• ସୁଚିତ୍ରା ମିଶ୍ର

ସୁସ୍ଥ ଶରୀର ଓ ମନ ଚାହୁଁଛନ୍ତି ? ପାଣି ପିଅନ୍ତୁ


ସକାଳୁ ଉଠିବା ପରେ ଏକରୁ ଦୁଇ ଗ୍ଲାସ ପାଣି ପିଇବା ଉଚିତ । ପାଣି ନ ପିଇବା ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବେ ସଞ୍ଚାଳନ ହୋଇ ନ ଥାଏ । ଏହା ଦ୍ୱାରା ଡିହାଇଡ୍ରେସନ, କିଡନୀ, ଲିଭର ଭଳି ରୋଗ ହେବାର ସମ୍ଭାବନା ଥାଏ । ତେଣୁ ସକାଳୁ ପାଣି ପିଇବା ନିହାତି ଜରୁରୀ ।

ସୁସ୍ଥ ମାନସିକତା ଓ ନିରୋଗ ଶରୀର ହିଁ ଏକ ସୁଖମୟ ସକାଳ ଆଣିଦେଇଥାଏ । ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ସକାଳର ଆରମ୍ଭ କିପରି କରିବେ ଆସନ୍ତୁ ଜାଣିବା ।

କଫି ପିଅନ୍ତୁ ନାହିଁ – ସକଳୁ ଉଠି କଫି ପିଇବା ଦ୍ୱାରା କାର୍ଟିସେଲ ହରମୋନ ମାତ୍ରା ବୃଦ୍ଧି ପାଇଥାଏ, ଯାହା ଫଳରେ ମାନସିକ ଚାପ ବୃଦ୍ଧି ପାଇଥାଏ । ଯଦି ସକାଳୁ ଉଠି ଆପଣେ କଫି ପିଇବା ନିହାତୀ ଜରୁରୀ ତେବେ ସକାଳୁ ପ୍ରଥମେ ହାଲୁକା ଜଳଖିଆ ସେବନ ପରେ କଫିକୁ ସେବନ କରିବା ଉଚିତ କୁହନ୍ତି ଯେ ସକାଳର ଆରମ୍ଭ ଭଲରେ ହେଲେ ପୁରା ଦିନ ଭଲରେ କଟିଥାଏ ।

ବ୍ୟାୟାମ କରନ୍ତୁ –ସକାଳୁ ବ୍ୟାୟାମ କରିବା ଦ୍ୱାରା ଶରୀର ଫିଟ ରହିଥାଏ । ଏହା ଦ୍ୱାରା ଶରୀରରେ ମେଦବହୁଳତା, ବଦହଜମୀ, ଏସଡିଟି ଭଳି ରୋଗ ଦୂରେଇ ଯାଇଥାଏ । ଖାଲି ପେଟରେ ବ୍ୟାୟାମ କରନ୍ତୁ ନାହଁ – ସକାଳୁ ବ୍ୟାୟାମ କରିବା ପାଇଁ ଶରୀର ପାଇଁ ଶକ୍ତି ଆବଶ୍ୟକ ଅଟେ । ତେବେ ଯଦି ଆମେ ସକାଳୁ ଉଠି ଖାଲି ପେଟରେ ବ୍ୟାୟାମ କରିବା ତେବେ ମସଲସ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ବ୍ୟାୟାମ କରିବା ପୂର୍ବରୁ ହାଲୁକା ଖାଦ୍ୟ ଖାଇବା ଉଚିତ।

ଧୂମ ପାନ କରନ୍ତୁ ନାହିଁ – ସକାଳୁ ଉଠି କ୍ଷୀଣ ଧୂମ ପାନ କରିବା ଅନୁଚିତ । ଡାକ୍ତର ମତରେ ଖାଲି ପେଟରେ ସିଗାରେଟ ପିଇବା ଦ୍ୱାରା କ୍ୟାନସରର ସମ୍ଭାବନା ବଢାଇଥାଏ । ତେଣୁ ସକାଳୁ ଧୂମ ପାନ କରିବା ନିଷେଧ।

ସକାଳୁ ଉଠି ଇ-ମେଲ ଓ ମେସଜ ଚେକ କରନ୍ତୁ ନାହିଁ – ଯେଉଁ ବ୍ୟକ୍ତି ବିଶେଷମାନେ ସକାଳୁ ଉଠି ନିଜର ଇ-ମେଲ ଓ ମେସଜ ଚେକ କର ସେମାନଙ୍କ ଶରୀରରେ ହରମୋନ ଶକ୍ତି କ୍ଷୀଣ ହୋଇଥାଏ । ଏହା ଦ୍ୱାରା ସେମାନଙ୍କର ରକ୍ତାଚାପ ବୃଦ୍ଧିପାଏ ଏବଂ ସବୁବେଳେ ଚିନ୍ତାଗ୍ରସ୍ତ ରୁହନ୍ତି.

ଉଠିବାର ଏକ ଘଣ୍ଟା ମଧ୍ୟରେ ଜଳଖିଆ କରନ୍ତୁ – ସକାଳୁ ଉଠି ୧ ଘଣ୍ଟା ମଧ୍ୟରେ ଜଳଖିଆ ନ କରିବା ଦ୍ୱାରା ସେମାନଙ୍କ ଶରୀରରେ ଏସିଡିଟିର ସମସ୍ୟା ଦେଖାଦେଇଥାଏ ।

ବିଛଣାରୁ ଧିରେ ଧିରେ ଉଠନ୍ତୁ – ସକାଳ ସକାଳ ଆମ ମନ ଓ ଶରୀର ଶାନ୍ତ ରହିଥାଏ । ତେଣୁ ସକାଳୁ ବିଛଣାରୁ ଉଠିବା ସମୟରେ ହଠାତ ଉଠି ପଡନ୍ତୁ ନାହିଁ । ଉଠିବା ପୂର୍ବରୁ ଶରୀରରୁ ଏପଟ ସେପଟ କରି ଉଠାଇାବାକୁ ଚେଷ୍ଟା କରନ୍ତୁ । ଯଦି ଆପଣେ ଶୀଘ୍ର ଉଠିଯିବେ ତେବେ ଶରୀରରେ ରକ୍ତ ସଞ୍ଚାଳନ ଦ୍ରୃତ ଗତିରେ ବୃଦ୍ଧି ପାଇଥାଏ, ଯାହାକି ଶରୀର ପାଇଁ ଠିକ ନୁହେଁ।


©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon