• ବେତାର ବ୍ୟୁରୋ

ଷ୍ଟେଟ ବ୍ୟାଙ୍କର YONO ଆପ


ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଭାରତର ପ୍ରଥମ ବ୍ୟାପକ ଡିଜିଟାଲ୍ ପ୍ଲାଟଫର୍ମ “YONO” (You Only Need One) କୁ ଉନ୍ମୋଚନ କରିଛି । ଏହାର ଆପ ଓ ୱେବସାଇଟ ଯୋଗେ ଗ୍ରାହକ ମାନେ ବିଭିନ୍ନ ଆର୍ଥିକ କାରବାର କରିବା ସହିତ ଅନଲାଇନ ଜରିଆରେ ଜିନିଷପତ୍ର ମଧ୍ୟ କିଣାବିକା କରିପାରିବେ ।

YONO ହେଉଛି ଏସବିଆଇର ଏକ ବ୍ୟାପକ ଡିଜିଟାଲ୍ ଉତ୍ପାଦ ଯାହାକୁ ବିଶ୍ୱର ସଦ୍ୟତମ ଡିଜିଟାଲ୍ ପ୍ରଯୁକ୍ତି ଯଥା ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ, ପ୍ରେଡିକ୍ଟିଭ୍ ଆନାଲିଟିକ୍ସ ଏବଂ ମେସିନ୍ ଲର୍ଣ୍ଣିଂକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବ ପୋର୍ଟାଲ୍ରେ ହାସଲ କରାଯାଇପାରିବ । ଏହାକୁ ବ୍ୟବହାର କରି ଇଚ୍ଛୁକ ଗ୍ରାହକମାନେ ଓ ଏସବିଆଇରେ ଖାତା ଖୋଲିବାକୁ ଇଚ୍ଛୁକ ଥିବା ଗ୍ରାହକମାନେ :

• ୫ ମିନିଟ୍ ରୁ କମ୍ ସମୟରେ ଏକ ଏସବିଆଇ ଖାତା ଖୋଲିପାରିବେ

• ଚାରିଟି କ୍ଲିକରେ ପଇସା ପଠେଇପାରିବେ

• ବିନା କାଗଜପତ୍ର କାମରେ ବ୍ୟକ୍ତିଗତ ଋଣ ହାସଲ କରିପାରିବେ

• ଟର୍ମ ଡିପୋଜିଟ ଉପରେ ଲୋନ ହାସଲ କରିପାରିବେ

• ଏସବିଆଇ ଗ୍ରୁପ୍ କଂପାନିଜ୍ର ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପୋର୍ଟଫୋଲିଓକୁ ଏକାଥରେ ଦେଖିପାରିବେ

• ନିଜ ଖର୍ଚ୍ଚ ବିଷୟରେ ଅଧିକ ବିସ୍ତ୍ରୁତ ଉପାୟରେ ଜାଣି ପାରିବେ

• “ଚାଟ୍ ବଟ୍’ ଜରିଆରେ କଥାବାର୍ତା ଯେ କୌଣସି ଅସୁବିଧାରେ ପରାମର୍ଶ ନେଇ ପାରିବେ

YONO ହେଉଛି ପ୍ରଥମ ଡିଜିଟାଲ୍ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଯାହା ଆନାଲିଟିକ୍ସକୁ ବ୍ୟବହାର କରି ୬୦ରୁ ଅଧିକ ଇ-କମର୍ସ ସଂସ୍ଥାର କଷ୍ଟମାଇଜଡ୍ ଉତ୍ପାଦ ଏବଂ ଅଫର ପ୍ରଦାନ କରିବ । ଏଥିରେ ପ୍ରଥମ ଥର ପାଇଁ ବୀମା ପଲିସିକୁ ଅନଲାଇନରେ କିଣିହେବ ଏବଂ ଦେଖିହେବ, ସେଥିପାଇଁ ଗ୍ରାହକଙ୍କୁ ଉକ୍ତ କଂପାନିକୁ ଯିବାକୁ ପଡ଼ିବ ନାହିଁ ଏବଂ ସହଜରେ ଷ୍ଟକ ମାର୍କେଟରେ ରିଦ କରାଯାଇପାରିବ ।

ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ସହିତ YONO ଗ୍ରାହକଙ୍କ ୧୪ ପ୍ରକାର ଜୀବନଶୈଳୀ ଆବଶ୍ୟକତା ଯଥା ଟାକ୍ସି ବୁକିଙ୍ଗ, ସିନେମା, ରେଷ୍ଟୁରାଣ୍ଟରେ ଖିଆ, ଭ୍ରମଣ ଏବଂ ହୋଟେଲ ରହଣୀ, ମେଡିକାଲ୍ ଆବଶ୍ୟକତା ଏବଂ ବହୁ କିଛି ପୂରଣ କରିବ । ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ରିହାତି ଏବଂ ଅଫର ପ୍ରଦାନ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ୬୦ରୁ ଅଧିକ ଇ-କମର୍ସ ସଂସ୍ଥାଙ୍କ ସହିତ ଚୁକ୍ତି କରାଯାଇଛି । ଏହିପାରି କେତେକ ପ୍ରମୁଖ ଇ-କମର୍ସ ସହଯୋଗୀ ହେଉଛନ୍ତି ଆମାଜନ୍, ଉବର୍, ଓଲା, ମିନ୍ତ୍ରା, ଜବଙ୍ଗ, ସପର୍ସ ଷ୍ଟପ୍, କକ୍ସ ଆଣ୍ଡ କିଙ୍ଗସ୍, ଥମାସ୍ କୁକ୍, ୟାତ୍ରା, ଏୟାରବିଏନ୍ବି, ସ୍ୱିଗି, ବାଇଜୁସ୍ ଏବଂ ଆହୁରି ଅନେକ ।

YONOକୁ ମୋବାଇଲ୍ ଫୋନରେ (ଉଭୟ ଆଣ୍ଡ୍ରଏଡ୍ ଏବଂ ଆପଲରେ) ଆପଯୋଗେ ଏବଂ ବ୍ରାଉଜର ଜରିଆରେ ୱେବସାଇଟରେ ଯାଇହେବ ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ରଜନୀଶ କୁମାର, ଅଧ୍ୟକ୍ଷ, ଏସବିଆଇ କହିଛନ୍ତି ଯେ, “ଏକ ଅପ୍ରତ୍ୟାଶିତ ବେଗରେ ଭାରତ ଡିଜିଟାଲ୍ ହେଉଛି ଏବଂ ଆମେ ଏସବିଆଇରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଲମ୍ଫ ପ୍ରଦାନ କରିଛୁ । YONO ଉନ୍ମୋଚନ ସହିତ ଗ୍ରାହକମାନେ ଗୋଟିଏ ୟୁଜର ଆଇଡି ଏବଂ ପାସୱାର୍ଡରେ ନିରବଚ୍ଛିନ ଭାବେ ଜୀବନଶୈଳୀ, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ହାସଲ କରିପାରିବେ । ଗ୍ରାହକଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବା ପାଇଁ ଏହି ଯାତ୍ରାକୁ ଡିଜାଇନ୍ କରାଯାଇଛି ଯେଉଁଠାରେ ପ୍ରତିଟି ଯାତ୍ରାକୁ ସର୍ବନିମ୍ନ ସମ୍ଭାବ୍ୟ କ୍ଲିକ୍ ଏବଂ ସହଜରେ ବୁଝି ହେଉଥିବା ବର୍ଣ୍ଣନା ସହିତ ଡିଜାଇନ୍ କରାଯାଇଛି । ଆମେ ବିଶ୍ୱାସ କରୁଛୁ ଯେ ଏହି ଆପ୍ ଆମର ଗ୍ରାହକମାନଙ୍କ ସହିତ ସମ୍ପୃକ୍ତିକୁ ବଢ଼ାଇବ ଏବଂ ସେମାନଙ୍କ ବ୍ୟାଙ୍କିଙ୍ଗରେ ଉନ୍ନତି ଆଣିବ ।’’

#personalfinance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon