• ବେତାର ବ୍ୟୁରୋ

ହେୟାର ଫ୍ୟାଶନ ବ୍ରାଣ୍ଡ ଗ୍ରୀନ ଟ୍ରେଣ୍ଡ ଏବେ ବ୍ରହ୍ମପୁରରେ


ଉଭୟ ପୁରୁଷ ତଥା ମହିଳାଙ୍କୁ ଷ୍ଟାଇଲିଶ ତଥା ଡିଜାଇନ ହେୟାର ଷ୍ଟାଇଲ ସେବା ପ୍ରଦାନ କରୁଥିବା ହେୟାର ଫ୍ୟାଶନ ବ୍ରାଣ୍ଡ ଗ୍ରୀନ ଟ୍ରେଣ୍ଡ ଏବେ ବ୍ରହ୍ମପୁର ସହରରେ ଏହାର ପ୍ରଥମ ଆଉଟଲେଟ ଖୋଲିଛି । ବୁଧବାର ଅପରାହ୍ନରେ ବ୍ରହ୍ମପୁରର ଗାନ୍ଧୀନଗର ମେନ୍ ରୋଡରେ ନଗର ନିଗମ ମେୟର କେ ମାଧବୀ ଏହି ୟୁନିସେକ୍ସ ହେୟାର ଆଣ୍ଡ ଷ୍ଟାଇଲ୍ ସେଲୁନ୍ ଆଉଟଲେଟର ଶୁଭାରମ୍ଭ କରିଥିଲେ ।

ଏହି ଲୋକପ୍ରିୟ ସେଲୁନ୍ ବ୍ରାଣ୍ଡ୍ ସୁଲଭ ମୂଲ୍ୟରେ ଛୋଟ ବାଳକ,ବାଳିକା, ଯୁବକ, ଯୁବତୀ ଓ ମଧ୍ୟ ବୟସ୍କ ଏହିପରି ସମଗ୍ର ପରିବାର ସଦସ୍ୟଙ୍କୁ ଷ୍ଟାଇଲିଂ ସେବା ପ୍ରଦାନ କରିବା ପାଇଁ ସାଧାରଣରେ ଜଣାଶୁଣା। ଏହାର ଏବେ ସାରା ଦେଶରେ ୩୮୦ରୁ ଅଧିକ ସେଲୁନ୍ ରହିଛି ଏବଂ ଓଡିଶାରେ ଏହୁ ନୂଆ ଆଉଟଲେଟକୁ ମିଶାଇ ଏହାର ବର୍ତ୍ତମାନ ସୁଦ୍ଧା ନବମ ସେଲୁନ ।

ଏହି ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଦୀପକ ପ୍ରବୀଣ, ଗ୍ରିନ୍ ଟ୍ରେଣ୍ଡସ୍ ୟୁନିସେକ୍ସ ହେୟାର ଆଣ୍ଡ ଷ୍ଟାଇଲ୍ ସେଲୁନ୍ କହିଛନ୍ତି , “ବ୍ରହ୍ମପୁରରେ ଗ୍ରାହକମାନେ ଗ୍ରିନଟ୍ରେଣ୍ଡ୍ସ୍ ସେଲୁନରେ ବିଶ୍ଵ ସ୍ତରୀୟ ସେବା ପାଇବେ ଯାହା ପ୍ରଥମ ମହଲା, ବିନାୟକ ଆଭେନ୍ୟୁ, ଗାନ୍ଧୀନଗର ମେନ୍ ରୋଡ୍, ବ୍ରହ୍ମପୁର ଠାରେ ଅବସ୍ଥିତ ।

ସୋମବାରରୁ ଶୁକ୍ରବାର ଏହି ସେଲୁନ୍ ସକାଳ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଶନିବାର ଓ ରବିବାର ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସେଲୁନରେ ୭ଟି ହେୟାର କଟିଂ/ଷ୍ଟାଇଲିଙ୍ଗ ଜୋନ୍, ୨ଟି ହେୟାର ୱାସ୍ ଜୋନ୍, ୪ଟି ଫେସିଆଲ୍ ସ୍ପା ରୁମ୍, ୨ଟି ପେଡିକ୍ୟୁର ଜୋନ୍ ଓ ୧ଟି ବ୍ରାଇଡାଲ୍ ରୁମ୍ ରହିଛି । ଏହି ସେଲୁନର ଗ୍ରାହକମାନେ କେଶ ଓ ତ୍ଵଚା ସମ୍ବନ୍ଧୀୟ ବିଭିନ୍ନ ସେବା ପାଇବା ସହିତ ଏହି ବିଷୟରେ ବିଭିନ୍ନ ଟିପ୍ସ ଗ୍ରିନ୍ ଟ୍ରେଣ୍ଡସର ତାଲିମପ୍ରାପ୍ତ ପ୍ରଫେସନାଲ୍ ଷ୍ଟାଇଲିଷ୍ଟ ମାନଙ୍କଠାରୁ ପାଇ ପାରିବେ ଗ୍ରାହକମାନଙ୍କୁ ବନ୍ଧୁ ଭଳି ଏବଂ ବ୍ୟକ୍ତିଗତ ସୁହାଇବା ସେବା ପ୍ରଦାନ କରିବେ ।

ଏହି ସେଲୁନର ଭିତର ଆଲୋକସଜ୍ଜା ବହୁତ ସୁନ୍ଦର ରହିଛି ଯାହା ଗ୍ରାହକଙ୍କୁ ଆରାମଦାୟକ ପରିବେଶ ପ୍ରଦାନ କରିବ । ଏହାଛଡା ଏହି ସେଲୁନରେ ଆଧୁନିକ, ଏବଂ ଆରାମଦାୟକ ଉପକରଣ ତଥା ସିଟିଂ ଜୋନ୍ ରହିଛି । ଭାରତର ତଥା ଓଡିଶାର ଅର୍ଥନୀତି ଓ ବଜାରଦରକୁ ଆଖି ଆଗରେ ରଖି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ପ୍ରକାରର ଗ୍ରୁମିଂ ସମାଧାନ ଯଥା ଟ୍ରେଣ୍ଡିଂ କେଶ କାଟିବା, କେଶ ରଙ୍ଗ , ସମ୍ପୂର୍ଣ୍ଣ ତ୍ଵଚା ସମାଧାନ ଓ ବାହାଘର ସଜ୍ଜା ଇତ୍ୟାଦି ସୁଲଭ ମୂଲ୍ୟରେ ପ୍ରଦାନ କରାଯାଉଛି ।

ଗ୍ରିନ୍ ଟ୍ରେଣ୍ଡସ୍ ସେଲୁନର ମାଲିକାନାସତ୍ୱ କେଭିନ୍ କେୟାର ପ୍ରାଇଭେଟ୍ ଲିମିଟେଡ୍-ଟ୍ରେଣ୍ଡସ୍ ଡିଭିଜନ୍ ପାଖରେ ରହିଛି । ଏହାର ସେଲୁନଗୁଡ଼ିକ ଦିଲ୍ଲୀ, ଲକ୍ଷ୍ନୌ, କୋଲକାତା, ଭୁବନେଶ୍ୱର , ବିଜୟୱାଡା, ବିଶାଖାପାଟଣା, ହାଇଦ୍ରାବାଦ, ମହୀଶୂର, ବାଙ୍ଗାଲୋର, ଚେନ୍ନାଇ, କୋଏମ୍ବାଟୁର, ତ୍ରିଚି, ମଦୁରାଇ, ତ୍ରିଭେନ୍ଦ୍ରମ ଏବଂ କୋଚିନ୍ ଭଳି ୫୦ରୁ ଅଧିକ ସହରରେ ରହିଛି ।

ଗ୍ରୀନ ଟ୍ରେଣ୍ଡସ ସାରା ଦେଶରେ ନିଜର ଆଉଟଲେଟ ଖୋଲିବା ସହିତ ଫ୍ରାଞ୍ଚାଇଜି ମଧ୍ୟ ପ୍ରଦାନ କରୁଛି । ଏଥିରେ ନିବେଶ କଲେ ବ୍ୟବସାୟ ଆରମ୍ଭ କରିବାର ୩୦-୩୬ ମାସ ଭିତରେ ସେମାନଙ୍କ ନିବେଶ ଉପରେ ରିଟର୍ଣ୍ଣ ଆଶା କରିପାରିବେ ବୋଲି କମ୍ପାନୀ ଅଧିକାରୀମାନେ କହିଛନ୍ତି ।

#fashion #menfashion #city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon