• ବେତାର ବ୍ୟୁରୋ

ଗାଧୋଇବା ସମୟରେ ବ୍ୟବହାର କରନ୍ତୁ ଏହି ସବୁ ଜରୁରୀ ଜିନିଷ


ସକାଳୁ ନିତ୍ୟକର୍ମ ସାରି ଗାଧୋଇବା ଏକ ଉତ୍ତମ ଅଭ୍ୟାସ। ବହୁତ ବ୍ୟକ୍ତି ଶୀତ ଦିନରେ ସାଧା ଜଳରେ ଗାଧୋଇଥାନ୍ତି । ତେବେ ଯଦି ଏହି ଜଳରେ କିଛି ଜରୁରୀ ସାମାଗ୍ରୀକୁ ମିଶେଇ ଗାଧୋଇବା ବେଳେ ବ୍ୟବହାର ହୁଏ , ତେବେ ଶୀତ ଦିନରେ ଥଣ୍ଡା ଜଳରେ ସ୍ନାନ କରିବା ଯୋଗୁଁ ହେଉଥିବା ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିପାରିବ । ତଳେ ଲେଖାଯାଇଥିବା ଏହି ଉପକାରୀ ଦ୍ରବ୍ୟସବୁକୁ ଜଳରେ ମିଶାଇ ଗାଧୋଇବା ଦ୍ୱାରା ଆପଣ ବହୁ କଷ୍ଠ ତଥା ପୀଡା ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।

ଆସନ୍ତୁ ଜାଣିବା, ଗାଧୋଇବା ସମୟରେ କେଉଁ କେଉଁ ଉପକାରୀ ଜିନିଷ ବ୍ୟବହାର କରିବା, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଫିଟିକିରି ଏବଂ ଲୁଣ - ପ୍ରଥମେ ଏକ ବାଲଟି ଜଳ ନିଅନ୍ତୁ । ଗୋଟେ ଚାମଚ ଫିଟିକିରି ଓ ଗୋଟେ ଚାମଚ ଲୁଣ ନିଅନ୍ତୁ । ଏହା ପରେ ଏହକୁ ସେହି ବାଲଟି ଜଳରେ ମିଶ୍ରଣ କରନ୍ତୁ । ଏହି ଭଳି କରିବା ଦ୍ୱାରା ଏହା ରକ୍ତ ସଞ୍ଚାଳନ କରିବାରେ ବହୁତ ସହାୟକ ହୁଏ । ଯାହା ଦ୍ୱାରା କଷ୍ଟ ଓ ଚିନ୍ତା ଭଳି ସମସ୍ୟାରୁ ରକ୍ଷା ପାଇ ପାରିବେ ।

ନିମ୍ବପତ୍ର – ନିମ୍ବପତ୍ର ବହୁତ ଉପକାରୀ ସାମଗ୍ରୀ । ପ୍ରଥମେ ଏକ ଗ୍ଲାସ ପାଣି ନିଅନ୍ତୁ । ସେହି ଗ୍ଲାସରେ ୮ରୁ ୧୦ ନିମ୍ବପତ୍ର ନିଅନ୍ତୁ । ସେହି ଗ୍ଲାସ ଜଳକୁ ଗରମ କରନ୍ତୁ । ଏହି ଜଳ ଥଣ୍ଡା ହେଲା ପରେ ଏହାକୁ ଛାଣି ଦିଅନ୍ତୁ । ଏହା ପରେ ଏହି ପାଣିରେ ଗୋଟେ ବାଲଟି ପାଣିରେ ମିଶାଇ ଦିଅନ୍ତୁ । ତାହା ପରେ ସେହି ଜଳରେ ଗାଧାନ୍ତୁ । ଯାହା ଆପଣଙ୍କୁ ଚର୍ମ ଭଳି ସମସ୍ୟାରୁ ମୁକ୍ତି ଦେବ ।

ଗୋଲାପ ଜଳ – ସାଧାରଣତଃ ଝିଅ ମାନେ ଗୋଲାପ ଜଳ ତ୍ୱଚାକୁ ସଫା କରିବା ପାଇଁ ବ୍ୟବହୃତ କରିଥାନ୍ତି । ତେବେ ଏହି ଗୋଲାପ ଜଳକୁ ଗାଧୋଇବା ସମୟରେ ବ୍ୟବହାର କରିବା ଦ୍ୱାରା ଦୁର୍ଗନ୍ଧ ଭଳି ସମସ୍ୟାରୁ ବଞ୍ଚିପାରିବା । ଏଥିପାଇଁ ଏକ ବାଲଟି ଜଳ ନିଅନ୍ତୁ । ସେହି ଜଳରେ ୩-୪ ଚାମଚ ଗୋଲାପ ଜଳ ମିଶାନ୍ତୁ । ବାଲଟି ରହୁଥିବା ଦୁର୍ଗନ୍ଧ ଦୂର ହୋଇଯିବ, ଯାହା ଦ୍ୱାର ଆପଣ ଆରମରେ ଗାଧୋଇ ପାରିବେ ଏବଂ ମନ ମଧ୍ୟ ଶାନ୍ତି ଲାଗିବ ।

ମୁଣ୍ଡବ୍ୟଥା ସମସ୍ୟା – ମୁଣ୍ଡବ୍ୟଥା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଘରୋଇ ଔଷଧ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଆପଣାନ୍ତୁ । ଯାହା ଅତି ସମୟରୁ ମୁକ୍ତି ପାଇପାରିବେ । ପ୍ରଥମେ ଏଥିରେ ଏକ ବାଲଟି ପାଣି ନିଅନ୍ତୁ । ଏଥିରେ ୨ ବା ୩ ଖଣ୍ଡ କର୍ପୂର ନେଇ ମିଶ୍ରଣ କରନ୍ତୁ । ତା ପରେ ଏହି ପାଣିରେ ଗାଧାନ୍ତୁ । ଦେଖିବେ ମୁଣ୍ଡ ବ୍ୟଥା ଧିରେ ଧିରେ କମିଯିବ । ଏହା ପରେ ଆପଣଙ୍କୁ ଆରାମ ଲାଗିବ ।

#health #fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon