• ବେତାର ବ୍ୟୁରୋ

କେଉଁ ରାଶିର ବ୍ୟକ୍ତିମାନେ କିପରି ପ୍ରେମ କରନ୍ତି


ଆମ ଦୈନନ୍ଦିନ ଜୀବନରେ ଯେଉଁ ସବୁ ବ୍ୟକ୍ତିମାନଙ୍କୁ ଭେଟୁ, ସେମାନେ ନିଜ ପ୍ରେମିକ ବା ପ୍ରେମିକାଙ୍କ ସହିତ ସେଭଳି ବ୍ୟବହାର କରି ନ ଥାନ୍ତି । ଆସନ୍ତୁ ଜାଣିବା ପ୍ରେମରେ ପଡିବାପରେ କେଉଁ ରାଶିର ବ୍ୟକ୍ତିମାନେ ସେମାନଙ୍କ ପ୍ରେମିକ ବା ପ୍ରେମିକାଙ୍କ ସହିତ କିଭଳି ବ୍ୟବହାର କରିଥାନ୍ତି ।

ମେଷ : ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନ ବିଷୟରେ ସାଧାରଣତଃ କୌଣସି କଥା ଲୁଚାଇବାକୁ ପସନ୍ଦ କରି ନଥା’ନ୍ତି ଓ ସେହିଭଳି ନିଜ ପ୍ରିୟ ମଣିଷ ବିଷୟରେ ସବୁ କିଛି ଜାଣିବାକୁ ଚାହିଁଥାନ୍ତି । ଏଣୁ ଏମାନେ ନିଜ ସାଥିକୁ ବହୁତ ପ୍ରଶ୍ନ କରିଥାନ୍ତି ।

ବୃଷ : ଏମାନେ ସହଜରେ ନିଜ ମନର କଥା ଜଣେଇ ନ ଥାନ୍ତି । ଏମାନେ ଫ୍ଲର୍ଟ କରନ୍ତି, ଥଟ୍ଟାମଜା କରନ୍ତି , କିନ୍ତୁ ଏକ ସୀମା ଭିତରେ ରହି ଏସବୁ କରିଥାନ୍ତି । ଏମାନେ ସେତେ ପର୍ଯ୍ୟନ୍ତ କଥା ଆଗକୁ ବଢେଇ ନ ଥାନ୍ତି, ଯେ ପର୍ଯ୍ୟନ୍ତ ସେମାନଙ୍କ ମନରେ ଆପଣଙ୍କ ପ୍ରତି କିଛି ଭାବନା ଆସି ନ ଥାଏ ।

ମିଥୁନ : ଏ ରାଶିର ଲୋକମାନଙ୍କ ଚେହେରା ଦେଖି ଆପଣ ସହଜରେ ଜାଣିପାରିବେ ଯେ ସେ ଆପଣଙ୍କୁ ପସନ୍ଦ କରନ୍ତି ବୋଲି । ଏ ରାଶିର ବ୍ୟକ୍ତିମାନେ ସହଜରେ ପ୍ରେମରେ ପଡନ୍ତି ଓ ପ୍ରେମରେ ସମ୍ପର୍କକୁ ଭଲଭାବେ ନିଭେଇ ଥା’ନ୍ତି ।

କର୍କଟ: ଏହି ରାଶିର ଲୋକମାନେ ଅତ୍ୟନ୍ତ ସମ୍ବେଦନଶୀଳ ତଥା ବହୁତ ସ୍ନେହୀ । ତେବେ ଏମାନେ ଛୋଟଛୋଟ କଥାରେ ଅତ୍ୟନ୍ତ ଭାବୁକ ତଥା ଚିନ୍ତିତ ହେଇଥାନ୍ତି । ଏମାନେ ନିଜ ପ୍ରିୟ ମଣିଷ ସହିତ ସର୍ବଦା ରହିବାକୁ ପସନ୍ଦ କରିଥା’ନ୍ତି ଓ ନିଜ ସାଥିଙ୍କୁ ଖୁସି କରିବାକୁ ବହୁତ ଚେଷ୍ଟିତ କରିଥାନ୍ତି ।

ସିଂହ : ଏହି ରାଶିର ଲୋକମାନେ ନିଜ ଅହଂକୁ ବେଶୀ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଯାହା ପ୍ରେମରେ ପଡନ୍ତି, ତାକୁ ନିଜର କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରନ୍ତି । ଏହା ସହିତ ନିଜ ସାଥି କେବଳ ନିଜର ବୋଲି ଏକଥା ମଧ୍ୟ ଜଣେଇଥାନ୍ତି ।

କନ୍ୟା : ଏହି ରାଶିର ଲୋକମାନଙ୍କ ମନ କଥା ସହଜରେ ଜାଣି ହୁଏନି କାରଣ ଏମାନେ ଏପରି ବ୍ୟବହାର କରନ୍ତି, ଯେପରି ଏମାନଙ୍କ ମନରେ ଆପଣଙ୍କ ପ୍ରତି କୌଣସି ଭାବନା ନାହିଁ । ତେବେ ସେମାନେ ଯେବେ ଏକଥା ଜାଣନ୍ତି କି ଆପଣ ମଧ୍ୟ ତାଙ୍କୁ ପ୍ରେମ କରନ୍ତି, ସେତେବେଳେ ସେମାନେ ମନ ଖୋଲି ନିଜ କଥା ପ୍ରକାଶ କରିଥା’ନ୍ତି ।

ତୁଳା: ଏ ରାଶିର ଲୋକମାନେ ପ୍ରେମ ସ୍ଵଭାବରେ ଟିକେ ସ୍ଲୋ । ଏମାନଙ୍କୁ ପ୍ରେମରେ ପଡିବାପରେ ନିଜ ହୃଦୟ ଭାଙ୍ଗିବାର ଦର ଥାଏ , ତେଣୁ ଏମାନେ ଡେରିରେ, ସତର୍କତାର ସହିତ ଓ ନିଜ ସାଥି ସହିତ ସବୁ ତଥ୍ୟ ସଂଗ୍ରହ କଲାପରେ ଆଗକୁ ବଢିଥାନ୍ତି ।

ବିଛା : ଏ ରାଶିର ବ୍ୟକ୍ତି ମାନେ ପ୍ରେମ ସମ୍ବନ୍ଧକୁ ନେଇ ପ୍ରାୟ ଖୋଲା ସ୍ଵଭାବର । ଯଦିଓ ଏ ରାଶିର ବ୍ୟକ୍ତି ମାନଙ୍କ ବିଷୟରେ ସହଜରେ ଜଣା ପଡି ନ ଥାଏ , ତଥାପି ଏମାନେ ବିଶ୍ଵସ୍ତ ପ୍ରେମିକ ।

ଧନୁ : ଏ ରାଶିର ବ୍ୟକ୍ତିମାନେ ପ୍ରେମକଲେ ସହଜରେ ଜଣା ପଡିଥାଏ । ଏ ମାନେ ନିଜ ସାଥୀଙ୍କୁ ବାହାରେ ବୁଲେଇବାକୁ, ଫିଲ୍ମ ଦେଖେଇବାକୁ ବାରମ୍ବାର କୁହନ୍ତି ଓ ସେମାନଙ୍କ ସହିତ ଭଲ ମୂହୁର୍ତ୍ତ କଟେଇବାକୁ ଚାହାନ୍ତି ।

ମକର: ଏ ରାଶିର ଲୋକମାନେ ସ୍ଥିର ଚିତ୍ତରେ ଓ ଭାବି ଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ଏମାନେ ଯଦି ଜାଣିବେ ଆପଣ ପ୍ରେମରେ ସିରିୟସ, ତେବେ କଥା ବିବାହ ଆଡକୁ ବଢିପାରେ । ସେହିପରି ଆପଣ ଟାଇମ ପାସ କରୁଥିବା ଜାଣିଲେ ସେମାନେ ଦୂରେଇ ଯାଇଥାନ୍ତି ।

କୁମ୍ଭ : ଏ ରାଶିର ବ୍ୟକ୍ତିମାନେ କର୍ମଠ ଓ ସର୍ବଦା କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ ରହିବାକୁ ଭଲପାନ୍ତି । ତଥାପି ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କ ସହିତ କିଛି ସମୟ ବିତେଇବାକୁ ଚାହୁଁ ଥାନ୍ତି , ତେବେ ସେ ଆପଣଙ୍କୁ ବହୁତ ଭଲପାନ୍ତି ବୋଲି ଜଣାପଡେ ।

ମୀନ: ଏହି ରାଶିର ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ସ୍ଵଭାବର । ଏମାନେ ନିଜ ପ୍ରେମିକ/ପ୍ରେମିକା ପାଇଁ କବିତା ଲେଖିବାକୁ ପସନ୍ଦ କରିଥାନ୍ତି । କାହା ପ୍ରତି ପ୍ରେମ ଥିଲେ ଏମାନଙ୍କ ଆଖିରୁ ଜଣା ପଡିଥାଏ ।

#life #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon