଅବଶ୍ୟ ସେ ଏକଥା ସ୍ପଷ୍ଟ କରିନାହାନ୍ତି କି ଏହି ଶୋ ଟିଭିରେ ପ୍ରସାରିତ ହେବ ବା ୟୁଟ୍ୟୁବ ଭଳି ଡିଜିଟାଲ ମାଧ୍ୟମରେ ପ୍ରସାରିତ ହେବ ।

‘ବାହୁବଳୀ’ ଚଳଚ୍ଚିତ୍ରର ବ୍ୟାପକ ପ୍ରଚାର ଓ ସଫଳତା ପରେ ଏହାର ନିର୍ଦ୍ଦେଶକ ଏସ ଏସ ରାଜମୌଳି, ଏହି କେରଳୀ ଲେଖକଙ୍କ ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କୁ ଫିଲ୍ମର ପୂର୍ବ ଘଟଣାକୁ ନେଇ ଏକ ପୁସ୍ତକ ସିରିଜ ଲେଖିବାକୁ ଅନୁରୋଧ କରିଥିଲେ , ଯାହା ତିନି ଖଣ୍ଡ ବହିରେ ପ୍ରକାଶିତ ହେବ । ଏହି ବହିକୁ ନେଇ ସିରିଏଲ ନିର୍ମାଣ କରିବେ ରାଜମୌଳି । ଇତିମଧ୍ୟରେ ନୀଳକଣ୍ଠନଙ୍କ ଏହି ସିରିଜର ପ୍ରଥମ ପୁସ୍ତକ “ଦି ରାଇଜ ଅଫ ଶିବଗାମୀ” ପ୍ରକାଶିତ ହେଇସାରିଛି ଓ ବାକି ଦୁଇଟି ପ୍ରକାଶ ଅପେକ୍ଷାରେ ଅଛି ।

"ଶିବଗାମୀ" ପୁସ୍ତକ ଉନ୍ମୋଚନ ଅବସରରେ ଫିଲ୍ମର ବାକି କଳାକାରଙ୍କ ସହିତ ନୀଳକଣ୍ଠନ (ବାମରୁ ତୃତୀୟ)

ତେବେ ଓଡିଶାକୁ ତାଙ୍କ ଗବେଷଣାରେ ସାମିଲ କରିଥିବାରୁ “ବାହୁବଳୀ” ପ୍ରିକ୍ଵେଲ ସିରିଏଲରେ ଓଡିଶା ସ୍ଥାନ ପାଇବ କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ କରି ନ ଥିଲେ ନୀଳକଣ୍ଠନ ।

ନୀଳକଣ୍ଠନଙ୍କ ପ୍ରଥମ ଉପନ୍ୟାସ “ଅସୁର”, ଯାହା ରାବଣ ଦୃଷ୍ଟିରେ ରାମାୟଣକୁ ନେଇ ବର୍ଣ୍ଣିତ ହେଇଥିଲା, ଏକ ସଫଳ ପୁସ୍ତକ। ନୀଳକଣ୍ଠନ ପ୍ରାୟତଃ ଭାରତୀୟ ପୌରାଣିକ ଗାଥାକୁ ନେଇ ଉପନ୍ୟାସ ରଚନା କରିଥାନ୍ତି ।

ପାଠକମାନଙ୍କୁ କହି ରଖୁଚୁ କି “ବାହୁବଳୀ” ପାର୍ଟ 1 ଓ 2 ଚଳଚ୍ଚିତ୍ରର କାହାଣୀ ଲେଖକ ଥିଲେ କେ ଭି ବିଜଏନ୍ଦ୍ର ପ୍ରସାଦ ।

ପାଠକମାନଙ୍କୁ କହି ରଖୁଚୁ କି “ବାହୁବଳୀ” ପାର୍ଟ 1 ଓ 2 ଚଳଚ୍ଚିତ୍ରର କାହାଣୀ ଲେଖକ ଥିଲେ କେ ଭି ବିଜଏନ୍ଦ୍ର ପ୍ରସାଦ ।

#life #tv #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon