• ବେତାର ବ୍ୟୁରୋ

‘ସଫଲ’ କରିବ ତେଜରାତି ହୋମ ଡେଲିଭରୀ


ନ୍ୟାସନାଲ୍ ଡେରି ଡେଭେଲପମେଣ୍ଟ ବୋର୍ଡ (NDB) ଅନ୍ତର୍ଗତ ‘ସଫଲ୍’ ଷ୍ଟୋର ପକ୍ଷରୁ ଏଣିକି ତେଜରାତି ଓ ପରିବା ସଉଦା ପ୍ରଭୃତି ଘରେ ହୋମ ଡେଲିଭରୀ ଦିଆଯିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ସେବା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଏହି କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା କହିଛି ।

ଏହି ସୁବିଧା ପାଇବାକୁ ହେଲେ ଭୁବନେଶ୍ୱରରେ ଥିବା ୯ଟି ସଫଲ ଷ୍ଟୋରକୁ ବରିଷ୍ଠ ନାଗରିକମାନେ ଗସ୍ତ କରି ଘରୋଇ ଯୋଗାଣ ପାଇଁ ବରାଦ ଦେଇପାରିବେ କିମ୍ବା ଫୋନରେ ମଧ୍ୟ ସାମଗ୍ରୀ ପାଇଁ ବରାଦ ଦେଇପାରିବେ । ବିନା ଦେୟରେ ଏ

'ସଫଲ'ର ଗୁଣାତ୍ମକ ମାନଯୁକ୍ତ ସାମଗ୍ରୀ ଯେପରି ବରିଷ୍ଠ ନାରିକଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି , NDBର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ ରଥ କହିଛନ୍ତି ।

ଏହି ବ୍ରାଣ୍ଡ ଭାରତୀୟ ସରକାରୀ ତୈଳ କମ୍ପାନୀ ମାନଙ୍କ ସହିତ ମିଶି ବିଭିନ୍ନ ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ଜାଗାରେ ନିଜର ଷ୍ଟୋର ଖୋଲୁଅଛି । ଏହି ଆଉଟଲେଟମାନଙ୍କରେ ମଦର ଡେଏରିର ଅନେକ ଦୁଗ୍ଧଜାତ ଉତ୍ପାଦ, ଧାରା ବର୍ଗର ଖାଇବା ତେଲ ଏବଂ ଅନ୍ୟ ସଫଲ ବ୍ରାଣ୍ଡ୍ର ମୂଲ୍ୟ ଯୁକ୍ତ ଉତ୍ପାଦ ଉପଲବ୍ଧ ହେଉଛି ।

ତେବେ ଏହି ସୁବିଧାରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ମଧ୍ୟ ପ୍ରଦାନ କରାଯିବ ବୋଲି ‘ସଫଲ’ ତରଫରୁ କୁହାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ‘ଗ୍ରାହକ ଉପଯୋଗ ଯୋଜନା’ ରେ ନିମ୍ନଲିଖିତ ସେବା ପ୍ରଦାନ କରାଯିବ ।

- କୌଣସି ସର୍ବନିମ୍ନ ବରାଦ ପରିମାଣ ନ ଥାଇ ବିକ୍ରୟ କେନ୍ଦ୍ରର ୨-୩ କି.ମି ଦୂରତା ମଧ୍ୟରେ ଥିବା ଘରୋଇ ଅଞ୍ଚଳରେ ସାମଗ୍ରୀ ଯୋଗାଣ

- RWA ସହଯୋଗରେ ବିନାମୂଲ୍ୟରେ ବିଏମଡ଼ି, ବିଏମଆଇ, ରକ୍ତଚାପ ଓ ମଧୁମେହର ପରୀକ୍ଷା

- ଖାଦ୍ୟ ଓ ପନିପରିବାର ଲାଭ ଓ ଉପଯୋଗ ସଂପର୍କରେ ମାଗଣା ସଚେତନତା କାର୍ଯ୍ୟକ୍ରମ

ଏହି ଯୋଜନାର ସମ୍ପର୍କରେ ଶ୍ରୀ ରଥ କହିଛନ୍ତି ଯେ, ସହର ଜନସଂଖ୍ୟାର ୫% ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ସଫଲ ପକ୍ଷରୁ ଗ୍ରାହକ ଉପଯୋଗ ଯୋଜନା ଆରମ୍ଭ କରାଯାଇଛି । ବରିଷ୍ଠ ନାଗରିକଙ୍କୁ କର୍ମତତ୍ପର ରଖିବା ପାଇଁ ସଫଳ ପକ୍ଷରୁ ଘରେ ସାମଗ୍ରୀ ଯୋଗାଣ ସହ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସକ୍ରିୟ ଅଧିବେଶନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଏକଥା ମଧ୍ୟ କହିଥିଲେ କି ସହରରେ ଅଧିକ ବିକ୍ରୟ କେନ୍ଦ୍ର ଖୋଲାଯିବା ସହ ଏହି ସେବାକୁ ଅନ୍ୟାନ୍ୟ ଅଞ୍ଚଳକୁ ସଂପ୍ରସାରିତ କରାଯିବ ।

୨୦୧୭ ଜୁଲାଇ ମାସରେ ସଫଲ ଭୁବନେଶ୍ୱର ସହରରେ ନିଜ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏବେ ସହରର ୯ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହା ନିଜର ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବାରେ ସମର୍ଥ ହୋଇପାରିଛି । ଏହି ବିକ୍ରୟ କେନ୍ଦ୍ର ଜରିଆରେ ସଫଲ ସୁରକ୍ଷିତ, ପ୍ରାକୃତିକ ଓ ଗୁଣାତ୍ମକ ମାନର ସାମଗ୍ରୀ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦରରେ ଗ୍ରାହକଙ୍କୁ ସଫଳତାର ସହ ଯୋଗାଇ ଦେଇଛି ।

ସମସ୍ତ ସଫଲ କେନ୍ଦ୍ରରେ ଡ଼ିଜିଟାଲ ଓ ଇଲେକଟ୍ରୋନିକ୍ସ ଓଜନ ମେସିନ ରହିଛି । ଏହି ବିକ୍ରୟ କେନ୍ଦ୍ରରେ ମଦର ଡ଼ାଏରୀ ବ୍ରାଣ୍ଡର ଉତ୍ପାଦ, ଧାରା ତେଲ ଓ ଅନ୍ୟାନ୍ୟ ବ୍ରାଣ୍ଡ ସାମଗ୍ରୀ ଉପଲବ୍ଧ । ଏନଡ଼ିଡ଼ିବିର ସଂପୂର୍ଣ୍ଣ ସହଯୋଗୀ ମଦର ଡ଼ାଏରୀ ଫ୍ରୁଟ ଏଣ୍ଡ ଭେଜିଟେବୁଲ ପ୍ରାଇଭେଟ ଲିମଟେଡ଼ ଏହି କାର୍ଯ୍ୟକ୍ରମକୁ ଅଏଲ ମାର୍କେଟିଂ କଂପାନୀ ସହଯୋଗରେ ଆରମ୍ଭ କରିଛି । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଫଳ ଓ ପନିପରିବା ଯୋଗାଣ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯିବା ସହ ଓଡ଼ିଶାର ଚାଷୀଙ୍କ ବଜାର ସୁବିଧା ଯୋଗାଣ ଏହି ଯୋଜନାର ଲକ୍ଷ୍ୟ ଅଟେ ।

#city #citizen #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon