• ବେତାର ବ୍ୟୁରୋ

ମାତ୍ର 10 ଦିନରେ ଦଶ ଇଞ୍ଚ ବାଇଶେପ ବଢେଇଲେ ଏହି ଯୁବକ


ସୁନ୍ଦର ଓ ସୁଡୌଲ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ପରିଶ୍ରମ କରିଥାନ୍ତି । ଘଣ୍ଟା ଘଣ୍ଟା ଜିମରେ ଝାଳ ବୁହାଇବା ସହିତ ଦୈନିକ ପ୍ରୋଟିନ ସେକ ପିଇ ଟ୍ରେନରଙ୍କ ଦ୍ଵାରା ଶିଖାଯାଇଥିବା ପ୍ରଣାଳୀରେ ବ୍ୟାୟାମ କଲେ କିଛି ମାସ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ଆସିଥାଏ । ହେଲେ ନିଜ ବାଇଶେପକୁ ଶୀଘ୍ର ବଢେଇବା ନିଶାରେ ରୁଷିଆର ଜଣେ 21 ବର୍ଷୀୟ ଯୁବକ କିରିଲ ତେରେଶିନ ଏପରି କିଛି କଲେ ଯାହା ଫଳରେ ମାତ୍ର ଦଶ ଦିନରେ ତାଙ୍କ ବାଇଶେପ ଆକାର ଦଶ ଇଞ୍ଚ ବଢିଗଲା ।

ସେ ନିଜର ଏହି ବିଚିତ୍ର ତଥା ଆଶ୍ଚର୍ଯ୍ୟଜନକ ବାହୁକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବା ପରେ ତାଙ୍କର ଅନେକ ପ୍ରଶଂସକ ଓ ନିନ୍ଦୁକ ସୃଷ୍ଟି ହେଇଥିଲେ ଓ ବିଭିନ୍ନ ମିଡିଆ ତାଙ୍କ ମତାମତ ଜାଣିବା ପାଇଁ ଚାହିଁଥିଲେ । ଅତି କମ ସମୟରେ ଏପରି ବାହୁ କିପରି ପାଇଲେ ସେ ପ୍ରଶ୍ନର ଉତ୍ତର ଦେଇ ତେରେଶିନ କହିଥିଲେ ଯେ ସେ ଏଥିପାଇଁ ଦୈନିକ 250 ମିଲିଲିଟର ଶିନ୍ଥୋଲ (Synthol) ନିଜ ଦୁଇ ବାହୁରେ ଇଂଜେକସନ ଦେଉଥିଲେ । ଏହି ବିଶେଷ ତେଲ ଦୈନିକ ତାଙ୍କ ବାଇଶେପକୁ ଏକ ଇଞ୍ଚ ପର୍ଯ୍ୟନ୍ତ ବଢାଉଥିଲା ।

ଶିନ୍ଥୋଲ କ’ଣ

ବହୁତ ଅଧିକ ପରିମାଣର ଯେ କୌଣସି ତେଲ (ପ୍ରାୟ 85%) , ଅଳ୍ପ କିଛି ପେନ କିଲର ବା ବିନ୍ଧାଯନ୍ତ୍ରଣା ଉପଶମର ତରଳ ଔଷଧ ଓ ଅଳ୍ପ ଆଲକହଲକୁ ମିଶେଇ ଶିନ୍ଥୋଲ ତିଆରି ହେଇଥାଏ । ଯଦିଓ ତେରେଶିନ ଏହାକୁ ବ୍ୟବହାର କରିଥିଲେ, ତେବେ ଏହାର ଶରୀର ଉପରେ ଅନେକ କୁପ୍ରଭାବ ଥାଏ । ଏହାକୁ ବ୍ୟବହାର କଲେ ଶରୀରର ଟିସୂ ନଷ୍ଟ ହେବା ସହିତ, ସ୍ନାୟୁତନ୍ତ୍ର ଦୁର୍ବଳ ହେଇଥାଏ ଓ ଚମଡା ଖରାପ ହେଇଥାଏ । ଏପରିକି ଏହାର ବ୍ୟବହାର ଫଳରେ ହାର୍ଟଆଟାକ ଆସିବାର ସମ୍ଭାବନା ମଧ୍ୟ ଥାଏ ।

ରୁଷୀୟ ଆର୍ମୀରୁ ଅବସର ନେବାପରେ ତେରେଶିନ ନିୟମିତ ଜିମ ଯାଉଥିଲେ । ତେବେ ବାହୁକୁ ସୁନ୍ଦର କରିବାର ନିଶା ହେବାରୁ ସେ ଏପରି କଲେ ବୋଲି କହିଛନ୍ତି । ତେବେ ଏହି ଇଂଜେକସନ ନେବାପରେ ସେ ଦିନସାରା ବିଛଣାରେ ପଡି ରହୁଥିଲେ ଓ ତାଙ୍କୁ ଜର ଆସୁଥିଲା ବୋଲି ସେ କହିଛନ୍ତି । ହେଲେ ସନ୍ଧ୍ୟାରେ ସେ ପୁନର୍ବାର ଠିକ ହେଇଯାଉଥିଲେ ବୋଲି ସେ କହିଥିଲେ ।

ବିଶ୍ଵରେ ଅନେକ କୁସ୍ତି ଖେଳାଳି କମ ସମୟରେ ଅଧିକ ଓଜନ ବଢାଇବାକୁ ଅଳ୍ପବହୁତେ ଏହି ଏହି ତେଲ ବ୍ୟବହାର କରିଥାନ୍ତି । ତେବେ ତେରେଶିନଙ୍କ ବ୍ୟବହାର ମାତ୍ର ବହୁତ ଅଧିକ ଥିଲା (ଦୈନିକ 250 ମିଲି) । ଏଥିପାଇଁ ସୋସିଆଲ ମିଡିଆରେ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା ।

#youth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon