- Suchitra Mishra
ଥଣ୍ଡା ହେଉଛି କି ? ଏହି ସାଧାରଣ ଉପଚାର ଜାଣନ୍ତୁ

ସାଧାରଣତଃ ଶୀତ ଦିନେ ଥଣ୍ଡା ଓ କଫ ଆଦି ରୋଗ ହୋଇଥାଏ । ଅଳ୍ପ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଏହି ରୋଗର ଶିକାର ଅତି ସହଜରେ ହୋଇଥାନ୍ତି । ଏହି ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ବହୁତ ଗୁଡିଏ ଉପଚାର ମଧ୍ୟ କରିଥାନ୍ତି ।
ଆମେ ସମସ୍ତେ ଜାଣୁ ଯେ ଅଦା ରସ ଚାହା ଏଥିପାଇଁ ଏକ ଉତ୍ତମ ଉପଚାର ଅଟେ । ଏହା ପ୍ରାୟତଃ ସବୁ ରୋଷେଇ ଘରେ ଉପଲବ୍ଧ ହୋଇଥାଏ । ଏହା ଥଣ୍ଡା ଦାଉରୁ ରକ୍ଷା କରିବା ସହ ଶସ୍ତା ମଧ୍ୟ ଅଟେ । ଅଦାର ମୂଳରେ ଥିବା ଜ୍ଵଳନ କମାଇବା ଗୁଣଟି ଗଳାପ୍ରଦାହ (ତଣ୍ଟି ଗତଗତ ହେବା) କମାଇଥାଏ ।
କିନ୍ତୁ ଯଦି ଆପଣ ଚାହା ପସନ୍ଦ କରନ୍ତି ନାହିଁ ଓ ଗଳାରେ ଯନ୍ତ୍ରଣା ଅଛି, ତେବେ କେଉଁ ଉପାୟ କରିବେ ? ଜାଣନ୍ତୁ ଏକ ସାଧାରଣ ଉପାୟ ।
ଗୋଟେ ଛୋଟ ଅଦାଖଣ୍ଡ ନେଇ ପାଟିରେ ରଖି ଚୁଚୁମନ୍ତୁ । ଏହାର ସ୍ଵାଦ ପସନ୍ଦ ଆସି ନ ପାରେ କିନ୍ତୁ ଏହା ଆରାମ ଦେବ ।ଏହାଦ୍ଵାରା ଗଳାର ଜ୍ଵଳନତା ଶାନ୍ତ ହୋଇଯିବ ଏବଂ ଶୀଘ୍ର ଆରାମ ଅନୁଭବ କରିବେ ।
ଆପଣ ହୁଏତ ଜାଣି ନ ଥିବେ, ଏହା ସ୍ବାଦତନ୍ତ୍ର ମଧ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
ନଚେତ ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ। ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟି ବା ଛେଚିବା ପରେ ଏହାକୁ ଏକ କପ ଗରମ ପାଣିରେ ପକାଇ ୫ ମିନିଟ ପାଇଁ ଛାଡି ଦିଅନ୍ତୁ । ତାପରେ ଅଦାକୁ ଛାଣି ଗରମ ପାଣି ପିଅନ୍ତୁ । ଆରାମ ନ ମିଳିବା ପର୍ଯ୍ୟନ୍ତ ଦିନକୁ ୩ କପ ପିଇପାରିବେ । ଯଦି ଏଥିରେ ଅଲଗା କିଛି ସ୍ଵାଦ ଆଣିବାକୁ ଚାହୁଁଥାନ୍ତି ତେବେ ଏଥିରେ ମହୁ ମିଶେଇ ପିଇ ପାରିବେ ।
ଅନ୍ୟଥା ଯଦି ଆପଣ ଚାହା ପିଇବା ପାଇଁ ଇଚ୍ଛା କରନ୍ତି ତେବେ ଏହିପରି ଭାବେ ଚାହା ପ୍ରସ୍ତୁତ କରିପାରିବେ । ଥଣ୍ଡା, କଫ ରୁ ରକ୍ଷା ପାଇବା ପାଇଁ ଏହା ଏକ ଫଳପ୍ରଦ ଉପାୟ ।
ଏହି ଅଦାରସ ଚାହା ଆମର ଗଳାପ୍ରଦାହକୁ କମାଇଥାଏ, ଶ୍ଵସକ୍ରିୟାରେ ହେଉଥିବା ଅସୁବିଧାରୁ ମୁକ୍ତି ଦିଏ ଏବଂ ଏଥିସହିତ ମଧ୍ୟ ଆମ ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ । ତେଣୁ ଗ୍ରୀନ ଟୀ ବା ଅଦାରସ ଚାହା ପିଇବା ଦ୍ଵାରା ଆମେ ଅନେକ ଉପକାର ମିଳିଥାଏ ।