• ବେତାର ବ୍ୟୁରୋ

ମଣିଷ ମୃତ୍ୟୁ ପରେ ଶରୀର ଏହିପରି ବଦଳିଯାଏ


ମୃତ୍ୟୁ ପରେ ଶରୀରର ରଙ୍ଗ ବଦଳିବାକୁ ଲାଗେ । ରକ୍ତ ପ୍ରବାହ ବନ୍ଦ ହୋଇଯିବାରୁ ଶରୀରର ରଙ୍ଗ ନୀଳ ପଡିଯାଏ ଏବଂ ହିମୋଗ୍ଲୋବିନ ମାତ୍ରା କମ୍ ପଡିଯିବା ଏବଂ ହିମୋଗ୍ଲୋବିନ ମାତ୍ରା କମିଯିବା କାରଣରୁ ଶରୀର ହଳଦିଆ ପଡିଯାଏ ।

ଶରୀରର ଜିଭ ଓ ଆଖି ବାହାରକୁ ବାହିଯାଏ – ମୃତ୍ୟୁ ପରେ ଶରୀରର ଇଣ୍ଟୋଷ୍ଟାଇନ ପ୍ରସ୍ତୁତ ଗ୍ୟାସ ଏବଂ ଭିତରେ ପଚୁଥିବା ଅଙ୍ଗପ୍ରତ୍ୟଙ୍ଗ ଆଖି ପଦାକୁ ବାହରି ଆସେ । ଜିଭ ମଧ୍ୟ ମୁହିଁ ଭିତରୁ ଫୁଲିବାକୁ ଲାଗେ ଓ ପଦାକୁ ଚାଲିଆସେ ।

ମୃତ ଶରୀର ଚିତ୍କାର ମଧ୍ୟ କରିଥାଏ – ପୋଷ୍ଟମୋଟର୍ମ ବେଳେ ମୃତ ଶରୀରରୁ ଚିକ୍ରାର ଶୁଭେ । ପ୍ରକୃତରେ ମୃତ୍ୟୁ ପୁରେ ଶରୀର ଭିତରେ ଥିବା ବ୍ୟାକ୍ଟେରିୟା ଗ୍ୟାସ ସୃଷ୍ଟି କରନ୍ତି, ଯେଉଁଥିପାଇଁ ଶରୀରର ଭୋକାଲ ମାଂସପେଶୀ ଗୁଡିକ ସଂକୁଚିତ ହୋଇଯାଏ । ଏହି କାରଣରୁ ମୃତ୍ୟୁ ଶରୀରର ଚିକ୍ରାର ଶୁଭେ ।

ମୃତ୍ୟୁପରେ ବିଭିନ୍ନ କିଟପତଙ୍ଗ ଶରୀରକୁ ଘେରି ଯାଆନ୍ତି – ବ୍ୟାକଟେରିଆ ଓ ଫଙ୍ଗସ ବ୍ୟାତିତ ଆହୁରୀ ମଧ୍ୟ କିଛି ଜୀବ ଅଛନ୍ତି, ଯଥା ମାଛ – ଶରୀରରୁ ବାହାରୁଥିବା ଗନ୍ଧକୁ ଅନୁକରଣ କରି ତା ପାଖକୁ ଚାଲି ଆସନ୍ତି । ମାଛ ବ୍ୟତିତ ପିମ୍ପୁଡି ଓ ବୁଢିଆଣି ମଧ୍ୟ ଶରୀରର ଗନ୍ଧରେ ଆକୃଷ୍ଟ ହୋଇ ଚାଲିଆସନ୍ତି ।

ମୃତ୍ୟୁପରେ ମଧ୍ୟ ପିଲା ଜନ୍ମ ହୋଇପାରେ – ମୃତ୍ୟୁ ପରେ ଶରୀରୁ ପିଲା ମଧ୍ୟ ଜନ୍ମ ପ୍ରକ୍ରିୟାକୁ “କାଫିନ ବାର୍ଥ” କୁହାଯାଏ । ଗର୍ଭବତୀ ମହିଳା ମୃତ୍ୟୁ ପରେ ତା’ର ମୃତ୍ୟୁ ଶରୀର ପିଲାଙ୍କୁ ବାହାରକୁ ନେଇ ଆସେ । ପ୍ରକୃତରେ ମୃତ୍ୟୁ ପରେ ଶରୀରରେ ସୃଷ୍ଟି ହୋଇଥିବା ଗ୍ୟାସ ପିଲାକୁ ମା ପେଟ ଭିତରୁ ବାହାରକୁ ଠେଲେ । “କାଫିନ ବାର୍ଥ” ବହୁତ କମ୍ ଦେଖିବାକୁ ମିଳେ ।

ମୃତ ଶରୀର ନିଜେ ନିଜେ ମମ୍ମିରେ ବଦଳୀ ଯାଏ – କିଛି ମାସ ଇକୋ-ଜୋନ୍ସରେ ରହିଥିବା ଶରୀର ତାକୁ ପଚାଇଲା ପରି ବ୍ୟାକ୍ଟେରିଆଙ୍କ ପ୍ରଭାବ ପଡେ ନାହିଁ । ଏହି ପରିସ୍ଥିତିରେ ଶରୀର ପ୍ରକୃତିକ ଉପାୟରେ ମମ୍ମି ପାଲଟି ଯାଏ । ବରଫ କିମ୍ବା ଲୁଣ ଥିବା ଏରିଆରେ ପ୍ରାୟ ଏହା ଦେଖାଯାଏ ।

ଚମଡା ପରି ଟାଣ ହୋଇଯାଏ ଶରୀର - ଯଦି ଶରୀରକୁ ଠିକ୍ ଭାବେ ଘୋଡେଇ କି ରଖାନଯାଏ ତାହା ଶୁଖି ଟାଣ ହୋଇଯାଏ ।

ଶରୀରରୁ ଚମଡା ଅଲଗା ହୋଇଯାଏ – ମୃତ୍ୟୁ ପରେ ଶରୀରରୁ ଚମଡା ଅଲଗା ହୋଇଯାଏ । ଶରୀରରେ ପ୍ରସ୍ତୁତ ହୋଇଥିବା ଗ୍ୟାସ ପାଇଁ ଏହା ହୋଇଥାଏ ।

#life #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon