• ବେତାର ବ୍ୟୁରୋ

ଝାରସୁଗୁଡ଼ାରେ ଲୋକାର୍ପଣ ହେବ  ₹140 କୋଟିର ପ୍ରକଳ୍ପ: ଜାଣନ୍ତୁ କେମିତି ଆସିବ ନିଯୁକ୍ତି ସୁଯୋଗ


ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ଭାରତ ସରକାରଙ୍କ ତତ୍ୱାବଧାନରେ ଭାରତୀୟ ତୈଳ ନିଗମ ଲିମିଟେଡ଼ ଝାରସୁଗୁଡ଼ାସ୍ଥିତ ମାଲିମୁଣ୍ଡାଠାରେ ପ୍ରଥମଥର ପାଇଁ ଝାରସୁଗୁଡ଼ା ଟର୍ମିନାଲ (ସ୍ୱଚାଳିତ ବିତରଣ)ର ଉଦଘାଟନ ସମାରୋହ ଆୟୋଜନ କରିବାକୁ ଯାଉଛି ।

ଯେ କୌଣସି ସ୍ଥାନରେ ତେଲ ଟର୍ମିନାଲ ତିଆରି ହେବାର ଅର୍ଥ ସେଠାରେ ତେଲ ଟ୍ରକ ପରିବହନ ବ୍ୟବସାୟ ବଢିବା। ଆଗରୁ ପେଟ୍ରୋଲ, ଡିଜେଲ, କିରୋସିନ ଇତ୍ୟାଦି ପାରାଦୀପରେ ଜାହାଜରେ ପହଞ୍ଚୁଥିଲା ଓ ସେଠାରୁ ବିଭିନ୍ନ ସ୍ଥାନକୁ ଟ୍ରକ ଯୋଗେ ପରିବହନ ହେଉଥିଲା । ଫଳରେ ଅଧିକାଂଶ ଉପକୂଳ ଅଞ୍ଚଳର ଲୋକମାନେ ଟ୍ରକ ବ୍ୟବସାୟରେ ଟଙ୍କା ବିନିଯୋଗ କରି ଲାଭବାନ ହେଉଥିଲେ । ହେଲେ ଏବେ ଝାରସୁଗୁଡାଠାରେ ତେଲ ଟର୍ମିନାଲ ହେବା ଫଳରେ ପଶ୍ଚିମ ଓଡିଶାର ଲୋକମାନେ ତେଲ ଟ୍ରକ କିଣି ପରିବହନ କରିପାରିବେ, ଫଳରେ ସେଠାରେ ଅନେକ ଟ୍ରକ ଡ୍ରାଇଭର, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ନିଯୁକ୍ତିର ସମ୍ଭାବନା ରହିଛି ।

ଝାରସୁଗୁଡ଼ାରେ ୧୪୦ କୋଟି ଟଙ୍କାର ପୁଞ୍ଜି ନିବେଶରେ କାର୍ଯ୍ୟକ୍ଷମ ଥିବା ସ୍ୱଚାଳିତ (ଅଟୋମେଟିକ) ଟର୍ମିନାଲରେ ସୁରକ୍ଷିତ ଏବଂ ସ୍ୱଚାଳିତ ଗୁଣବତା , ମାତ୍ରା ନିୟନ୍ତ୍ରଣ, ସିଡ୍ୟୁଲିଂ ଏବଂ ସ୍ୱଚାଳିତ ଟ୍ୟାଙ୍କ ଫାର୍ମ ପ୍ରବନ୍ଧନର ସୁବିଧା ରହିଛି । ଏହାବାଦ ଏହି ପରିଯୋଜନାରେ ଓଡ଼ିଶାରେ, ସୁରକ୍ଷା, ତଦାରଖ, କ୍ୟାଂଟିନ ଭଳି ପରୋକ୍ଷ ରୋଜଗାର ସୃଷ୍ଟି କରିପାରିବ ବୋଲି ଆଓସିଏଲ ତରଫରୁ କୁହାଯାଇଛି ।

ନଭେମ୍ବର 29ରେ ହେବାକୁଥିବା ଲୋକାର୍ପଣ ସମାରୋହରେ ମୁଖ୍ୟଅତିଥି ଭାବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବାଂଚଳ ରାଜ୍ୟଗୁଡ଼ିକର ତ୍ୱରିତ ବିକାଶ ହେଉଛି ଭାରତ ସରକାରଙ୍କ ମୂଳଲକ୍ଷ୍ୟ । ଓଡ଼ିଶାର ଝାରସୁଗୁଡ଼ାରେ ନିର୍ମାଣ ହେବାକୁ ଯାଉଥିବା ସବୁଠାରୁ ବୃହତମ ଟର୍ମିନାଲ ଯାହା ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଏବଂ ନୂଆପଡ଼ା ଆଦି ୧୦ଟି ଜିଲାରେ ସ୍ୱଚାଳିତ ଇନ୍ଧନ ବିତରଣ ପାଇଁ ବିକାଶର ଏକ ମାଇଲଖୁଂଟ ହେବାକୁ ଯାଉଛି । ଓଡ଼ିଶାର ଝାରସୁଗୁଡ଼ାଠାରେ ଏକ ଉଚ୍ଚକୋଟୀର ଏବଂ ବୃହତମ ତୈଳ ଟର୍ମିନାଲ ନିର୍ମାଣ କରିବା ହେଉଛି ଭାରତ ସରକାରଙ୍କ ତ୍ୱରିତ ବିକାଶର ଏକ ଅଂଶସ୍ୱରୂପ ।

ସମ୍ପୂର୍ଣ୍ଣ ଟ୍ୟାଙ୍କର କ୍ଷମତା ୪୯୦୦୦ କିଲୋଲିଟର (୨୨ ଦିନ ପାଇଁ), ମୋଟ୍ ୫୫୦ କିଲୋମିଟର ପରିଧି ଭିତରେ ୩୫୦ରୁ ଊଦ୍ଧ୍ୱର୍ ବିକ୍ରୟ କେନ୍ଦ୍ର ( ୨୪୫ ପେଟୋଲ ପମ୍ପ, ୧୧୪ ଉପଭୋକ୍ତା ଏବଂ ୨୭ଟି ଏସ୍କେଓ ଏଜେନ୍ସୀ)ଙ୍କ ଚାହିଦା ପୂରଣ କରିବା ନିମନ୍ତେ ପ୍ରତିଦିନ ୨୨୦୦ କିଲୋଲିଟର ପେଟ୍ରୋଲ, ଡିଜେଲ ଏବଂ କିରୋସିନ ଯୋଗାଣ କରାଯିବ ।

#employment #jobs #youth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon