• ବେତାର ବ୍ୟୁରୋ

ମଧ୍ୟରାତ୍ରିରେ ଖାଉଛନ୍ତି ? ହେଇପାରେ ହୃଦରୋଗ


ମଧ୍ୟରାତ୍ରିରେ ଖାଇବା ଯୋଗୁ ହୃଦରୋଗ ଓ ଡାଇବେଟିସ ଆଶଙ୍କା ବୃଦ୍ଧି କରାଏ । କାରଣ ଏହା ଦ୍ୱାରା ଶରୀରର ଜୈବିକ ଘଡି ବାଧାପ୍ରାପ୍ତ ହୁଏ ବୋଲି ଏକ ଅଧ୍ୟୟନରେ ସତର୍କ କରି ଦିଆଯାଇଛି ।

ମେସ୍କିକୋସ୍ଥିତ ନ୍ୟାସନାଲ ଅଟୋନୋମସ୍ ୟୁନିଭର୍ସିଟି ଗବେଷକମାନେ ରାତ୍ରି ସମୟରେ ମୂଷା ରକ୍ତରେ ଟ୍ରାଇଗ୍ଲିସେରାଇଡ୍ ନାମକ ସ୍ନେହସାର ମାତ୍ରା ବୃଦ୍ଧି ପାଉଥିବା ଦେଖିବାକୁ ପାଇଛନ୍ତି । ସେମାନେ ଦିନବେଳା ମୂଷାଙ୍କ ଚଲାବୁଲା ସମୟରେ ଏବଂ ରାତିବେଳା ବିଶ୍ରାମ ନେବା ପରେ ଖାଇବାକୁ ଦେଇଥିଲେ ।

ଏହାପରେ ଦେଖିବାକୁ ମିଳିଲା ଯେ, ରାତିବେଳା ମୂଷାଙ୍କ ରକ୍ତରେ ସ୍ନେହସାର ମାତ୍ରା ଦିନବେଳା ଅପେକ୍ଷା ଅଧିକ ବୃଦ୍ଧି ପାଉଛି । ଗବେଷକଙ୍କ କହିବା ଅନୁଯାଇ, ମଣିଷ ରକ୍ତରେ ଅଧିକ ମାତ୍ରାରେ ସ୍ନେହସାର ହୃଦରୋଗ ଏବଂ ଡାଇବେଟିସ ସହ ଜଡିତ । ମଣିଷ ଆଧୁନିକ ଜୀବନ ଶୈଳୀକୁ ଆପଣାଇବା ସହିତ ଜୈବିକ ଘଡିର ସତର୍କ ଘଣ୍ଟିକୁ ଅବଜ୍ଞା କଲେ ଏବଂ ରାତିବେଳେ ଖାଇବା ଅଭ୍ୟାସ ରଖିଲେ ଏହି ସବୁ ରୋଗ ସୃଷ୍ଟି ହୋଇଥାଏ ।

ରାତ୍ରି ହଉଛି ବିଶ୍ରାମ ନେବାର ସମୟ, ଏହି ସମୟରେ ଶରୀର ହଜମ ପ୍ରକ୍ରିୟା ଭଳି କୌଣସି କାର୍ଯ୍ୟ କରିବାକୁ ଚାହେଁନାହିଁ । ଏହି ସମୟରେ ଖାଦ୍ୟ ଖାଇଲେ ରକ୍ତରେ କୋଲେଷ୍ଟରଲ ଓ ଶର୍କରା ମାତ୍ରା ବୃଦ୍ଧି ପାଇଥାଏ । ଦିବସରେ ୨୪ ଘଣ୍ଟା ମଧ୍ୟରେ ଶରୀର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଜୈବିକ ଘଡି ଦ୍ୱାରା ଧାର୍ଯ୍ୟ ହୋଇଥାଏ । କିନ୍ତୁ ଆମ ଆଧୁନିକ ଜୀବନଶୈଳୀ ଆମ ଶରୀରର ଜୈବିକ ଘଡିକୁପରିବର୍ତ୍ତନ କରିବାକୁ ବାଧ୍ୟ ହେଉଥିବାରୁ ଏହା ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ ।

#health #food #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon