• Jyotishree Mohapatra

ଶୁକ୍ର ଗ୍ରହର ମକରରେ ପ୍ରବେଶ : କେଉଁ ରାଶି ପାଇଁ କ'ଣ


ଶୁକ୍ର ଗ୍ରହ ନିକଟରେ ଧନୁ ରାଶିରୁ ପରିକ୍ରମା କରି ମକରରେ ପ୍ରବେଶ କରିଛି । ଏହି ଶୁଭ ଗ୍ରହର ଚଳନ

କେଉଁ ରାଶି ପାଇଁ କି ପ୍ରଭାବ ଆଣିବ ଆସନ୍ତୁ ସେ ବିଷୟରେ ଜାଣିବା ।

ମେଷ ରାଶି- ଆଜି ମେଷ ରାଶି ଦଶମ ଘରେ ପ୍ରବେଶ କରିଛି । ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆଜି ନୂତନ କର୍ମ କରିବା ପାଇଁ ସୁଯଗ ପାଇବେ । ଆଜିର ଦିନ ଟି ଆପଣଙ୍କ ପାଇଁ ବହୁତ ଭଲ ରହିବା । ଆପଣଙ୍କର ଚାକିରି କ୍ଷେତ୍ର ରେ ଯେଉଁ କାମ ଗୁଡିକ ବହୁତ ଦିନ ଧରି ଅଟକି ରହିଛ ତାହା ଆଜି ସମ୍ପୂର୍ଣ ହୋଇଯିବ ଏବଂ ଆପଣ ଆଜି ବାହାରେ ବହୁତ ସମ୍ମାନ ପାଇବେ।

ବୃଷ ରାଶି – ବୃଷ ରାଶି ଆଜି ନବମ ଗୃହ ରେ ପ୍ରବେଶ କରୁଛି । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥି ରେ ଅଛି ।ଚାକିରିଆ ମାନଙ୍କ ପାଇଁ ଆଜିର ଦିନ ଟି ବହୁତ ଭଲ ରହିବା । ଆଜି ଗୋଟେ ବହୁତ ଭଲ ସୁଯଗ ମିଳିପାରେ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ଉପର ପୋଷ୍ଟକୁ ଯିବାପାଇଁ ବହୁତ ସମ୍ଭାବନା ରହିଛି । ଆଜି ଆପଣଙ୍କୁ ଦୂର ଯାତ୍ରା କରିବାକୁ ପଡିପାରେ ।

ମିଥୁନୁ ରାଶି – ମିଥୁନୁ ରାଶି ଆଜି ଅଷ୍ଟମ ଘରେ ପ୍ରବେଶ କରୁଛି । ବହୁତ ଦିନ ଧରି ଧାର ନେଇଥିବା ଲୋକଟି ଆଜି ହଟାତ ଆପଣଙ୍କ ଟଙ୍କା ଫେରସ୍ତ କରିବେ । ପ୍ରେମ କରୁଥିବା ଲୋକ ଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିଛି ।

କର୍କଟ ରାଶି – କର୍କଟ ରାଶି ଆଜି ସପ୍ତମ ଘରେ ପ୍ରବେଶ କରୁଛି । ବହୁତ ଦିନର ସ୍ଵପ୍ନ ଆଜି ଅପଣଙ୍କ ସତ ହବାକୁ ଯାଉଛି । ନୂତନ ଜମି ନହେଲେ ନୂଆ ଗାଡି କିଣିବା ପାଇଁ ଆଜିର ସମୟ ଆପଣମାନଙ୍କ ପାଇଁ ଅନୁକୂଳ ରହିଛି ।

ସିଂହ ରାଶି – ଆପଣ ମାନେ ଆଜି ନୂଆ ନୂଆ ଲୋକ ଙ୍କ ସହ ଭେଟି ପାରନ୍ତି ଏବଂ ନୂତନ ବନ୍ଧୁତ୍ଵ ସ୍ଥାପନ ହୋଇପାରେ । ଆଜି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ ।

କନ୍ୟା ରାଶି- କନ୍ୟା ରାଶି ଆଜି ପଞ୍ଚମ ଗୃହରେ ପ୍ରବେଶ କରୁଛି । ଆଜି ଆପଣ କଳା ଓ ସଂଗୀତ ପ୍ରତି ବହୁତ ଆଗ୍ରହୀ ହେବେ । ଆଜି ଆପଣ ନୂଆ କିଛି ଜାଣିବା ପାଇଁ ଚେଷ୍ଟା କରିବେ । ରହି ଯାଇଥିବା କାମଗୁଡିକ ଆପଣ ଆଜି ଶୀଘ୍ର ଶେଷ କରିପାରିବେ ।

ତୁଳାରାଶି –ତୁଳା ରାଶି ର ବ୍ୟକ୍ତି ମାନେ ଆଜି ବହୁତ ଖୁସି ଅନୁଭବ କରିବେ । ଅଟକି ରହିଥିବା ଜମି ବାଡି କାର୍ଯ୍ୟ ଆଜି ସହଜରେ ସମାଧାନ ହେଇଯିବା।

ବିଛା ରାଶି – ଆଜି ଆପଣ ନୂଆ ଲୋକଙ୍କ ସହ ମିଶିବେ । ନୂତନ ବନ୍ଧୁତ୍ଵ ସ୍ଥାପନ ହବ। ନୂଆ କରି କିଛି କାମ ଆରମ୍ଭ କରିବେ

ଧନୁ ରାଶି – ଆପଣ ଆଜି ନିଜ ବ୍ୟବସାୟ ରେ ନୂତନ କିଛି ଆରମ୍ଭ କରିବେ । ଆପଣଙ୍କ ପାଇଁ ସମୟ ଆଜି ଅନୁକୂଳ ରହିବା। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ମକର ରାଶି – ମକର ରାଶିର ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୁକ୍ର ହେଉଛି ପଞ୍ଚମ ଓ ଦଶମ ଗୃହ ସ୍ଵାମୀ ଚାକିରିଆ ଓ ବ୍ୟବସାୟୀଙ୍କ ନିମନ୍ତେ ଏହା ଏକ ଶୁଭ ସମୟ । ଆପଣଙ୍କ ନିମନ୍ତେ ଏମିତି ଏକ ସୁଯୋଗ ଆସିବ, ଯାହା ଜୀବନର ଗତିପଥ ବଦଳାଇଦେଇପାରେ ।

କୁମ୍ଭ ରାଶି : ଏହି ଗ୍ରହ ଚଳନ ଯୋଗୁଁ ଆପଣ ନୂତନ ସୁଯୋଗ ଲାଭ କରିବେ କିମ୍ବା ଦୁରାଯାତ୍ରା କରି ପାରନ୍ତି । ଏହି ସମୟରେ ନୂଆ ବନ୍ଧୁ ମିଳିପାରନ୍ତି ।

ମୀନ ରାଶି : ମୋଟାମୋଟି ଭାବେ ଏହା ଆପଣଙ୍କ ପାଇଁ ଭଲ ସମୟ । ଆର୍ଥିକ କ୍ଷେତ୍ର ସାଧାରଣ ରହିବ । ନୂଆ କିଛି କରିପାରନ୍ତି, କିନ୍ତୁ କିଛି ନିଷ୍ପତ୍ତି ନେଲାବେଳେ ସାବଧାନତା ଅବଲମ୍ବନ କରିବେ ।

#astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon