• ବେତାର ବ୍ୟୁରୋ

ଓଜନ କମେଇବାକୁ ଚାହୁଁଛନ୍ତି? ଧ୍ୟାନ କରନ୍ତୁ


ଅଦ୍ୟମ କାଳରୁ ମୁନିରୁଷିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ମନର ଶାନ୍ତି ପାଇଁ ଧ୍ୟାନ କରନ୍ତି । ଏହା ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଆଧ୍ୟାତ୍ମିକତା ଜ୍ଞାନ ମଧ୍ୟ ବଢାଇଥାଏ । ତେବେ ଧ୍ୟାନ ଦ୍ୱାରା ଓଜନ ହ୍ରାସ ପାଏ । କାନାଡାସ୍ଥିତ ମ୍ୟାକଗିଲ ୟୁନୁଭର୍ସିଟି ଗବେଷକମାନେ ଗତ ୧୦ ବର୍ଷ ମଧ୍ୟରେ କରାଯାଇଥିବା ୧୯ଟି ଅଧ୍ୟୟନକୁ ପରୀକ୍ଷା ନିରୀକ୍ଷା କରି ଏହା ଜାଣିପାରିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ , ମନଯୋଗ ସହକାରେ ଧ୍ୟାନ କରାଯିବା ଉଚିତ । କୌଣସି ଶାରୀରିକ ତାଲିମ ନେବା ଦ୍ୱାରା ଓଜନ ହ୍ରାସ ହୋଇପାରେ । ଏପରି କି ଖାଇବାବେଳେ ମନ ସ୍ଥିର ରହିଲେ ଏହା ଓଜନ ହ୍ରାସ କରିବା ଦିଗରେ ସହାୟକ ହୋଇପାରେ । ସେମାନେ ଜାଣିବାକୁ ପାଇଛନ୍ତି ଯେ ମନଯୋଗ ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଜନ ହ୍ରାସ ପାଇଁ ସହାୟକ ହୁଏ ।

ଗବେଷକମାନେ କେତେକ ଅଂଶଗ୍ରହଣକାରୀଙ୍କୁ ନେଇ ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ଗୋଟେ ଗୋଷ୍ଠିରର ବ୍ୟକ୍ତିକୁ ବ୍ୟାୟାମ କରି ଜୀବନଶୈଳୀ ପରିବର୍ତ୍ତନ କରିବାକୁ କୁହାଯାଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀଙ୍କୁ ମନଯୋଗ ସହକାରେ ଧ୍ୟାନ କରିବାକୁ କୁହାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଦେଖାଗଲା ଯେ, ମନଯୋଗ ସହକାରେ ଧ୍ୟାନ କରୁଥିବା ଲୋକଙ୍କ ଓଜନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଏ ସମ୍ପର୍କିତ ଏକ ଅଧ୍ୟୟନ ଜର୍ନାଲ ଓବେସିଟି ରିଭ୍ୟୁଜ୍ରେ ପ୍ରକାଶ ପାଇଛି ।

ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଧ୍ୟାନ କରୁଥିବା ଅଂଶଗ୍ରହଣକାରୀଙ୍କ ଓଜନ କ୍ରମାଗତ ଭାବେ ହ୍ରାସ ପାଇବା ସହିତ ପ୍ରଥମରୁ ଦେହ ଓଜନର ହାରାହାରି ୩.୫ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଜୀବନ ଶୈଳୀ ପରିବର୍ତ୍ତନ କାର୍ଯ୍ୟକ୍ରମ ଦ୍ୱାରା ଅଂଶଗ୍ରହଣକାରୀଙ୍କ ଠାରେ କିଛି ମାତ୍ରାର ଓଜନ ବୃଦ୍ଧି ପାଇଛି । ଏହି ଅଧ୍ୟୟନର ଫଳାଫଳ ଓଜନ ହ୍ରାସ ଦିଗରେ ବେଶ ଉତ୍ସାହପ୍ରଦ ବୋଲି ମ୍ୟାକରିଲ ୟୁନିଭର୍ସିଟି ଗବେଷକ କିମ୍ବର୍ଲି କ୍ୟାରିୟର ପ୍ରକାଶ କରିଛନ୍ତି ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon