• ବେତାର ବ୍ୟୁରୋ

କେମିତି ପ୍ରସ୍ତୁତ କରିବେ ଘରେ ପତ୍ର ପୋଡା ଚିକେନ


ଯଦି କେଉଁଠି ଆମିଷ ଖାଇବା କଥା ଉଠେ, ତେବେ ଚିକେନର ବେଶ୍ ଚାହିଦା ରହେ, ଏହାକୁ ନେଇ ଅନେକ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୁଏ, ଯେପରିକି ଚିକେନ କରି, ଚିକେନ ପକୋଡା, ଚିଲି ଚିକେନ, ଚିକେନ ବିରିୟାନି , ଚିକେନ ଦୋପିିଆଳି ଇତ୍ୟାଦି । ତେବେ ଆସନ୍ତୁ ଏହାର ଅନ୍ୟ ଏକ ସୁସ୍ୱାଦିଆ ବ୍ୟଞ୍ଜନ, ପତ୍ରପୋଡା ଚିକେନ ସଂପର୍କରେ କିଛି ଜାଣିବା ।

ଦରକାର ସାମଗ୍ରୀ- ଚିକେନ ( କୁକୁଡା ମାଂସ), ସୋରିଷ ତେଲ, ଜିରା ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ପିଆଜ, ରସୁଣ, ଅଦା ପେଷ୍ଟ, ଗରମ ମସଲା , ଚିକେନ ପାଉଡର, ଲୁଣ, ହଳଦୀ, କଦଳୀ ପତ୍ର, ଚାଇନା ସଲ୍ଟ, ଧନିଆ ପତ୍ର, କଞ୍ଚା ପିଆଜ, କଞ୍ଚା ଲଙ୍କା ।

ପ୍ରସ୍ତୁତ ପ୍ରଣାଳୀ- ଦରକାର ଅନୁଯାୟୀ ଚିକେନ ଆଣିବେ । ତାକୁ ଭଳ ଭାବରେ ଧୋଇ ଦିଅନ୍ତୁ । ତାକୁ ଏକ ପାତ୍ରରେ ରଖନ୍ତୁ । ସେଥିରେ ଲୁଣ, ହଳଦୀ, ସୋରିଷ ତେଲ ଦେଇ ଭଲ ଭାବରେ ମିଶ୍ରଣ କରନ୍ତୁ । ପରେ ସେଥିରେ ପିଆଜ, ଅଦା, ରସୁଣ ପେଷ୍ଟ ପକାନ୍ତୁ । ତା ପରେ ଲଙ୍କା ଗଣ୍ଡ, ଜିରା ଓ ଧନିଆ ପାଉଡର ପକାଇ ଗୋଳାଇ ଦିଅନ୍ତୁ । ତା ସହ ଚିକେନ ପାଉଡର ,ଗରମ ମସଲା ମଧ୍ୟ ମିଶ୍ରନ କରନ୍ତୁ । ପରେ ମିଶ୍ରିତ ଚିକେନକୁ କିଛି ସମୟ ରଖନ୍ତୁ ।

ଏହା ପରେ ଦୁଇ ଖଣ୍ଡ କଦଳୀ ପତ୍ରକୁ ଭଲ ଭାବରେ ଧୋଇକରି ଆଣନ୍ତୁ । ପତ୍ରର ଚାରି ପଟେ ସୋରିଷ ତେଲ ଲଗାନ୍ତୁ ପରେ ଏହା ଉପରେ ମସଲା ମିଶ୍ରିତ ଚିକେନକୁ ରଖନ୍ତୁ । ଚିକେନ ସହ ପତ୍ରକୁ ଏକ ସୁତାରେ ଭଲ ଭାବରେ ବାନ୍ଧନ୍ତୁ, ପରେ ଅନ୍ୟ ଏକ ପତ୍ରକୁ ତା ଉପରେ ଗୁଡାନ୍ତୁ, ଏହା ଦ୍ୱାରା ଚିକେନ ଶୀଘ୍ର ପୋଡେ ନାହିଁ । ପରେ ତାକୁ ଅଳ୍ପ ଆଞ୍ଚ ଥିବା ନିଆଁରେ ପକାନ୍ତୁ । କିଛି ସମୟ ଗୋଟିଏ ପଟ ନିଆଁରେ ବସିବା ପରେ ଏହାକୁ ଓଲଟାଇ ଦିଅନ୍ତୁ । ଏହା ଭଲ ଭାବରେ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ବାହାରକୁ କାଢି ଦିଅନ୍ତୁ।

ବାହାରକୁ କାଢିବା ପରେ ସାଙ୍ଗେ ସାଙ୍ଗେ ତାକୁ ନ ଖୋଲି , ଅଳ୍ପ ଥଣ୍ଡା ହେଲା ପରେ ତାକୁ ଏକ ପ୍ଲେଟରେ କାଢି ରଖନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପତ୍ର ପୋଡା ଚିକେନ । ଶେଷରେ ପ୍ଲେଟରେ କଞ୍ଚାଲଙ୍କା, ଧନିଆ ପତ୍ର , ପିଆଜ ଦେଇ ସଜାନ୍ତୁ ।

#food

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon