• ବେତାର ବ୍ୟୁରୋ

କିଙ୍ଗଫିଶରର ନୂଆ ‘ଷ୍ଟର୍ମ’ ବିୟର


ଟ୍ୟୁବୋର୍ଗ, କାର୍ଲସବର୍ଗ ପରି ବିଦେଶୀ ବିୟର ବ୍ରାଣ୍ଡର କମ ପିତା ଓ ଅଲଗା ସ୍ଵାଦର ବିୟର ସହିତ ମୁକାବିଲା କରିବା ପାଇଁ କିଙ୍ଗଫିଶର ଏହାର ନୂତନ ଉତ୍ପାଦ କିଙ୍ଗଫିସର ଷ୍ଟର୍ମର ଶୁଭାରମ୍ଭ ଓଡିଶାରେ କରିଛି ।

କିଙ୍ଗଫିସର ଷ୍ଟର୍ମ ସ୍ୱତନ୍ତ୍ର ମାଲ୍ଟ୍ ଏବଂ ହୋପ୍ସରେ ପ୍ରସ୍ତୁତ ହୋଇଥିବାବେଳେ ଏହାର ସ୍ୱାଦ ଭିନ୍ନ ରହିଛି । କମ ପିତା ତଥା ପିଇବା ପାଇଁ ଅଲଗା ସ୍ଵାଦର ପ୍ରସ୍ତୁତି ସହିତ ଏହାକୁ ଦେଶର ବିଅରପ୍ରେମୀ ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

କିଙ୍ଗଫିସର ଷ୍ଟର୍ମ ଏକ ଆକର୍ଷଣୀୟ ଷ୍ଟ୍ରାଇକିଂ ଇଲେକ୍ଟ୍ରିକ ବ୍ଲୁ ବଟଲରେ ଉପଲବ୍ଧ ହେଉଥିବାବେଳେ, ଏହାକୁ ସହଜରେ ଖୋଲିବା ପାଇଁ ରିଂ ପୁଲ ଅପ କ୍ୟାପ ରହିଛି । ଏହାର ଲେବଲଟି ଷ୍ଟାଇଲିସ ହୋଇଛି ହେବା ସହିତ ବଟଲଟି ଆକର୍ଷଣୀୟ ହୋଇଛି । ଏହି ୬୫୦ମିଲି ବଟଲ ସମାନ ଭାବରେ କ୍ଲାସି ଲୁକ ପ୍ରଦାନ କରୁଥିବା ସିଲ୍ଭର-ବ୍ଲୁ ୫୦୦ମିଲି କ୍ୟାନ ରେ ଉପଲବ୍ଧ । ଏହାର ୬୫୦ମିଲି କାଚ ବୋତଲର ଦର ₹130 ରଖା ଯାଇଛି ।

ଏହି ନୂତନ ଲୁକ ସହିତ ଆକର୍ଷଣୀୟ ଟ୍ୟାଗଲାଇନ ‘ସ୍ୱାଗ ମେରା ଷ୍ଟାଇଲ’ ଯୁକ୍ତ କିଙ୍ଗଫିସର ନିଶ୍ଚିନ୍ତ ଭାବରେ ବୋଲ୍ଡ ଷ୍ଟାଇଲ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଯୁବକମାନଙ୍କୁ ଆକର୍ଷିତ କରିପାରିବ ।

ଏହି ଉତ୍ପାଦ ଏହି ବର୍ଷର ପ୍ରଥମାର୍ଦ୍ଧରେ ଦେଶରେ ଅଳ୍ପ କିଛି ସହରରେ ବିକ୍ରି ଆରମ୍ଭ ହେଇଥିଲା । ଏବେ ଏହା ଓଡିଶାରେ ମଧ୍ୟ ବିକ୍ରି ହେବ ।

ବର୍ତ୍ତମାନ କିଙ୍ଗଫିସର ଷ୍ଟର୍ମ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଉପଲବ୍ଧ ହେଉଥିବାବେଳେ, ପରବର୍ତ୍ତୀ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଦେଶରେ ଉପଲବ୍ଧ ହେବ । ନିକଟରେ ସବୁଠାରୁ ଅଧିକ ଅଭିନବ ବିୟରର ଶୁଭାରମ୍ଭ କରାଯାଇଥିବାବେଳେ, କିଙ୍ଗଫିସର ଷ୍ଟର୍ମ ଗ୍ରାହକମାନଙ୍କୁ କଠୋର ସ୍ୱାଦ ସହିତ ଉନ୍ନତ ମଦ ପ୍ରଦାନ କରିଥାଏ, ଯାହାକୁ ସେମାନେ ଆପଣାଇବା ସହିତ ଭଲ ପାଇପାରିବେ ।

‘ଦ କିଙ୍ଗ ଅଫ ସ୍ୱାଗ - କିଙ୍ଗଫିସର ଷ୍ଟର୍ମ’ ଭୁବନେଶ୍ୱର ସ୍ଥିତ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲରେ ଏକ ଚମକପ୍ରଦ ଉତ୍ସବରେ ଶୁଭାରମ୍ଭ କରାଯାଇଥିଲା । କିଙ୍ଗଫିସର ଷ୍ଟର୍ମର ଶୁଭାରମ୍ଭ ଅବସରରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଗାୟିକା ନଭ୍ୟାଜୈତି ଏବଂ ଗାୟକ ତାରିକ ଅଜିଜ ଯୋଗଦାନକରି ନିଜର ପ୍ରଦର୍ଶନ ଦ୍ୱାରା କାର୍ଯ୍ୟକ୍ରମକୁ ଉତ୍ସବ ମୁଖରିତ କରିଥିଲେ ।

ୟୁନାଇଟେଡ ବ୍ରେୱେରିଜ୍ ଲିଃର ସହଯୋଗୀ ଉପସଭାପତି (ବ୍ୟବସାୟିକ) ଗୁରପ୍ରୀତ ସିଂ କହିଛନ୍ତିଯେ, “ଅଗ୍ରଣୀ ବଜାର ଭାବରେ ୟୁନାଇଟେଡ ବ୍ରେୱେରିଜ୍ ଲିଃ ନୂତନ ଏବଂ ଅଭିନବ ଉତ୍ପାଦର ଶୁଭାରମ୍ଭ ଦ୍ୱାରା ଉଦ୍ୟୋଗକୁ ବୃଦ୍ଧି କରିଛି । ବିଭିନ୍ନ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ହେଉଛି ଆମର ପ୍ରୟାସ । ଆମ ପରିଶ୍ରମ ଦ୍ୱାରା ଏକ ବିବିଧ ଶ୍ରେଣୀର ବିୟର ପ୍ରଦାନ କରିବା ପାଇଁ ଆମେ ଏକ ସ୍ୱତନ୍ତ୍ର ସେଗମେଣ୍ଟର ପ୍ରିମିୟମ ଷ୍ଟ୍ରଙ୍ଗ ବିୟର ପ୍ରସ୍ତୁତ କରିଛୁ । ଆମେ ବିଶ୍ୱାସ କରୁଛୁଯେ, ବିୟର ପ୍ରେମୀମାନେ ସ୍ୱାଦ ଏବଂ ଗୁଣବତ୍ତା ଯୁକ୍ତ ଏହି ପ୍ରିମିୟମ ଷ୍ଟ୍ରଙ୍ଗ ବିୟରକୁ ଉପଭୋଗ କରିବେ ।”

ଦେଶରେ ବିୟର ବଜାରରେ କିଙ୍ଗଫିଶରର ମାର୍କେଟ ଭାଗ ପ୍ରାୟ 52% ।

#beverage #youth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon