• ବେତାର ବ୍ୟୁରୋ

ଥଣ୍ଡାଜନିତ ଅସୁବିଧା ରହୁଛି ? କାନର ଯତ୍ନ ନିଅନ୍ତୁ


ଶିତୁଆ ସକାଳରେ ଟିକେ ବାହାରେ ବୁଲି ଆସିଲେ, ମୁଣ୍ଡ କେମିତି ଲାଗେ ତାହା ଅଧିକ ସମସ୍ତେ ଜାଣନ୍ତି । ଅବଶ୍ୟ ମଫଲରଟିଏ ପିନ୍ଧି ବାହାରେ ବୁଲିବାର ଅନୁଭୂତି ନିଆରା ।

ତେବେ ଯେତେ ଯତ୍ନ ନେଲେ ବି ବେଳେ ବେଳେ ଅସାବଧାନତା ବା ଅନ୍ୟ ମନସ୍କତା ହେତୁ ଶୀତ ଦିନ ଆସିଲେ ସାଧାରଣତଃ କାନ, ଗଳା, ଓ ନାସା ସଂକ୍ରମଣର ଆଶଙ୍କା ଅଧିକ ଥାଏ । ଛୋଟ ପିଲା ଏବଂ ବୟସାଧିକ ବ୍ୟକ୍ତି ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେବେ ଅସଲ କଥା ହେଲା କାନର ଯତ୍ନ ନେଲେ ଗଳା ଏବଂ ନାସା ସଂକ୍ରମଣରୁ ରକ୍ଷା ମିଳିଥାଏ । ତେଣୁ ଶୀତ ଦିନରେ କିପରି କାନର ଯତ୍ନ ନିଆଯିବ ତାହା ହେଉଛି ବର୍ତ୍ତମାନର ଚର୍ଚ୍ଚା ବିଷୟ ।

ଆମ୍ଭେମାନେ ସବୁବେଳେ ଥଣ୍ଡାରେ ବାହାରକୁ ଗଲେ ମଫଲର ବ୍ୟବହାର କରିବା ଉଚିତ । ରାତିରେ ଶୋଇବା ବେଳେ କାନରେ ପତଳା ମଫଲର କିମ୍ବା ତୁଳା ବିଣ୍ଡା ଦେଇ ଶୁଅନ୍ତୁ । ଖାଲି ପେଟରେ ଶୁଅନ୍ତୁ ନାହିଁ । ଉପବାସରୁ ନିବୃତ୍ତ ରୁହନ୍ତୁ । ଆଇସକ୍ରିମ, ଥଣ୍ଡା ପାନୀୟ, ଫ୍ରିଜ ପାଣି, ବାସି ପଖାଳ, ଖଟା ଅଣ୍ଡା ସମୁଦ୍ରମାଛ ଏବଂ ସୁଖୁଆ, କଙ୍କଡା ଇତ୍ୟାଦି ନଖାଇବା ଭଲ ।

ଉଷୁମ ପାଣିରେ ମୁଣ୍ଡ ଧୋଇ ସବୁବେଳେ ଠିକ ସମୟରେ ଗାଧୋଇବା ଉଚିତ । ସାମ୍ଫୁ କିମ୍ବା ସାବୁନରେ ମୁଣ୍ଡ ଧୋଇଲେ ଏକ ଘଣ୍ଟା କିମ୍ବା ତା ଠାରୁ ଅଧିକ ସମୟ ଆଗରୁ ଏକ ଥଣ୍ଡା ଟାବଲେଟ ଖାଇ ମୁଣ୍ଡ ଧୁଅନ୍ତୁ । ନିଃଶ୍ୱାସ ପ୍ରଶ୍ୱାସ ନାକ ବାଟେ ନେବା ବାଧ୍ୟ । ରାତିରେ ଶୋଇବା ପୂର୍ବରୁ ଦୁଇ କପ ନଖ ଉଷୁମ ପାଣିରେ ଦୁଇ ଚିମୁଟା ଲୁଣ ପକାଇ କୁଳି କରି ଶୁଅନ୍ତୁ । ଏହି ପାଣିରେ ଆଉ ଦୁଇ କପ ନେଇ ଶୋଇବା ପୂର୍ବରୁ ଜଳ ନେତି (ନାକର ଗୋଟେ ପୁଡାରେ ପାଣି ପଶେଇ ଅନ୍ୟ ପୁଡାରେ ବାହାର କରିବା) କରି ପାରିଲେ ଭଲ । ସମ୍ଭବ ହେଲେ ରାତିରେ ଶୋଇବା ପୂର୍ବରୁ ଏକ ଲୋଟାରେ ଫୁଟନ୍ତା ପାଣି ରଖି କ୍ରମାନ୍ୱୟରେ ବାମ ନାକପୁଡା, ଡାହାଣ ନାକ ଫଡା ଏବଂ ପାଟି ବାଟେ ବାମ୍ଫ ଟାଣନ୍ତୁ ।

ଖାଇବାର ଅଧଘଣ୍ଟା ପୂର୍ବରୁ କିମ୍ବା ଖାଇବାର ଅଧ ଘଣ୍ଟା ପରେ ଆବଶ୍ୟକତା ଅନୁଯାଇ ଦୁଇ ଗ୍ଲାସ ପର୍ଯ୍ୟନ୍ତ ନଖ ଉଷୁମ ପାଣି ପିଅନ୍ତୁ ।

ଶୋଇବା ପୂର୍ବରୁ ମଶା ଧୂପ ନ ଲଗାଇ ମାଶାରୀ ଟାଙ୍ଗି ଶୁଅନ୍ତୁ ।

ଏହା ଛଡା କାନ ଫୋଡୁଥିବା ବ୍ୟକ୍ତି କାନର ସ୍ୱତନ୍ତ୍ର ଯତ୍ନ ନେବା ଉଚିତ । ସେମାନେ ବାହାରକୁ ଗଲେ, ଗାଧୋଇବା ବେଳେ ଏବଂ ରାତି ଶୋଇବା ବେଳେ କାନରେ ସଫା ତୁଳା ଦେବା ବାଧ୍ୟ । ଦିନେ ଛଡା ଦିନେ ସେମାନେ ରେକ୍ଟିଫାଏଡ ତୁଳା କାଠି ଭିଜାଇ ଭଲ କରି ଚିପୁଡି ବାହାରକୁ ବାହାରକୁ କାନ ସଫା କରିନେବା ଉଚିତ । ଶ୍ରବଣ ଯତ୍ନ ଲଗାଉଥିବା ଲୋକମାନେ ପ୍ରତିଦିନ ଉପରୋକ୍ତ ଉପାୟରେ କାନ ସଫା କରି ଯତ୍ନ ସହକାରେ ତାହାକୁ ପିନ୍ଧି ପାରିବେ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon