• ବେତାର ବ୍ୟୁରୋ

ଘରେ ଆଗରେ, ଗାଡିରେ କାହିଁକି ଟଙ୍ଗାଯାଏ ଲେମ୍ବୁଲଙ୍କା


ଭାରତରେ କିଛି ଘରେ ପ୍ରବେଶ କରିବା ପରେ ଆପଣ ଲେମ୍ବୁ ଲଙ୍କା ଏକ ସୂତା ରେ ଗୁନ୍ଥା ହୋଇ ଟଙ୍ଗା ହୋଇଥିବା ଦେଖିଥିବେ । କେବେ ଘର ବାହାରେ ତ କେବେ ଦୋକାନ ଆଗରେ, ପୁଣି କେବେ ଗାଡି ସାମ୍ନାରେ । ବିଭିନ୍ନ ଲୋକଙ୍କ ବିଶ୍ୱାସ ରହିଛି ଯେ ଏହା କୁଦୃଷ୍ଟିରୁ ରକ୍ଷା କରିଥାଏ ଏବଂ ଗୃହକୁ ନକରାତ୍ମକ ଶକ୍ତି ପ୍ରବେଶ କରାଇ ଦେଇ ନ ଥାଏ । ତେବେ ପ୍ରକୃତରେ ଏହା ପଛରେ ଅନ୍ଧବିଶ୍ୱାସ ନୁହେଁ , ଏହା ପଛରେ ରହିଛି ଏକ ରହିଛି ଅନେକ ବୈଜ୍ଞାନିକ କାରଣ ।

ବାସ୍ତବ କଥା ହେଉଛି ଏହାକୁ ଯାତ୍ରୀମାନଙ୍କ ପାଇଁ ଫାଷ୍ଟ ଏଡ୍ ବା ପ୍ରଥମ ଉପଚାର ଭାବେ ବ୍ୟବହାର କରାଯାଇଥାଏ । ଆଗ କାଳରେ ଲୋକମାନେ ବଳଦଗାଡିରେ ବା ଚାଲିଚାଲି ଯାତ୍ରା କରୁଥିଲେ, ତେଣୁ ଏହାର ଗୁରୁତ୍ୱ ରହିଥିଲା । ଲେମ୍ବୁ, ଲଙ୍କା ଆଦି ମୁନିଆ ଛୁଞ୍ଚିରେ ଗନ୍ଥା ଯାଇ ସୂତାରେ ବଳଦ ଗାଡି ସାମ୍ନାରେ ଟଙ୍ଗା ଯାଇଥାଏ, ଯେପରିକି ଯାତ୍ରୀ ତୁରନ୍ତ ଏହାକୁ ଦେଖି ପାରିବେ ଓ ଦରକାର ସମୟରେ ଜରୁରୀ ପଥି ହିସାବରେ ଏହାକୁ ବ୍ୟବହାର କରିପାରିବ।

ସେହି ପରି ବିଭିନ୍ନ ଘର ସମ୍ମୁଖରେ ମଧ୍ୟ ଏହି କାରଣ ପାଇଁ ଟଙ୍ଗା ଯାଇଥାଏ । କାରଣ ଯାତ୍ରା କାଲାବେଳେ ପଦ ଯାତ୍ରୀକୁ ଶୋଷ ଲାଗେ, ବିନା କାରଣରେ ଯାତ୍ରୀର ଚେତା ହରାଇବାର ସମ୍ଭାବନା ଥାଏ । କିନ୍ତୁ ଲେମ୍ବୁର କିଛି ବିନ୍ଧୁ ରସ ପାଟିକୁ ଗଲେ, ଏହା ପାଟିରେ ଲାଳ ସୃଷ୍ଟି କରିଥାଏ ଓ ଏହା ତୃଷାର୍ତ୍ତଙ୍କ ପାଇଁ ଆଣ୍ଟୋଡୋଟ ଭଳି କାମ କରିଥାଏ ଏବଂ କିଛି ମାଇଲ ବାଟ ସେ ସତେଜ ହୋଇ ଯାତ୍ରା କରିପାରେ ।

ବାଟରେ ଯିବା ସମୟରେ ଛୋଟ ବଡ ସାପଙ୍କ ହାବୁଡରେ ପଡିବା ସାଧାରଣ କଥା, ସାପ ବିଷାକ୍ତ କି ନାହିଁ ଜାଣିବା ପାଇଁ ଲଙ୍କାର ବ୍ୟବହାର କରାଯାଇଥାଏ । ସାପ ଦଂଶି ଥିବା ଲୋକକୁ ଲଙ୍କା ଖୁଆଇବେ, ଜିଭକୁ ଯଦି ଲଙ୍କାର ସ୍ୱାଦ ଜଣାଯିବ, ତେବେ ସାପ ବିଷାକ୍ତ ନୁହେଁ, ଆଉ ଯଦି ଲଙ୍କାର ସ୍ୱାଦ ଜଣା ପଡେ ନାହିଁ, ତେବେ ସାପ ବିଷାକ୍ତ ବୋଲି ଧରାଯାଏ ।

ସେହିପରି ଛୁଞ୍ଚି ମଧ୍ୟ ପାଦରେ କଣ୍ଟା ଆଦି ଫୁଟିଗଲେ , ଏହାକୁ ବ୍ୟବହାର କରିବା କାମରେ ଆସିଥାଏ ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon