• ବେତାର ବ୍ୟୁରୋ

ଧନୀ ହେବାରେ ବିଲ ଗେଟସଙ୍କୁ ପଛରେ ପକେଇଲେ ଆମାଜନ ମାଲିକ


ବିଶ୍ଵାସ ନ ହେଲେ ବି ସତ । ପର ଘରେ ଅଇଁଠା ବାସନ ଉଠାଉଥିବା ବ୍ୟକ୍ତି ଆଜି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ।

ନିକଟ ଅତୀତରେ ଫୋବର୍ସ ଦ୍ୱାରା ଜାରି କରାଯାଇଥିବା ତାଲିକାରେ ଆମାଜନର ପ୍ରତିଷ୍ଠାତା ଜେଫ ବୋଜୋସ, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସଙ୍କୁ ପଛରେ ପକାଇ ବର୍ତ୍ତମାନ ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ସୂଚନା ମୁତାବକ ବିଲ ଗେଟସଙ୍କ ପାଖରେ ୯୦.୧ ବିଲିଅନ ଡଲାର ରହିଥିବା ବେଳେ ଜେଫ ବୋଜୋସଙ୍କ ପାଖରେ ୯୦.୬ ବିଲିଅନ ଡଲାର ରହିଛି । ଯାହାକି ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପରିଚୟ ପ୍ରଦାନ କରିଛି ।

ପ୍ରଥମେ ପ୍ରଥମେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଜେଫ ବୋଜୋସ ବହି ବିକ୍ରି କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆମାଜନ ପ୍ରତିଷ୍ଠା ହେବା ପରେ, ସେ ବିଗତ ଏକ ବର୍ଷ ମଧ୍ୟରେ ତାଙ୍କ କମ୍ଫାନୀ ପ୍ରତ୍ୟେକ ଦିନ ୪୨୬ କୋଟି ଆୟ କରୁଥିଲା । ଏହା ହେଉଛି ତାଙ୍କ କଠିନ ପରିଶ୍ରମର ଫଳ, ଯାହାକି ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପରିଚୟ ପ୍ରଦାନ କରିଛି । ଦିନଥିଲା ତାଙ୍କ ପାଖରେ ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ନଥିଲା ।ହେଲେ ପରେ ସେ ଏକ ଫାଇନାନ୍ସ କମ୍ପାନୀରେ କାମ

କରି ଉତ୍ତମ ବେତନ ରୋଜଗାର କରିଥିଲେ । ପରେ 1994 ମସିହାରେ ଇଣ୍ଟରନେଟରେ କିଣାବିକା କରି ରୋଜଗାର କରିବାର ଯୋଜନା କରି ଚାକିରି ଛାଡି ସେ ଆମାଜନ.କମ ୱେବସାଇଟ

ଆମାଜନ କରିଥିଲେ।

ୱେବସାଇଟ ରେ ଜିନଷପତ୍ର କିଣାବିକା ଠାରୁ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥା ରହିଛି । ଭାରତରେ ଏହା ଫ୍ଲିପକାର୍ଟ ସହିତ ପ୍ରତିଯୋଗୀତା କରୁଛି।

ନିଜ କମ୍ପାନୀରେ ପଇସା ନିବେଶ କରିବା ସହିତ ବେଜୋସ ନିୟମିତ ଭାବେ ଅଲଗା କମ୍ପାନୀରେ ପଇସା ବିନିଯୋଗ କରିଥାନ୍ତି । ଏଯାବତ ସେ ଟ୍ଵିଟର, ଗୁଗୁଲ, ଉବେର ଭଳି 37ଟି କମ୍ପାନୀରେ ନିବେଶ କରି ସେହି ସବୁ ସଂସ୍ଥାରେ ନିଜ ଅଂଶଧନ ରଖିଛନ୍ତି ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon