• ବେତାର ବ୍ୟୁରୋ

ଗଣିତରେ ଦୁର୍ବଳ? ତେବେ ଆପଣ ବିଚକ୍ଷଣ


ଯଦି ଛାତ୍ର ଅବସ୍ଥାରେ ଆପଣ ଗଣିତରେ ଥିବା ଭଗ୍ନାଂଶ କିମ୍ବା ତ୍ରିକୋଣମିତି ପ୍ରଶ୍ନ ସମାଧାନ କରିବାରେ ଅସୁବିଧାର ସମ୍ମୁଖୀନ ହେଇଥିବେ ବା ଏହି ସବୁ ପାଠ ଆପଣଙ୍କୁ ଡରାଉଥିବ, ତେବେ ଆପଣଙ୍କ ନିମନ୍ତେ ଏକ ଖୁସି ଖବର ।

ଆମେରିକାର ଜୁରିକ ଟେକନିକାଲ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଏଲିଜାବେଥ ଷ୍ଟର୍ଣ୍ଣଙ୍କ ଅଧ୍ୟୟନ ମୁତାବକ ବାସ୍ତବରେ ଗଣିତରେ ଦୁର୍ବଳ ଥିବା ଛାତ୍ରମାନେ ନିଜେ ଦାୟୀ ନୁହନ୍ତି, ବରଂ ଏଥିପାଇଁ ସେମାନଙ୍କ ଶିକ୍ଷକ ତଥା ଶିକ୍ଷା ପ୍ରଣାଳୀ ଦାୟୀ ।

ତାଙ୍କ ଗବେଷଣା ପ୍ରବନ୍ଧରେ ସେ ଲେଖିଛନ୍ତି,” ଗବେଷଣାରୁ ଏକଥା ପ୍ରତୀତ ହେଉଛି ଯେ ପ୍ରକୃତି ମନୁଷ୍ୟକୁ ବ୍ୟବହାରିକ ସାଂଖ୍ୟିକ ଜ୍ଞାନ ଓ ପରିମାପ ସଚେତନତା ବୁଦ୍ଧି ପ୍ରଦାନ କରିଛି । ହେଲେ ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ ପଦ୍ଧତି ହେତୁ ପିଲାମାନେ ଗଣିତରେ ଖରାପ ପ୍ରଦର୍ଶନ କରିଥାନ୍ତି।“

ଅର୍ଥାତ ମନୁଷ୍ୟ ବେଳହୁଁ ଏହି ସବୁ ବିଦ୍ୟା ଶିଖିବା ପାଇଁ ପ୍ରସ୍ତୁତ , ହେଲେ ଭୁଲ ଶିକ୍ଷା ପଦ୍ଧତି ପାଇଁ ସେ ବେଳେବେଳେ ଏଥିରେ ଭଲ ପ୍ରଦର୍ଶନ କରି ପାରେନା ।

ବର୍ତ୍ତମାନର ପ୍ରଚଳିତ ଗାଣିତିକ ଶିକ୍ଷାପଦ୍ଧତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ଷ୍ଟର୍ଣ୍ଣ କହିଛନ୍ତି ଯେ ସାଂପ୍ରତିକ ତ୍ରୁଟି ପୂର୍ଣ୍ଣ ଶିକ୍ଷା ପଦ୍ଧତି ଯୋଗୁଁ ହୁଏତ କିଛି ମେଧାବୀ ପିଲା ଗଣିତରେ କମ ନମ୍ବର ରଖି ଥାଇପାରନ୍ତି । ସେ ଏକଥା ମଧ୍ୟ ଲେଖିଛନ୍ତି କି “ବହୁତ ଛାତ୍ର ଗଣିତର ମୌଳିକ ତଥ୍ୟ ବୁଝିବାରେ ଅକ୍ଷମ କାରଣ କିଛି କ୍ଷେତ୍ରରେ ଦେଖା ଯାଇଛି ଯେ କ୍ଳାସରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେଇଥିବା ଅତି ମେଧାବୀ ଛାତ୍ର ପରବର୍ତ୍ତୀ ସମୟରେ ସେହି ଗାଣିତିକ ଜ୍ଞାନକୁ ବାସ୍ତବ କ୍ଷେତ୍ରରେ ବ୍ୟବହାର କରିବାକୁ ଅକ୍ଷମ ହେଇଥାନ୍ତି ।“

ତେବେ ଗଣିତରେ ନିଜ ଦକ୍ଷତା ବଢାଇବାକୁ ହେଲେ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ପ୍ରାୟ ପାଞ୍ଚବର୍ଷ ଧରି 3,520 ଛାତ୍ରଙ୍କ ଗଣିତ ଶିକ୍ଷା ଉପରେ ଗବେଷଣା କଲାପରେ ଷ୍ଟର୍ଣ୍ଣ ତାଙ୍କ ଗବେଷଣାତ୍ମକ ପ୍ରବନ୍ଧରେ ଲେଖିଛନ୍ତି, “ଜଣେ ଛାତ୍ରର ଗଣିତରେ ଦକ୍ଷତା ବୃଦ୍ଧି ତାର ବିଚକ୍ଷଣତା ଉପରେ ନୁହଁ ବରଂ ତାର ପଠନ ଶୈଳୀ ଓ ପାଠ ପଢିବାରେ ଆଗ୍ରହ ଉପରେ ନିର୍ଭର କରିଥାଏ।“

ସେ ଏକଥା ମଧ୍ୟ କହିଛନ୍ତି କି କମ ବୟସରୁ ଯେଉଁ ଛାତ୍ରମାନେ ଗଣିତ ଶିକ୍ଷା ପାଇଥାନ୍ତି ସେମାନେ ଏହି ବିଦ୍ୟାରେ ସଫଳ ହେଇଥାନ୍ତି । ଅନ୍ୟ ପକ୍ଷରେ ଯେଉଁ ଛାତ୍ରମାନେ ଡେରିରେ ଏହି ବିଷୟ ପ୍ରତି ଧ୍ୟାନ ଦେଇଥାନ୍ତି , ସେମାନେ ନିଜକୁ ଦୁର୍ବଳ ମନେ କରିଥାନ୍ତି ଓ ଖରାପ ପ୍ରଦର୍ଶନ କରିଥାନ୍ତି ।

#study #student

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon