• ବେତାର ବ୍ୟୁରୋ

ମହିଳାଙ୍କ ପାଇଁ ଭୁବନେଶ୍ୱରରେ “ମାନ୍ୟବର ମୋହେ” ଶୋ’ରୁମ


ଭାରତର ପ୍ରମୁଖ ପାରମ୍ପରିକ ପୁରୁଷ ପରିଧାନ ବ୍ରାଣ୍ଡ ମାନ୍ୟବର, ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଉତ୍ସବ ପରିଧାନ ସମ୍ଭାର – ମାନ୍ୟବର ମୋହେର ଶୁଭାରମ୍ଭ କରିଛି । ୬୨୧, ଶହିଦ ନଗରସ୍ଥିତ ଏହି ଭବ୍ୟ ସୋରୁମ୍ ହେଉଛି ମାନ୍ୟବର ମୋହେ ବ୍ରାଣ୍ଡର ଓଡ଼ିଶାର ପ୍ରଥମ ସୋରୁମ୍ । ମାନ୍ୟବର ମୋହେ ସୋରୁମରେ ଉଭୟ ବର ଓ କନ୍ୟାଙ୍କ ବିବାହ ପରିଧାନ ବ୍ୟତିତ ପାର୍ଟି ପରିଧାନ, ପାରମ୍ପରିକ ପରିଧାନ ସହ ବିବାହରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ପରିପାଟୀ ପାଇଁ ବେଶ୍ ଲୋକପ୍ରିୟ ।

ବିବାହ ପରିଧାନର ବିପୂଳ ସମ୍ଭାର, ମାନ୍ୟବର ମୋହେରେ ପାରମ୍ପରିକ ର-ସିଲ୍କ, ଜରଜେଟ୍, ରୟାଲ ବ୍ରୋକେଡ୍, ଡେଲିକେଟ୍ ନେଟ୍ ଏବଂ ସିଫନ୍ରୁ ପ୍ରସ୍ତୁତ ଉଜ୍ଜଳ ରଙ୍ଗର ଉତ୍ସବ ପରିଧାନ ଉପଲବ୍ଧ ହେଉଅଛି । ବିଭିନ୍ନ ଉତ୍ସବ ପାଇଁ ଏହି ପରିଧାନ ସମୁହ ସ୍ୱତନ୍ତ୍ର ।

କାଜୁଆଲ୍ ଟ୍ୟୁନିକ ଠାରୁ ଆରମ୍ଭ କରି ବିବାହ ଲେହେଙ୍ଗା, ଗାଉନ୍ ସହ “ମୋହେ” ମହିଳାଙ୍କ ଅପରୂପ ସୌନ୍ଦର୍ଯ୍ୟ ନିମନ୍ତେ ବିଶେଷ ପରିଧାନ ପ୍ରସ୍ତତ କରିଛି ।

“ମୋହେ” ଭାରତୀୟ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି ଯେଉଁମାନେ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ତଥା ଅନନ୍ୟ ଦେଖାଯିବେ । ବିବାହ ପରିପାଟୀ ଯେପରିକି ଯୁତି, ପଗଡି, ବ୍ରୁଚ୍, ମାଳ ଆଦି ମଧ୍ୟ ଏଠାରେ ଉପଲବ୍ଧ ହେଉଅଛି ।

ସୋରୁମ୍ ଉଦ୍ଘାଟନ ସମୟରେ ମାନ୍ୟବର ମୋହେର ଫ୍ରାନ୍ଚାଇଜ୍ ଏବଂ ଆଲିଶାନ୍ ସୋରୁମର ମାଲିକ ଶ୍ରୀ ଯୁଗଳ ଅଗ୍ରୱାଲ୍, ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ଏହି ନୂତନ ସୋରୁମର ଶୁଭ ଉଦଘାଟନ ଅବସରରେ ଫ୍ରାନ୍ଚାଇଜ୍ ଏବଂ ସୋରୁମ ମାଲିକ ଶ୍ରୀ ଯୁଗଳ ଅଗ୍ରୱାଲ୍ କୁହନ୍ତି ଯେ, ପ୍ରତ୍ୟେକ ବରକନ୍ୟାଙ୍କ ବିବାହ ସ୍ମୃତିକୁ ଅଭୂଲା କରିବା ନିମନ୍ତେ ମାନ୍ୟବର ମୋହେ ହେଉଛି ସର୍ବଶ୍ରେଷ୍ଠ ପସନ୍ଦ । ମାନ୍ୟବର ମୋହେ କଲେକ୍ସନର ବୈଶିଷ୍ଟ୍ୟ ଓଡ଼ିଶାକୁ ଆଣିପାରିଥିବାରୁ ଆମେ ବେଶ୍ ଖୁସି ।“

#city #fashion #menfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon