• ବେତାର ବ୍ୟୁରୋ

ବାସ୍ତୁ ଦୋଷ ଦୂର କରିବା ପାଇଁ ଲୁଣର ବ୍ୟବହାର


ଦୈନଦିନ ଜୀବନରେ ଲୁଣ ଖାଦ୍ୟ ପାଇଁ ଏକ ଅପରିହାର୍ଯ୍ୟ ପଦାର୍ଥ । ବିନା ଲୁଣରେ ଆମେ ଖାଦ୍ୟକୁ ଖାଇବା ଅସମ୍ଭବ ।ଲୁଣ ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଶରୀରରେ ରକ୍ତ ଚାପକୁ ସ୍ଥିର ରଖିଥାଏ ଓ ରକ୍ତରେ ଲବଣ ଅଂଶରେ ଭାରସାମ୍ୟ ରକ୍ଷା କରି ଜଳୀୟ ସ୍ଥିତି ସୁଧାରି ଥାଏ ।

ତେବେ କେବଳ ଖାଦ୍ୟ ଛଡା ବାସ୍ତୁ ଦୃଷ୍ଟିରୁ ମଧ୍ୟ ଲୁଣର ବ୍ୟବହାର ଗୁରୁତ୍ଵପୂର୍ଣ୍ଣ । କୁହାଯାଏ ଲୁଣର ଭିନ୍ନ ଭିନ୍ନ ବ୍ୟବହାର ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହେବା ସହିତ ସକାରତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ । ବିଶେଷ କରି ମାନସିକ ଶାନ୍ତି, ସମୃଦ୍ଧି ଓ ସୁଖ ଏବଂ ଅର୍ଥ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଲୁଣ ବିଶେଷତଃ ଦୁଇ ପ୍ରକାରର ଯଥା ସାମୁଦ୍ରିକ ତଥା ପାହାଡୀ । ବିଶେଷକରି ସାମୁଦ୍ରିକ ଲୁଣ ବ୍ୟବହାର କରାଯାଇ ନ ଥାଏ ।

ଆସନ୍ତୁ ଏହା ସମ୍ବନ୍ଧରେ କିଛି ରୋଚକ ତଥ୍ୟ ଜାଣିବା

- ନିତ୍ୟ ବ୍ୟବହାର୍ଯ୍ୟରେ ଲୁଣର ବ୍ୟବହାରରେ ସାବଧାନତା କରିବା ଜରୁରୀ ।

- ଲୁଣକୁ ସବୁବେଳେ କାଚ ପାତ୍ରରେ ରଖିବା ଜରୁରୀ ।

- ଲୁଣକୁ ସିଧାସଳଖ କାହା ହାତରେ ଦେବା ଉଚିତ ନୁହେଁ ।

- ଲୁଣକୁ ତଳେ ଫୋପାଡନ୍ତୁ ନାହିଁ ଏବଂ ତାହାକୁ ନଷ୍ଟ ନ କରିବାକୁ ଚେଷ୍ଟା କରନ୍ତୁ ।

- ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଘରକୁ ଲୁଣ ପାଣିରେ ପୋଛିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ।

- ଯେତେବେଳେ କାଚ ପାତ୍ରରେ ଲୁଣ ଭରି କରି ରଖୁଛନ୍ତି, ସଥିରେ ଗୋଟାଏ ଲବଙ୍ଗ ପକାଇ ରଖନ୍ତୁ । ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଏବଂ ଘରକୁ ଅର୍ଥ ଆଗମନ ହୋଇଥାଏ ।

- ଲୁଣ ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଯଦି ଅଶାନ୍ତିରେ ରହୁଛନ୍ତି ତେବେ ଗାଧୋଇବା ପାଣିରେ କିଛି ପରିମାଣରେ ଲୁଣ ପକାଇ ଗାଧାନ୍ତୁ ଏବଂ ପାହଡୀ ଲୁଣକୁ ଘରେ ଏକ କୋଣରେ ରଖନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ।

- ଯଦି ଘରେ ବହୁଦିନ ଧରି କେହି ଅସୁସ୍ଥ ଥାନ୍ତି, ତେବେ ତାଙ୍କ ବିଛଣାରେ ଏକ କାଚ ବୋତଲରେ ଲୁଣ ଭରିକି ରଖନ୍ତୁ । ଏବଂ ପ୍ରତି ମାସରେ ଏହାକୁ ବଦଳାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଏହି ପରିସ୍ଥିତିରେ ସୁଧାର ମିଳିବ ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon